‘ଜୱାଦ’ ଦୁର୍ବଳ, ପ୍ରବଳ ବର୍ଷା ସହ କଟକ ଓ ଭୁବନେଶ୍ୱରରେ ଘଣ୍ଟାପ୍ରତି ୪୦ କିମି ବେଗରେ ପବନ

1 min read
Cyclone Jawad Weather advisory for Capital city Area

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ।

ପ୍ରଭାବରେ ଅଣ୍ଡରପାସ ନିକଟ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ । ବର୍ଷା ଯୋଗୁଁ ବେଶୀ ଦୂର ଦେଖାଯିବ ନାହିଁ । ଗଛ ମଧ୍ୟ ଭାଙ୍ଗିପାରେ । ରାତିରୁ ଟ୍ୱିନସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସକାଳ ୭ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୨ କିଲୋମିଟର ରେକର୍ଡ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

Leave a Reply