spot_img
Home Blog Page 4997

ଦୀପାବଳିରେ ଚମକିବ ଏହି ୪ ରାଶିର ଭାଗ୍ୟ, ନଭେମ୍ବର ମାସ ଆପଣଙ୍କ ପାଇଁ କେତେ ଶୁଭ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ନଭେମ୍ବରର ପ୍ରଥମ ସପ୍ତାହରେ ଧନତେରାସ, ଦିପାବଳୀ ଏବଂ ଭାଇ ଜିଉନ୍ତିଆ ପରି ପର୍ବ ପାଳନ କରାଯିବ । ଜ୍ୟୋତିଷଙ୍କ ଅନୁଯାୟୀ କିଛି ରାଶିର ଲୋକଙ୍କ ଖର୍ଚ୍ଚ ବଢ଼ିବାକୁ ଯାଉଛି ଏବଂ ଆଉ କିଛି ରାଶିର ଲୋକଙ୍କ ପାଇଁ ନୂତନ ଆୟର ଉତ୍ସ ଉତ୍ପନ୍ନ ହେବ । ମିଥୁନ, କନ୍ୟା, ବିଛା ଏବଂ ମକର ରାଶି ପ୍ରଥମ ସପ୍ତାହରେ ଅଧିକ ଲାଭ କରିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ନଭେମ୍ବର ୧ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଆପଣଙ୍କ ରାଶିଫଳ କଣ କହୁଛି ।

ମେଷ- ସପ୍ତାହ ଆରମ୍ଭରୁ ସ୍ୱାସ୍ଥ୍ୟ ଏବଂ ମାନସିକ ଅବସ୍ଥାରେ ଉନ୍ନତି ହେବ । ଧିରେ ଧିରେ ଟଙ୍କା ଆସିବା ଜାରି ରହିବ । ଘରୋଇ କାର୍ଯ୍ୟ ଏବଂ ଶିକ୍ଷା ଇତ୍ୟାଦିରେ ବ୍ୟସ୍ତତା ରହିବ । ପରିବାରରେ କିଛି ଶୁଭ କାର୍ଯ୍ୟ ହେବ, ଆପଣ ଉପହାରର ପାଇବେ । ଏହି ସପ୍ତାହରେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ, ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ପାଇଁ ମଙ୍ଗଳବାର ସପ୍ତାହର ସର୍ବୋତ୍ତମ ଦିନ ହେବ ।

ବୃଷ- ସପ୍ତାହ ଆରମ୍ଭରେ ଆପଣଙ୍କ ଉପରେ ଅନାବଶ୍ୟକ ଚାପ ପଡ଼ିପାରେ । ନିଜ ଲୋକଙ୍କ ଆଚରଣ ଏବଂ ସ୍ୱାସ୍ଥ୍ୟରେ ସମସ୍ୟା ଆସିପାରେ । ତଥାପି, ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିବ । ଟଙ୍କା ଏବଂ କ୍ୟାରିୟର ସ୍ଥିତି ଭଲ ରହିବ । ସପ୍ତାହ ଶେଷରେ ଭ୍ରମଣ ଏବଂ ସୁଖଦ ଖବର ସୂଚିତ କରାଯାଇଛି । ଏହି ସପ୍ତାହରେ ଗୁରୁବାର ଆପଣଙ୍କ ପାଇଁ ସର୍ବୋତ୍ତମ ଦିନ ହେବ ।

ମିଥୁନ- ସପ୍ତାହ ଆରମ୍ଭରେ ବ୍ୟସ୍ତ ରହିବେ । ଟଙ୍କା ଖର୍ଚ୍ଚ ବଢ଼ିବ ଏବଂ ଋଣ ସମସ୍ୟା ରହିବ । ପାରିବାରିକ ବିବାଦ ଏବଂ ସରକାରୀ ସମସ୍ୟାରୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମସ୍ୟାର ସମାଧାନ ହେବ । ସପ୍ତାହ ଶେଷରେ ଅର୍ଥ ଉପାର୍ଜନ ଏବଂ ଯାନର ସୁଖ ମିଳୁଛି । ଏହି ସପ୍ତାହରେ ଶନିବାର ଆପଣଙ୍କ ପାଇଁ ସର୍ବୋତ୍ତମ ଦିନ ହେବ ।

କର୍କଟ- ସପ୍ତାହ ଆରମ୍ଭରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇପାରେ । ଅବଶ୍ୟ, ଏହା ପରେ ବ୍ୟସ୍ତତା ବୃଦ୍ଧି ପାଇବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ଚୁ ନାହିଁ । ପରିବାରର ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ସପ୍ତାହ ଶେଷରେ ଆପଣ ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରାରେ ଯାଇପାରନ୍ତି । ବୁଧବାର ଆପଣଙ୍କ ପାଇଁ ଶୁଭ ଦିନ ହେବ ।

ସିଂହ- ସପ୍ତାହ ଆରମ୍ଭରେ, ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ଟଙ୍କା ସମସ୍ୟାର ସମାଧାନ ହେବ । ଆପଣ ଋଣରୁ ମୁକ୍ତି ପାଇବେ । ସମ୍ପତ୍ତି କାର୍ଯ୍ୟରେ ବ୍ୟସ୍ତତା ହୋଇପାରେ । ପରିବାରରେ କିଛି ଶୁଭ କାମ ହେବାର ସମ୍ଭାବନା ଅଛି । ସପ୍ତାହ ଶେଷରେ ଆପଣଙ୍କର ଖାଦ୍ୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଏହି ସପ୍ତାହରେ ଶୁକ୍ରବାର ଆପଣଙ୍କ ପାଇଁ ଏକ ଭଲ ଦିନ ହେବ ।

କନ୍ୟା- ସପ୍ତାହ ଆରମ୍ଭରେ ପାରିବାରିକ କନ୍ଦଳ ହୋଇପାରେ ତଥାପି ଆପଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ସ୍ୱାସ୍ଥ୍ୟ ଏବଂ ମାନସିକ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେବ । ଆପଣ ହଠାତ୍ ଟଙ୍କା ଏବଂ ଉପହାରର ଲାଭ ପାଇବେ । ଏହି ସପ୍ତାହରେ ଗାଡି ଚଲାଇବା ଏବଂ ଅଗ୍ନି କାର୍ଯ୍ୟ କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କ ପାଇଁ ବୁଧବାର ଏକ ଭଲ ଦିନ ହେବ ।

ତୁଳା- ସପ୍ତାହ ଆରମ୍ଭରେ ହଠାତ୍ ଧନ ଲାଭ ହେବ । ଏହି ସପ୍ତାହରେ ଏକ ନୂତନ କ୍ୟାରିୟର ସୁଯୋଗ ଆସିପାରେ । ସ୍ୱାସ୍ଥ୍ୟରେ କିଛି ଉତ୍ଥାନ-ପତନ ହୋଇପାରେ । ଆପଣଙ୍କ ଦାୟିତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକୁ ଆଦୌ ସ୍ଥଗିତ କରନ୍ତୁ ନାହିଁ । ସପ୍ତାହ ଶେଷରେ ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ସୋମବାର ଆପଣଙ୍କ ପାଇଁ ଏକ ବିଶେଷ ଅନୁକୂଳ ଦିନ ହେବ ।

ବିଛା- ସମସ୍ତ ନୂତନ ଯୋଜନା ସପ୍ତାହରେ ସଫଳ ହେବ । କ୍ୟାରିୟର ଦୃଷ୍ଟିରୁ ଭଲ ସଫଳତା ପାଇଁ ସମୟ ଆସିଛି । ଟଙ୍କା ସ୍ଥିତିରେ ଉନ୍ନତି ହେବ, ଚିନ୍ତା ଦୂର ହେବ । ଆପଣଙ୍କର ଯୋଜନାଗୁଡିକ ଗୋପନୀୟ ରଖନ୍ତୁ । ଅତ୍ୟଧିକ ଆତ୍ମବିଶ୍ୱାସରୁ ଦୂରେଇ ରୁହନ୍ତୁ । ସପ୍ତାହ ଶେଷରେ ଆପଣ  ପୁରସ୍କୃତ ହୋଇପାରନ୍ତି । ଏହି ସପ୍ତାହରେ ରବିବାର ଆପଣଙ୍କ ପାଇଁ ଅନୁକୂଳ ହେବ ।

ଧନୁ – ସପ୍ତାହ ଆରମ୍ଭରେ ଲାଭଜନକ ଭ୍ରମଣର ସମ୍ଭାବନା ଅଛି । ବ୍ୟସ୍ତତା ବୃଦ୍ଧି ପାଇବ, କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ଲାଭ ହେବ । କୌଣସି ଇଚ୍ଛିତ ପଦବୀ ହାସଲ କରିବାର କିମ୍ବା କ୍ୟାରିୟରର ଉନ୍ନତିର ସମ୍ଭାବନା ଅଛି । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀର ଯତ୍ନ ନେବା ଆବଶ୍ୟକ । ସପ୍ତାହ ଶେଷରେ ଟଙ୍କା ଏବଂ ଯୁକ୍ତି ହରାଇବା ଠାରୁ ଦୂରେଇ ରୁହନ୍ତୁ । ଗୁରୁବାର ଏହି ସପ୍ତାହରେ ଆପଣଙ୍କ ପାଇଁ ବିଶେଷ ଅନୁକୂଳ ହେବ ।

ମକର- ସପ୍ତାହ ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଯତ୍ନର ସହ ଚଲାନ୍ତୁ, ଯୁକ୍ତି କରନ୍ତୁ ନାହିଁ । ମୋଟ ଉପରେ, ଏହି ସମୟରେ ଟଙ୍କା ସ୍ଥିତି ଭଲ ରହିବ । କ୍ୟାରିୟରରେ ସମସ୍ୟା ସମାପ୍ତ ହେବ, ପରିସ୍ଥିତି ଶକ୍ତିଶାଳୀ ହେବ । ସପ୍ତାହ ଶେଷରେ, କିଛି ବଡ କାମ ଘଟୁଥିବା ପରି ମନେହୁଏ । ଏହି ସପ୍ତାହରେ ଶନିବାର ବିଶେଷ ଅନୁକୂଳ ହେବ ।

କୁମ୍ଭ- ସପ୍ତାହର ଆରମ୍ଭ ସାମଗ୍ରିକ ଭାବରେ ମଧ୍ୟମ ହେବ । କାର୍ଯ୍ୟ ଏବଂ ଦାୟିତ୍ୱର ଭାର ଅସୁବିଧା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତିକୁ ନେଇ କିଛି ସମସ୍ୟା ହୋଇପାରେ । ଟଙ୍କା ଏବଂ କ୍ୟାରିୟର ସ୍ଥିତି ଦୃଢ଼ ରହିବ । ଶିକ୍ଷା ପ୍ରତିଯୋଗିତା ଏବଂ ନୂତନ ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇପାରିବେ । ଶନିବାର ଆପଣଙ୍କ ପାଇଁ ଅନୁକୂଳ ଦିନ ହେବ ।

ମୀନ- ସପ୍ତାହ ଆରମ୍ଭରେ କ୍ୟାରିୟରରେ ବିଶେଷ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଟଙ୍କା ଆସିବ, କିନ୍ତୁ ଏହି ସମୟରେ ସଞ୍ଚୟ କରିବା କଷ୍ଟକର ହେବ । ସ୍ୱାସ୍ଥ୍ୟ ଏବଂ ମନରେ ଚାଲିଥିବା ସମସ୍ୟାରେ ସୁଧାର ଆସିବ । ଏହି ସପ୍ତାହରେ ସମୟର ଉତ୍ତମ ବ୍ୟବହାର କରନ୍ତୁ, ସମସ୍ତ କାର୍ଯ୍ୟ ସରିଯିବ । ସୋମବାର ଆପଣଙ୍କ ପାଇଁ ଅନୁକୂଳ ଦିନ ହେବ ।

ଅମାପ ସମ୍ପତ୍ତିର ଅଧିକାରୀ ଗିରଫ କନଷ୍ଟେବଳ ପ୍ରସନ୍ନ, ପ୍ରାୟ ୭ କୋଟିର ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଚାକିରି ଥିଲା କନଷ୍ଟେବଳ, ଧନ ଥିଲା ଅମାପ  । ପୁଳା ପୁଳା ସୁନା, ଅସରନ୍ତି ସମ୍ପତ୍ତି  ।  ଗିରଫ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତିର ଆକଳନ କରି ହାଲିଆ ଅଧିକାରୀ । ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି ଭିଜିଲାନ୍ସ । ୬କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ହିସାବ ପାଇଛି ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ମୁତାବକ ପ୍ରସନ୍ନଙ୍କ ସମୁଦାୟ ସମ୍ପତ୍ତିରୁ ୨୨୧ ପ୍ରତିଶତ ଅଛି ଆୟ ବହିର୍ଭୂତ ସମ୍ପତ୍ତି । ପ୍ରସନ୍ନ ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରାଯାଇଛି । ଗତ ୨୮ ତାରିଖରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର କଳ୍ପନା ଛକରେ ଥିବା ସରକାରୀ ବାସଭବନ, ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ାରେ ଥିବା ସାଉଥ ସିଟି ବାର୍, ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲାରେ ହୋଟେଲ ସାଉଥସିଟିର ଲିଙ୍କ ରହିଥିଲା  । କୋଭିଡ ନିୟମ ଉଲ୍ଲଂଘନ କରି ରାତି ଅଧରେ ରାତି ରଙ୍ଗୀନ ହେଉଥିଲା  । ଏବଂ ଏହି ହୋଟେଲ ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଭାଇ ନାଁରେ ରହିଥିଲା  । ପରବର୍ତ୍ତୀ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ପାଇଲା ପରି ଜଣାପଡ଼ିଥିଲା ପ୍ରସନ୍ନଙ୍କ କାରନାମା  । ଅମାପ ସମ୍ପତ୍ତି ନେଇ ସୁରାକ ପାଇଥିଲା ଭିଜିଲାନ୍ସ ଟିମ୍  । ଚଢ଼ାଉରେ ୫ଟି ଟିମ୍ ସାମିଲ ଥିବାବେଳେ, ୨ ଜଣ ଡିଏସପି, ୬ ଇନସ୍ପେକ୍ଟର ଟିମରେ ରହିଥିଲେ  ।

ଭୁଷୁଡ଼ୁଛି CPM, ପଶ୍ଚିମବଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟକାନ୍ତ ମିଶ୍ର

କୋଲକାତା: ସିପିଏମର ପଶ୍ଚିମବଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟକାନ୍ତ ମିଶ୍ର । ବିଧାନସଭା ନିର୍ବାଚନରେ ଦଳର ଅତି ଖରାପ ପ୍ରଦର୍ଶନ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ମହମ୍ମଦ ସଲିମ ବା ସୁଜନ ଚକ୍ରବର୍ତ୍ତୀ ଦଳର ନେତୃତ୍ବ ନେବା ସମ୍ଭାବନା ରହିଛି । 2019 ଲୋକସଭା ନିର୍ବାଚନ ଓ 2021 ବିଧାନସଭା ନିର୍ବାଚନରେ ସିପିଏମର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଆସନ୍ତାବର୍ଷ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ନୂଆ ନେତାକୁ ବଛାଯିବାର ସମ୍ଭାବନା ରହିଛି । ରାଜ୍ୟ କମିଟିରେ 72 ବର୍ଷରୁ ଅଧକ ବୟସରୁ ନେତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଦଳ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୂର୍ଯ୍ୟକାନ୍ତଙ୍କ ବୟସ 71 ବର୍ଷ । ଗତ ନିର୍ବାଚନରେ ଗଠିତ ଭାରତୀୟ ଧର୍ମ ନିରପେକ୍ଷ ସାମ୍ମୁଖ୍ୟ ବା ଆଇଏସଏଫ ଠିକ୍ କାମ କରି ନଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟର ଶ୍ରୀଦୀପ ଭଟ୍ଟାଚାର୍ଯ୍ୟ, ମୃଦୁଳ ଦେ ମଧ୍ୟ ସାଧାରଣ ସମ୍ପାଦକ ହେବା ଚର୍ଚ୍ଚାରେ ରହିଛନ୍ତି ।

ସିପିଏମ ଭଳି ଜାତୀୟ ଦଳ ଭାରତର ଅନେକ ରାଜ୍ୟରୁ ପ୍ରତ୍ୟାକ୍ଷିତ ହୋଇଛି  । କେବଳ କେରଳରେ ଗଡ଼ ବଜାୟ ରଖିବାରେ ସକ୍ଷମ ହୋଇଛି ଦଳ  । ସେପଟେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ସିଏମର ମୂଳତ୍ପାଟନ କରିଛି  । ଅନ୍ୟପଟେ ଦଳରେ ଥିବା ଅନେକ ବରିଷ୍ଠ ନେତା ବର୍ତ୍ତମାନ ଦଳ ଛାଡ଼ୁଥିବା ପରିଲିଖିତ ହୋଇଛି  । ଫଳରେ ଦଳ ଏକପ୍ରକାର ଭୁଷୁଡ଼ିବା ସ୍ଥିତିରେ ପହଁଚିଛି  । ତେବେ ଆଗାମୀ ଦିନରେ ଆହୁରି ନେତା ଦଳ ଛାଡ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି  ।

ଥ୍ରେସର ବୋଝେଇ ଟ୍ରଲର ଉପରେ GST ବିଭାଗର ରେଡ୍

କଳାହାଣ୍ଡି: ସକାଳୁ ସକାଳୁ GST ଚଢ଼ାଉ । ରାୟପୁରରୁ ନର୍ଲା ଈଶ୍ୱରୀ ସେଲଶକୁ 10ଟି ଥ୍ରେସର ବୋଝେଇ ଟ୍ରଲରକୁ କର୍ଲାପଡା ଠାରେ ଚଢାଉ କରିଛି ବାଣିଜ୍ୟିକର ବିଭାଗ । ଫାଇନ ଆକଳନ ଏପର୍ଯ୍ୟନ୍ତ ହୋଇନି । ସୂଚନା ଅନୁସାରେ ରାୟପୁରରୁ ଟ୍ରଲରରେ 10ଟି ଧାନ ଅମଳ ପରେ ସଫା କରିବା ଯନ୍ତ୍ର ଗୁରୁନାନକ ଇଂଜିନିୟରିଂ ୱାର୍କରୁ ନର୍ଲା ଈଶ୍ୱରୀ ସେଲ୍ସକୁ ଗୋଟିଏ ୱେ ବିଲରେ ନିଆଯାଉଥିଲା ।

ଯାହାର ଆନୁମାଲିକ ମୂଲ୍ୟ ୨୦ଲକ୍ଷ୍ୟରୁ ଅଧିକା ହେବ । ଯାହାର ୱେ ବିଲ୍‌ ଟିକସ ବାବଦକୁ ୩ଲକ୍ଷରୁ ଅଧିକା ହେବ । ତେବେ ଟିକସ ଫାଙ୍କି ଆସୁଥିବା ସୂଚନା ପାଇଁ ପାଟ୍ରୋଲିଂ ବେଳେ ଚଢ଼ାଉ କରିଥିଲା ଟିମ୍ ।

ଆହୁରି ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର, ସିଲିଣ୍ଡର ପିଛା ୨୬୬ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ୨ ହଜାର ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ଏହା ୧୭ ଶହ ୩୪ଟଙ୍କା ଥିଲା । ଭୁବନେଶ୍ବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୭୦ ଟଙ୍କା ବୃଦ୍ଧି ହୋଇଛି । ୨୧ଶହ ଟଙ୍କା ହୋଇଛି ବର୍ଦ୍ଧିତ ଦର । ଆଗରୁ ଏହା ୧୮ ଶହ ୩୦ ଟଙ୍କା ଥିଲା । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ଏହାପୂର୍ବରୁ, ଅକ୍ଟୋବର ୬ ତରିଖରେ ସବସିଡିଯୁକ୍ତ ଗ୍ୟାସ ସମେତ ସମସ୍ତ ବର୍ଗରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ, ଅକ୍ଟୋବର ୧ ରେ ସବସିଡିଯୁକ୍ତ ଏବଂ ଅଣ ସବସିଡିଯୁକ୍ତ ଏଲପିଜି ହାର ୨୫ ବୃଦ୍ଧି କରାଯାଇଥିଲା। ସରକାରୀ ନୀତିରେ ସବସିଡିଯୁକ୍ତ କିମ୍ବା ବଜାର ହାରରେ ପ୍ରତ୍ୟେକ ପରିବାର ପାଇଁ ୧୪.୨ କିଲୋଗ୍ରାମର ୧୨ ଟି ସିଲିଣ୍ଡର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଉପରେ ଯେକୌଣସି ପରିମାଣ ବଜାର ମୂଲ୍ୟ କିମ୍ବା ସବସିଡିଯୁକ୍ତ ହାରରେ କିଣିବାକୁ ପଡିବ ।

ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଷଷ୍ଠ ଦିନ ପାଇଁ ସାରା ଦେଶରେ ବୃଦ୍ଧି କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ୩୫ପଇସା ଲେଖାଏ ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୯ଟଙ୍କା ୬୯ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୮ଟଙ୍କା ୪୨ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୦ ପଇସା ଡିଜେଲ ଦର ୧୦୬ ଟଙ୍କା ୪୨ ପଇସା ହୋଇଛି ।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ରହିଛି ।  ଭୁବନେଶ୍ବରରେ ପେଟ୍ରୋଲ ଦର ୧୧୦ଟଙ୍କା ୬୭ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୪ ପଇସା ହୋଇଛି । ରାୟଗଡ଼ାରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୫ ପଇସା ଥିବା ବେଳେ ଡିଜେଲ ଦର ୧୧୦ ଟଙ୍କା ୬୮ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ ୧୧୫ଟଙ୍କା ୯୦ ପଇସା ଥିବା ବେଳେ ଡିଜେଲ ଦର ୧୧୨ଟଙ୍କା ୩୯ ପଇସା ହୋଇଛି ।

ପକେଟ ଖାଲି କଲାଣି ପେଟ୍ରୋଲ, କେଉଁଠି ରହିଛି କେତେ ?

ନୂଆଦିଲ୍ଲୀ:ଲଗାମ ଲାଗୁନି  । ଗାଡ଼ି ଧରିଲେ ଡ଼ର ଲାଗୁଛି  । ପେଟ୍ରୋଲ ପକାଇଲେ ପକେଟକୁ ବାଧୁଛି   । ଅର୍ଥାତ ଆଜି ପୁଣି ବଢିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ୩୫ପଇସା ଲେଖାଏ ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୯ଟଙ୍କା ୬୯ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୮ଟଙ୍କା ୪୨ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୦ ପଇସା ଡିଜେଲ ଦର ୧୦୬ ଟଙ୍କା ୪୨ ପଇସା ହୋଇଛି ।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ରହିଛି ।  ଭୁବନେଶ୍ବରରେ ପେଟ୍ରୋଲ ଦର ୧୧୦ଟଙ୍କା ୬୭ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୪ ପଇସା ହୋଇଛି । ରାୟଗଡ଼ାରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୫ ପଇସା ଥିବା ବେଳେ ଡିଜେଲ ଦର ୧୧୦ ଟଙ୍କା ୬୮ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ ୧୧୫ଟଙ୍କା ୯୦ ପଇସା ଥିବା ବେଳେ ଡିଜେଲ ଦର ୧୧୨ଟଙ୍କା ୩୯ ପଇସା ହୋଇଛି ।

ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି, ଆଜି ସବୁ ନିର୍ବାଚନ ମଣ୍ଡଳୀରେ ମହିଳା କରିବେ ପ୍ରତିବାଦ

ଭୁବନେଶ୍ୱର: ବେଲଗାମ୍ ହୋଇଛି ଦର ବୃଦ୍ଧି । ହନ୍ତସନ୍ତ ହେଲେଣି ଖାଉଟି  । ବେଫିକର୍ ହୋଇଛନ୍ତି କେନ୍ଦ୍ର ସରକାର । ସେପଟେ ସାଧାରଣ ଖାଉଟି ଦର ବୃଦ୍ଧିରେ ଅସହ୍ୟ ହେଲେଣି  । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ରବିବାର ଦଳ ତରଫରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଥିବାବେଳେ ଆଜିଠୁ ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ କରାଯିବ ଆନ୍ଦୋଳନ ।

ଆଜି ମହିଳା ବିଜେଡି କର୍ମୀ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ କରିବେ ପ୍ରତିବାଦ । ହୁ ହୁ ହୋଇ ବଢି ଚାଲିଥିବା ତୈଳ ଦରକୁ ବିରୋଧ କରି ଏହି ପ୍ରତିବାଦ କରାଯାଉଛି । ସେପଟେ ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ଯୁବ ଓ ଛାତ୍ର ବିଜେଡି । ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ରୋଷେଇ ଗ୍ୟାସର ଅତ୍ୟଧିକ ଦର ସହ ପନିପରିବା, ତେଲ, ଡାଲି ଦର ବି ଆକାଶ ଛୁଆଁ ହୋଇଛି ।

କେନ୍ଦ୍ର ସରକାର ତୁରନ୍ତ ଦରଦାମ୍ ନିୟନ୍ତ୍ରଣ ନକଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଦରଦାମର ଅବେତୁକ ବୃଦ୍ଧିରେ ଓଡ଼ିଶା ବାସୀ ଅତିଷ୍ଠ ହେଲେଣି  । ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ, ଡ଼ିଜେଲ ପ୍ରତିଦିନ ବୃଦ୍ଧି ଘଟିଚାଲିଛି  । ଏପରିସ୍ଥଳେ କେନ୍ଦ୍ର ସରକାର କୌଣସି ପ୍ରତିବନ୍ଧକ କିମ୍ବା ଦରବୃଦ୍ଧିରେ ରୋକ ଲଗାଉ ନାହାଁନ୍ତି  । ତେବେ କେନ୍ଦ୍ରର ବେଫିକର ପରିସ୍ଥିତି ପାଇଁ ସାଧାରଣ ଲୋକ ଯନ୍ତ୍ରଣା ଭୋଗୁଥିବା କହିଛି ବିଜେଡ଼ି  । ଯାହାର ପ୍ରତିବାଦ ସମଗ୍ର ରାଜ୍ୟରେ କରାଯିବାକୁ ନିଷ୍ପତି ନେଇଛି ଦଳ  ।

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୬ ରୁ ୯ ପ୍ରବେଶ ସମୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୀର୍ଘଦିନ ପରେ ଶିମିଳିପାଳ ଖୋଲୁଥିବାବେଳେ ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ଅନୁମତି ରହିଛି । ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପତ୍ର ନେଇ ଯାଇପାରିବେ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC ୱେବସାଇଟରେ ଅନଲାଇନରେ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ବର୍ତ୍ତମାନ କରୋନା ମହାମାରୀ ଜାରି ଥିବାରୁ କୋଭିଡ କଟକଣା ମଧ୍ୟରେ ଖୋଲା ହୋଇଛି ଜାତୀୟ ଉଦ୍ୟାନ । ଦୀର୍ଘ ୭ମାସରୁ ଉର୍ଦ୍ଧ୍ବ ସମୟର ଲକଡାଉନ ଯୋଗୁଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପର୍ଯ୍ୟଟକ ମାନେ ମାସ୍କ, ସାନିଟାଇଜ଼ର ଓ ସାମାଜିକ ଦୂରତ୍ୱ ପାଳନ କରିବା ବାଧ୍ୟତାମୂଳକ କରଯାଇଛି । ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିଛି । କୋଭିଡ ପରବର୍ତ୍ତୀ ସ୍ଥିତିରେ ଜାତୀୟ ଉଦ୍ୟାନକୁ ଖୋଲିଛି ପ୍ରଶାସନ  । ତେବେ କୋଭିଡର ସମସ୍ତ କଟକଣା ବଳବତ୍ତର ରହିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି  ।

ଆଜିଠୁ ଭୋଟର କାର୍ଡ ସଂଶୋଧନ, ଯୋଡ଼ି ହୋଇପାରିବେ ନୂଆ ଭୋଟର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ ।  ଜାନୁଆରୀ ପହିଲା ସୁଦ୍ଧା 18 ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ ।

ତେବେ ଏଣିକି ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ ଲୋକେ । ଚଳିତଥର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ନେଇପାରିବେ । ପୂର୍ବରୁ ଏହା ଅଫଲାଇନରେ କରାଯାଉଥିଲା । ତେବେ ଚଳିତଥର ସ୍ବତନ୍ତ୍ର ମୋବାଇଲ୍ ଆପ ଏବଂ ଓ୍ବେବସାଇଟ୍ ଜରିଆରେ ସମସ୍ତେ ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ଼ ପୋଷ୍ଟ ମଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।

ଆସନ୍ତା 7 ଓ 21 ତାରିଖରେ ରାଜ୍ୟର ୩୭ହଜାର ୬୦୬ ବୁଥରେ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ ମଧ୍ୟ କରିପାରିବେ । ଆସନ୍ତା ଜାନୁଆରୀ 6 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସେପଟେ ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଛି । ଆହୁରି 4 ଲକ୍ଷ ଆବେଦନର ବିଚାର ଚାଲିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ପଶ୍ଚିମ ଦ୍ୱାରରେ କାଳିଆ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ: ଶ୍ରୀକ୍ଷେତ୍ର ବାସୀଙ୍କ ପାଇଁ ମହାପ୍ରଭୁଙ୍କୁ ଦର୍ଶନ ନିୟମରେ କୋହଳ । ଆଜିଠୁ ପଶ୍ଚିମ ଦ୍ବାର ଦେଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । କଟକଣା ଭିତରେ ପରିଚୟପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । କୋଭିଡ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଲାଗିଛି । ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରିଛି ପ୍ରଶାସନ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ସର୍ବସାଧାରଣଙ୍କ ଭିତରେ ଅସୁବିଧାର ସମ୍ମୁଖିନ ହେଉଥିଲେ ପୁରୀବାସୀ । ବାରମ୍ବାର ଦାବି ପରେ ଏବେ ପଶ୍ଚିମ ଦ୍ବାର ଦେଇ ପୁରୀ ଅଧିବାସୀଙ୍କୁ ପ୍ରବେଶ ଓ ପ୍ରସ୍ଥାନର ଅନୁମତି ମିଳିଛି । ଦର୍ଶନ ସହିତ ଏହି ଦ୍ବାର ଦେଇ ସେମାନେ ଅବଢା ମଧ୍ୟ ଆଣି ପାରିବେ । ପ୍ରଶାସନର ଏଭଳି ନିଷ୍ପତ୍ତି ଫଳରେ ପୁରୀବାସୀ ବେଶ ଉପକୃତ ହୋଇପାରିବେ ।