spot_img
Home Blog Page 4998

T20 Woarld Cup ପୁଣି ପରାଜୟ: ଆରମ୍ଭରୁ ନୈରାଶ୍ୟ, ଶେଷରେ ହତାସ

ଦୁବାଇ: ଏଥର ମଧ୍ୟ ନିରାଶ କଲା ଟିମ ଇଣ୍ଡିଆ  । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟସ୍ତ ହୋଇଥିବା ଭାରତ ବିଜୟୀ ହେବାରୁ ବିରତ ହୋଇଛି  । ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଦେଖିବାକୁ ମିଳିଲା । ସବୁଥିଲେ ଫ୍ଲପ୍ ମାରିଲା ଟିମ୍ ଇଣ୍ଡିଆ । ୧୧୧ ରନର ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିଛି କିଓ୍ବି ଟିମ୍ । ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୧୦ ରନ୍ କରିଥିଲା ଭାରତ । ଓପନର୍ ଫେଲ୍ ମାରିଥିବାବେଳେ ନିରାଶ କଲେ ମିଡିଲ୍ ଅର୍ଡର ।

ଓପନର ଇଶାନ କିଶାନ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ଲୋକେଶ୍ ରାହୁଲ ୧୮ ରନ୍ କରି ଆଉଟ୍ ହୋଇଥିଲେ । ସେହିଭଳି ରୋହିତ ଶର୍ମା ୧୪ ରନ୍, ବିରାଟ କୋହଲି ୯ ରନ୍, ହାର୍ଦିକ ପାଣ୍ଡ୍ୟା ୨୩ ରନ୍ ଓ ରିସଭ ପନ୍ଥ ୧୨ ରନ୍ କରି ଆଉଟ୍ ହୋଇଥିଲେ । ୧୧୧ ରନକୁ ପିଛା କରି ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ । ଡେରି ମିଚେଲ୍ ସର୍ବାଧିକ ୪୯ ରନ୍ କରିଥିବାବେଳେ ଅଧିନାୟକ ଓ୍ବିଲିୟମସନ୍ ୩୩ ରନ୍ କରିଥିଲେ ।

ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଟିମ  ୭ ୱିକେଟ ହରାଇବା ସହ ୧୧୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା  । ସେପଟେ ଦ୍ୱିତୀୟ ଇଂନିସରେ ବ୍ୟାଟି ଗ୍ରାଉଣ୍ଡକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା  । ଦଳ ୧୪ ଓଭର ମଧ୍ୟରେ ୧୧୧ ରନ କରି ବିଜୟୀ ହୋଇଛି  ।  ଏହି ମ୍ୟାଚରେ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ମଉଳିବାରେ ଲାଗିଛି ।

ବିଜେପି ରାଲିରେ ହସିଲେ ରବି, ନିଶାଶକ୍ତ କର୍ମୀଙ୍କୁ ବୋହିନେଲେ ସାଥି

ପୁରୀ: ଜିଲ୍ଲା କାକଟପୁର ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ଓ କୁଶ ପୁତ୍ତଳିକା ଦାହ ବେଳେ ଦେଖିବାକୁ ମିଳିଛି ଜଣେ ସରକାରୀ କର୍ମଚାରୀଙ୍କୁ । ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ବରେ ହାତଗଣତି ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏତିକି ବେଳେ ରବି ମଲ୍ଲିକଙ୍କ ମୁଖମଣ୍ଡଳର ହସ ଏହି ଆନ୍ଦୋଳନକୁ ଡ୍ରାମାରେ ପରିଣତ କରିଥିଲା ।

ଡ୍ରାମା ଏତିକିରେ ସରିନଥିଲା ବିଜେପିର ଜଣେ କର୍ମୀ ମଦ୍ୟପାନ କରି କୁଶପୁତ୍ତଳିକାକୁ ଗୋଇଠା ମାରୁ ମାରୁ ପଡିଯାଇଥିଲେ । ମଦ୍ୟପ କର୍ମୀ ଜଣ ଜଣେ ଆରଆଇ ବୋଲି ଜଣାପଡିଥିଲା । ତାଙ୍କ ନାଁ ମନୋଜ ପରିଡ଼ା, ସେ ପୁରୀ ହେଡକ୍ବାଟରରେ କାମକରୁଥିବା ଜଣାପଡିଛି । ଗଣାମାଧ୍ୟମ ଆଗରେ ଏହି ଡ୍ରାମା ଧରାପଡିଯିବା ପରେ ଅନ୍ୟ ବିଜେପି କର୍ମୀ ତାଙ୍କୁ ଟାଣି ନେଇଥିଲେ । ସେପଟେ ଅନ୍ୟଜଣେ ବିଜେପି କର୍ମୀ ନିଶାରେ ଏତେ ଚୁର ଥିଲେ ଯେ ତାଙ୍କୁ ବିଜେପି କର୍ମୀମାନେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

ଭାଇରାଲ ହେଉଛି ଅପରାଧିକ ରିଲ ଭିଡ଼ିଓ, ଗୋଟି ଗୋଟି କରି ବାନ୍ଧୁଛି ପୋଲିସ

ଭୁବନେଶ୍ୱର: କ୍ରାଇମ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ରିଲ୍ ଭିଡିଓ ଭାଇରଲ ହେଉଛି । ବନ୍ଧୁକ ଚୋରି କରିବା ଅଭିଯୋଗରେ ବନ୍ଧା ହୋଇଥିବା ରାହୁଲ ଜେନାର ରିଲ ଭିଡିଓ ହେଲା ଭାଇରାଲ । ରାହୁଲ ଚୋରା ବନ୍ଧୁକରେ ବ୍ଳାଙ୍କ ଫାୟାରିଂ କରୁଛି ।  ଆଉ ଗୋଟିଏ ଭିଡିଓରେ ପାଟିରେ ଖଣ୍ଡା ଧରି ତେଲୁଗୁ ଷ୍ଟାଇଲରେ ଏଣ୍ଟ୍ରି କରୁଛି । ସେହିଭଳି ଆଉ ଗୋଟିଏ ଭିଡିଓରେ ୧୦ରୁ ଅଧିକ ଯୁବକ ବିଚ ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରୁଛନ୍ତି ।

ମିଳିଥିବା ସୂଚନା ମୁତବକ ଏହି ଭିଡିଓ ବ୦ହୁତ ପୁରୁଣା  ।  ଭାଇରାଲ ହେବା ପରେ ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି । ସେପଟେ ଏହି ଗ୍ୟାଙ୍ଗର ଏବେ ଶୁଦ୍ଧା ୪ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି  । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭିଡିଓରୁ ଫୁଟେଜରୁ ଚିହ୍ନଟ କରି ଧରିବାକୁ ଚେଷ୍ଟା କରୁଛି ପୋଲିସ । ଏମାନଙ୍କୁ କାର, ବାଇକ, ଭୁଜାଲି, ବନ୍ଧୁକ ଜବତ ହୋଇଛି ।

ସେପଟେ ରାଜଧାନୀରେ ଏଭଳି ଯୁବକଙ୍କ ଉତ୍ପାତ ଏବେ ଆତଙ୍କ ସୃଷ୍ଟି କରିଛି  । ସାଧାରଣ ଲୋକ ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି  । କାରଣ ନିଶାସକ୍ତ ଯୁବକଙ୍କ ପ୍ରାଦୁର୍ଭାବ ବଢି ଚାଲିଛି  । ଅପରାଧିକ ଘଟଣା ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି  । ମୋବାଇଲରେ ରିଲ ଭିଡ଼ିଓ ସୁଟ କରୁଥିବା ଏହି ଯୁବକଙ୍କ ଭିଡ଼ିଓ ଭାଇରାଲ ପରେ ପୋଲିସ ଖୋଜୁଛି  । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବାନ୍ଧିବାରେ ସଫଳ ହୋଇଛି କମିସନରେଟ ପୋଲିସ  ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ

ଦୁବାଇ: ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ନ୍ୟୁଜିଲାଣ୍ଡକୁ ୧୧୧ ରନର ଟାର୍ଗେଟ୍ ଦେଲା ଭାରତ। ପୁଣି ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ୍। ଓପନର୍ ଫେଲ୍ ମାରିଥିବାବେଳେ ନିରାଶ କଲେ ମିଡିଲ୍ ଅର୍ଡର। ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ।

ଓପନର ଇଶାନ କିଶାନ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ଲୋକେଶ୍ ରାହୁଲ ୧୮ ରନ୍ କରି ଆଉଟ୍ ହୋଇଥିଲେ। ସେହିଭଳି ରୋହିତ ଶର୍ମା ୧୪ ରନ୍, ବିରାଟ କୋହଲି ୯ ରନ୍, ହାର୍ଦିକ ପାଣ୍ଡ୍ୟା ୨୩ ରନ୍ ଓ ରିସଭ ପନ୍ଥ ୧୨ ରନ୍ କରି ଆଉଟ୍ ହୋଇଥିଲା। ଆଜିର ମ୍ୟାଚ୍ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ତେବେ ଆଜି ମ୍ୟାଚ୍ ହାରିଲେ ଭାରତ ପାଇଁ ସେମିଫାଇନାଲ୍ ଯିବା ହେବ କଷ୍ଟକର ।

ନୟାଗଡ଼- ନୂଆପଡ଼ାରେ ‘ସକାଳ’ର ବକୃତା ପ୍ରତିଯୋଗିତା, ଆସ୍ତିକ ଓ ଶୁଭଶ୍ରୀ ପ୍ରଥମ

ନୟାଗଡ: ଦୈନିକ ଖବରକାଗଜ ‘ସକାଳ’ ପକ୍ଷରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା ନୟାଗଡ଼ ସହର ୟୁନିଟେକ୍ ରେସିଡେନ୍ସିଆଲ୍ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଜୁନିୟର ଏବଂ ସିନିୟର ପିଲାଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗୀତାରେ କଥାକାର ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅଧ୍ୟାପକ ଶୁଭ୍ରାଶୁଂ ବିଶ୍ୱାଳ, ସାମ୍ବାଦିକ ଚିତ୍ତରଞ୍ଜନ ପାଶା , ଅଧ୍ୟାପିକା ରୀନାବାଳା ଆଚାର୍ଯ୍ୟ, କବି କମଳ ଦାଶ ପ୍ରମୂଖ ବିଚାରକ ଭାବେ ଅଂଶ ଗ୍ରହଣ କରିଥିଲେ ।

ଜୁନିୟର ସ୍ତରରେ ଖଣ୍ଡପଡ଼ା ଆର୍.ସି ହାଇସ୍କୁଲର ଛାତ୍ର ଆସ୍ତିକ ମିଶ୍ର, ସିନିୟର ସ୍ତରରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶୁଭଶ୍ରୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାକୁ ମନୋନୀତ ହୋଇଛନ୍ତି । ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଛନ୍ତି । ନୟାଗଡ଼ ଜିଲ୍ଲା ସକାଳ ପ୍ରତିନିଧି ଅନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ସକାଳର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ସେହିପରି  ନୂଆପଡା ନେସନାଲ ହାଇସ୍କୁଲ ଠାରେ ଏକ ବିତର୍କ ପ୍ରୟିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଚ୍ଚ ବିଦ୍ୟାଳୟ ସ୍ତର ଓ ମହାବିଦ୍ୟାଳୟ ସ୍ତର ଛାତ୍ର ଛାତ୍ରୀ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ମହା ବିଦ୍ୟାଳୟ ସ୍ତର- ଡ୍ରଗସ କବଳରେ ଯୁବପିଢ଼ି ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ଙ୍କ ଉପରେ ଅନଲାଇନ ଶିକ୍ଷାର ପ୍ରଭାବ ଓ ଦୁଷ୍ଟ ପ୍ରଭାବ ସମ୍ପର୍କିତ ବିଷୟ ବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତର ରେ ବିଚାରକ ଙ୍କ ଦୁଆରା ଚୟନ ଛାତ୍ର ଛାତ୍ରୀ ଓ ବିତର୍କ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦୁଆରା ପୁରସ୍କୃତ କରାଯାଇଥିଲା।

ଆର୍ଯ୍ୟନ୍‌ ଘରକୁ ଫେରିବା ପରେ ନ୍ୟୁୟର୍କରେ ହାଲୋଇନ୍‌ ପାର୍ଟି କଲେ ଆର୍ଯ୍ୟନଙ୍କ ସାନ ଭଉଣୀ ସୁହାନା

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜାମିନ ପାଇବା ପରେ ପରିବାରରେ ଖୁସିର ମାହୋଲ। ଆର୍ଯ୍ୟନ ଜେଲ ଯିବା ପରେ ପୁରା ପରିବାର ଉପରେ ପ୍ରଭାବ ପଡ଼ିଥିଲା। ଖାଲି ସେତିକି ନୁହେଁ ନ୍ୟୁୟର୍କରେ ପଢ଼ୁଥିବା ଆର୍ଯ୍ୟଙ୍କ ସାନ ଭଉଣୀ ସୁହାନା ଖାନଙ୍କ ଉପରେ ମଧ୍ୟ ପ୍ରଭାବ ପଡିଥିଲା। ପୁରା ପରିବାର ଆର୍ଯ୍ୟନ୍ ଖାନଙ୍କ ପାଇଁ ଚିନ୍ତିତ ଥିଲା। କିନ୍ତୁ ବର୍ତ୍ତମାନ ଆର୍ଯ୍ୟନ୍ ଖାନ୍ ଘରକୁ ଫେରିଛନ୍ତି ଏବଂ ସବୁ କିଛି ସ୍ୱାଭାବିକ ହୋଇଛି। ଏଭଳି ଖୁସିର ମାହୋଲ ଭିତରେ ସାଙ୍ଗମାନଙ୍କ ସହିତ ସୁହାନା ଖାନ ପାର୍ଟି କରିଛନ୍ତି।

ଆର୍ଯ୍ୟନ ଘରକୁ ଆସିବା ପରେ ତାଙ୍କ ଭଉଣୀ ନ୍ୟୁୟର୍କରେ ହାଲୋଇନ ପାର୍ଟି ପାଳନ କରିଛନ୍ତି। ହାଲୋଇନ୍‌ ପାର୍ଟିରେ ଭୁତ ପୋଷାକ ପରିଧାନ କରି ପାଳନ ହୋଇଥାଏ ଏହି ପାର୍ଟି। ତାଙ୍କ ସାଙ୍ଗମାନେ ନିଜର ସର୍ବୋତ୍ତମ ଭୂତ ପୋଷାକ ପରିଧାନ କରିବା ପରେ ପାର୍ଟୀକୁ ଯାଇଥିଲେ। ଏହି ପାର୍ଟିର ଫଟୋ ସୁହାନାଙ୍କ ବନ୍ଧୁ ପ୍ରିୟଙ୍କା ସେୟାର କରିଛନ୍ତି।

ପୋଲିସକୁ ଅଣ୍ଡା ମାରୁଛି ବଜେପି, କଂଗ୍ରେସର କଲାରୁ ନିନ୍ଦା କରୁଛି

ଭୁବନେଶ୍ୱର: ଭିତରେ ଗୋଟେ କଥା, ବାହାରେ ଆଉ ଏକ କଥା  । ସ୍ପଷ୍ଟ ନାହିଁ ଆଭିମୁଖ୍ୟ, ଠିକ ନାହିଁ କଥାବାର୍ତ୍ତା । ପୁଣି ଥରେ ସାମନାକୁ ଆସିଛି ବିଜେପିର ଦୋମୁହାଁ ନୀତି । ବିଭିନ୍ନ ସ୍ଥାନରେ ଭିନ୍ନ ରୂପ ଦେଖାଇଛନ୍ତି ଦଳୀୟ ନେତା । ଗୋଟିଏ ପଟେ ବିକ୍ଷୋଭ ଆଳରେ ପୋଲିସ ଉପରକୁ ଅଣ୍ଡାମାଡ଼ କରୁଥିବା ବେଳେ, ଅନ୍ୟପଟେ କଂଗ୍ରେସର ଅଣ୍ଡାମାଡ଼ ଘଟଣାକୁ ନିନ୍ଦା କରିଛି  ଭାରତୀୟ ଜନତା ପାର୍ଟି  । ରବିବାର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଓଡ଼ିଶା ଗସ୍ତ କରିଥିବାବେଳେ କଂଗ୍ରେସ କର୍ମୀ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିଥିଲେ ।

କଂଗ୍ରେସର ଅଣ୍ଡାମାଡ଼କୁ ନିନ୍ଦା କରିବା ସହ ଅସହିଷ୍ଣୁ ରାଜନୀତି ବୋଲି କହିଛନ୍ତି ଦଳୀୟ ନେତା ଦିଲ୍ଲୀପ ମହାନ୍ତି  । କଂଗ୍ରେସର ଅହଙ୍କାର ବଢିଛି, ଦଳର ଶୃଙ୍ଖଳା ନଥିବା କହିଛନ୍ତି ବିଜେପି ନେତା  ।  କିନ୍ତୁ ଦିନକ ଆଗରୁ ବ୍ରହ୍ମପୁରରେ ବିଜେପି ଏସପି ଅଫିସ ଘେରାଉ ଆଳରେ ହିଂସା ଘଟାଇଥିଲେ ବିଜେପି କର୍ମକର୍ତ୍ତା । ବିଜେପି ନେତା ଓ କର୍ମୀଙ୍କ ଜୋରଜବରଦସ୍ତ ଏସପି ଅଫିସରେ ଧସେଇ ପସିଥିଲେ ।  ବିଜେପି କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼ରେ ଏସଡିପିଓ, ଆଇଆଇସି ଏବଂ ଦୁଇ ଜଣ କନେଷ୍ଟବଳ ଆହତ ହୋଇଥିଲେ ।

ତେବେ ଖୋଦ ଦଳ ହିଂସା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିବାରେ ପଛାଉ ନାହାଁନ୍ତି  । ଗଣନ୍ତ୍ରାତିକ ପଦ୍ଧତିରେ ବିରୋଧ କରିବା ପରିବର୍ତ୍ତେ ଗଣତନ୍ତ୍ର ପ୍ରତି  ବିପଦ ସୃଷ୍ଟି କରୁଛନ୍ତି ବିଜେପି ଦଳର କର୍ମକର୍ତ୍ତା  । ତେବେ ନିଜେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦଳ, ଆଉ ଏକ ଧଳର ବିରୋଧ ପ୍ରଦର୍ଶନକୁ ନିନ୍ଦା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ : ବଦଳିଲା ଏହି ନିୟମ

0

ନୂଆ ଦିଲ୍ଲୀ : ଆପଣ ବି ରେଳରେ ଯାତ୍ରା କରୁଛନ୍ତି କି ? ତେବେ ଜାଣିନିୟନ୍ତୁ ଏହି ନିୟମ  । ରେଳଯାତ୍ରୀଙ୍କ ପାଇଁ ହେଲା ନୂଆ ନିୟମ  । ଏବେ ଟିକେଟ୍ ବୁକ୍ କରିବା ଆଗରୁ ଆପଣଙ୍କୁ ଇଣ୍ଡିଆନ୍ ରେଲୱେର ଏହି ନିୟମଗୁଡ଼ିକ ଜାଣିନେବା ଦରକାର  । କାଲିଠୁ ଇଣ୍ଡିଆନ ରେଲୱେର ସମୟ ସାରଣୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ  । ଏଥିପାଇଁ ରେଳ ବିଭାଗ ଜୋରସୋରରେ ଲାଗିପଡ଼ିଛି  । କୁହାଯାଉଛି କି ବହୁତ ଦିନ ପରେ ରେଲୱେ ସମୟ ସାରଣୀରେ କିଛି ଭିନ୍ନ ପ୍ରକାର ପରିବର୍ତ୍ତନ ଆସିଛି  ।

ଆସନ୍ତୁ ଜାଣିବା ଏହି ସମୟ ସାରଣୀ :

ନଭେମ୍ବର ୧ ରୁ ପ୍ରୟାଗରାଜ ମଣ୍ଡଳରେ ଚାଲୁଥିବା ସମସ୍ତ ରେଳଗୁଡ଼ିକର ସମୟସୀମା ପରିବର୍ତ୍ତନ ହେବ  । ପୂର୍ବ ବର୍ଷ ମେ ମାସରୁ ସ୍ପେଶାଲ ଏବଂ ଫେସଟିଭାଲ ଟ୍ରେନଗୁଡ଼ିକ ଚଳପ୍ରଚଳ କରାଯାଉଛି  । ନୂଆ ସମୟ ସାରଣୀ ଲାଗୁ ହେବା ପରେ ଏହି ଟ୍ରେନ୍ଗୁଡ଼ିକରେ ଲଗାଯାଇଥିବା ସ୍ପେଶାଲ ଏବଂ ଫେସଟିଭାଲ ଟ୍ରେନର ନାମକରଣ ହଟାଇଦିଆଯାଇପାରେ ବୋଲି କୁହାଯାଉଛି  ।

ପୂର୍ବ ବର୍ଷର ଲକଡାଉନ୍ ପରେ ସର୍ବପ୍ରଥମେ ରାଜଧାନୀ ଏକ୍ସପ୍ରେସର ଚଳାଚଳ ଆରମ୍ଭ କରାଯାଇଥିଲା  । ସେବେଠୁ ଆଜି ଯାଏ ସମସ୍ତ ରାଜଧାନୀ ଏକ୍ସପ୍ରେସକୁ ସ୍ପେଶାଲ ଟ୍ରେନ ନାମରେ ନାମକରଣ କରାଯାଇଥିଲା  ।

ପୂର୍ବ ବର୍ଷ କରୋନା ମହାମାରୀର ପ୍ରଥମ ଲହରୀ ପରେ ପରେ ରେଳ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଧିରେ ଧିରେ ସ୍ଥିତି ସୁଧାରିବା ପରେ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଚଳପ୍ରଚଳ ହେଲାଣି  । ଏଥିସହ ରେଲୱେ ମନ୍ତ୍ରାଳୟରୁ ଶୁଣାଯାଉଛି ଯେ ନଭେମ୍ବର ୧ରୁ ଲାଗୁ ହେବାକୁ ଥିବା ସମୟ ସାରଣୀରେ ଟ୍ରେନ୍ ଆଗରେ ଲାଗୁଥିବା ଜିରୋ ବର୍ତ୍ତମାନ ହଟାଇଦିଆଯିବ  ।

ଏହା ପୂର୍ବରୁ ୨୦୧୯ରେ ଆସିଥିଲା ସମୟ ସାରଣୀ :

ଆପଣଙ୍କୁ କହିରଖୁ କି ଏହା ପୂର୍ବରୁ ୨୦୧୯ରେ ରେଲୱେର ସମୟ ସାରଣୀ  ଆସିଥିଲା । ଏହା ପରେ କରୋନା ମହାମାରୀ କାରଣରୁ ରେଲୱେ ସଂସ୍ଥାରେ ଟ୍ରେନଗୁଡ଼ିକର ସମୟ ସାରଣୀ ଅଟକି ରହିଥିଲା  । ଉତ୍ତର ମଧ୍ୟ ରେଲୱେ ସୂଚନା ଅନୁସାରେ ନଭେମ୍ବର ୧ରୁ ନୂଆ ସମୟ ସାରଣୀ ଆସିବାର ସମ୍ଭାବନା ରହିଛି  ।

 

 

ଟସ୍ ଜିତିଲା ନ୍ୟୁଜିଲାଣ୍ଡ; ବ୍ୟାଟିଂ କରୁଛି ଇଣ୍ଡିଆ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୧ରେ ଆଜି ଭାରତ ପାଇଁ କର ବା ମର ସ୍ଥିତି ଥିଲା ବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଫିଲଡିଂ ପାଇଁ ନିଷ୍ପତ୍ତି ନେଇଛି। ବିରାଟବାହିନୀଙ୍କ ନେତୃତ୍ୱରେ ଆଜି ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବ। କେଏଲ ରାହୁଲ ଓ ଇଶାନ୍‌ କିଶନ୍‌ ଓପନିଂ କରିବାକୁ ଯାଉଥିବା ବେଳେ ଦମଦାର ପ୍ରଦର୍ଶନ ନେଇ ଆଶା କରାଯାଉଛି।

ଭାରତୀୟ ଦଳରେ ୨ଟି ଅଦଳ ବଦଳ ହୋଇଛି । ଦଳରେ ଇଶାନ କିଷନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଛି । ସୂର୍ଯ୍ୟକୁମାର ଯାଦବ ଏବଂ ଭୁବନେଶ୍ବର କୁମାରଙ୍କୁ ଦଳରୁ ବାଦ ଦିଆଯାଇଛି । କ୍ୟାରିୟର ପ୍ରଥମ ବିଶ୍ବକପ ମ୍ୟାଚ ଖେଳିବାକୁ ଯାଉଛନ୍ତି ଇଶାନ କିଷନ ।

ଭାରତୀୟ ଟିମ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଇଶାନ କିଷନ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ

ଜଳବାୟୁ ପରିବର୍ତ୍ତନ ପାଇଁ ୨୦୫୦ ସୁଧା ଦେଶରେ ୨୫ ଗୁଣ ଅଧିକ ବଢିବ ଗରମ

ନୂଆଦିଲ୍ଲୀ: ଆଗାମୀ ଦୁଇରୁ ଚାରି ଦଶନ୍ଧି ମଧ୍ୟରେ ଭାରତରେ ଏତେ ଉତ୍ତାପ ହେବ ଯେ ଏଠାରେ ରହିବା କଷ୍ଟକର ହୋଇଯିବ । ଏହା ଆମେ କହୁ ନାହୁଁ । ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟରେ ଏହା କୁହାଯାଇଛି । ଇଂଲଣ୍ଡରେ ଗ୍ଲାସଗୋରେ ହେଉଥିବା ଜଳବାୟୁ ପରିର୍ତ୍ତନ ସମ୍ମିଳନୀ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି କି ଆଗାମୀ ୨୫ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ରୁ ୨୦୬୫ ମଧ୍ୟରେ ଭାରତ ପ୍ରବଳ ଉତ୍ତାପର ସମ୍ମୁଖୀନ ହୋଇପାରେ । ଏହି ରିପୋର୍ଟରେ କୁହାଯାଇଛି କି ଯଦି କାର୍ବନ ନିର୍ଗମନରେ ଏହି ହାର ରୁହେ ତେବେ ଭାରତକୁ ଏପରି ସ୍ଥିତି ଦେଖିବାକୁ ପଡ଼ିପାରେ ।

ଜି-୨୦ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଥିଲା । ତେବେ ଜଳବାୟୁକୁ ନେଇ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବିଶ୍ବନେତା ଏହି ସଭାରେ ଭାଗନେଇଥିଲେ । ଏହି ରିପୋର୍ଟ ଉପରେ ଇଟାଲିର Inter governmental Panel on Climate Change କହିଛି ଯେ ଜଳବାୟୁ ପରିବର୍ତ୍ତନ ଜି-୨୦ ସହ ବିଶ୍ବର ସମସ୍ତ ଦେଶ ଉପରେ ପ୍ରଭାବ ପଡ଼ିବ । ୪୦ ଜଣ ବୈଜ୍ଞାନିକଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ଏହି ଦେଶଗୁଡିକରେ ଉତ୍ତାପ ତରଙ୍ଗ ଯୋଗୁଁ ମୃତ୍ୟୁ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଏହିସମୟ ମଧ୍ୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କାନାଡା ଅଞ୍ଚଳରେ ଦେଢ଼ ଗୁଣରୁ ଅଧିକ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତର ବୃଦ୍ଧି ସହ ସ୍ବଚ୍ଛ ଜଳର ଉପଲବ୍ଧତା ଉପରେ ପ୍ରଭାବ ପକାଇଛି । ଜି-୨୦ ଦେଶରେ ଏମିତି କିଛି ଦିଗ ନାହିଁ ଯାହା ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହୋଇନାହିଁ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା କରାନଯାଏ ତେବେ ଆସନ୍ତା ୩୦ ବର୍ଷ ମଧ୍ୟରେ ବିଶ୍ବର ସମସ୍ତ ପ୍ରମୁଖ ଅର୍ଥନୀତି ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣରୁ ମରୁଡି, ଉତ୍ତାପ ବୃଦ୍ଧି ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇବ । ଯାହାଫଳରେ ଖାଦ୍ୟଶସ୍ୟ ଯୋଗାଣ ପ୍ରଭାବିତ ହେବା ସହ ପର୍ଯ୍ୟଟନ ମଧ୍ୟ ବାଧାପ୍ରାପ୍ତ ହେବ । ଦୁନିଆର କୌଣସି ଦେଶ ଏଥିରୁ ବର୍ତ୍ତି ପାରିବେ ନାହିଁ । ଯଦି ଭାରତ କଥା କହିବା ତାହାଲେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବ । କାହିଁକି ଭାରତର ଭୌଗଳିକ ସ୍ଥିତି ବହୁତ ଅଲଗା । ଗୋଟିଏ ପାର୍ଶ୍ବରେ ଏହାର ଉପକୂଳ ୭୫୦୦ କିଲୋମିଟର ଥିବାବେଳେ ଗୋଟିଏ ପାର୍ଶ୍ବରେ ରହିଛି ବିଶାଳ ହିମାଳୟ । ଭାରତର ୫୪ ପ୍ରତିଶତ ଅଞ୍ଚଳରେ ବହୁତ ଗରମ ଅନୁଭବ ହୁଏ । ଆଉ ଏବେ ଯଦି ଜଳବାୟୁ ପରିବର୍ତ୍ତନ ଉପରେ କୌଣସି ଠୋସ୍ ପଦକ୍ଷେପ ନ ନିଆଯାଏ ତେବେ ଏହା ଭାରତ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ।