ଶ୍ରୀମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ, ଖୋଲାଯିବ ଲୁହାଭାର

ପୁରୀ: ଗତ ୨୦୧୯ ମସିହା ଫନି ବାତ୍ୟାରେ ଲୁହା ଭାରା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା ଶ୍ରୀମନ୍ଦିରର । ସେହି ଆଧାରରେ ବିମଳା ମନ୍ଦିର ଓ କିଛି ପାର୍ଶ୍ୱ ମନ୍ଦିରରୁ ଲୁହା ଭାରା ଖୋଲିବାକୁ ନିଷ୍ପତି ହୋଇଛି । ଝଡ଼ ବତାସ ସମୟରେ ଯଦି ପ୍ରତିକୂଳ ପରିସ୍ଥିତି ଆସିବ ସେବାୟତ ମାନେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି  ।

ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ମହାପ୍ରଭୁଙ୍କ ନୀତି ସେହି ଜାଗାରେ ସ୍ଥଗିତ ରଖାଯିବ  । ପରବର୍ତୀ ସମୟରେ ନୀତିରେ ସୁଧାର ଆସିଲେ ନୀତିକୁ ଶୃଙ୍ଖଳିତ ରଖାଯିବ  । ସିଂହଦ୍ୱାର ସମ୍ମୁଖରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି  । ତେବେ ଆଜିର ନୀତିକାନ୍ତି ଶୃଙ୍ଖଳିତ ଅଛି । ସମୁଦ୍ର କୂଳରେ ଦିଗବାରେଣୀ ଖୁଣ୍ଟି ଠାରୁ ଲାଇଟ ହାଉସ ବେଳା ଭୂମି ପର୍ଯ୍ୟନ୍ତ ରେଡ ଫ୍ଲାଗ ଲଗାଇ ଦିଆଯାଇଛି  ।

ସମୁଦ୍ର କୂଳକୁ ସାଧାରଣ ଲୋକଙ୍କ ଅନୁମତି ନଥିବାବେଳେ  ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି  । ପୂର୍ବରୁ ଜାତୀୟ ପାଣିପାଗ ବିଭାଗରକ ସୂଚନା ମୁତାବକ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଛି  । ବିଶେଷକରି କୋଣାର୍କ, ବ୍ରହ୍ମଗିରି, ଗୋପ, ନିମାପଡ଼ା, ସତ୍ୟବାଦୀ, ଅସ୍ତରଙ୍ଗ ଓ ପୁରୀରେ ପ୍ରଶାସନ ସଜାଗ ହୋଇ ରହିଛି  ।

Leave a Reply