କାଟ୍ରିନା-ଭିକିଙ୍କ ବିବାହକୁ ନେଇ ଉପହାସ କଲେ ସୁଗନ୍ଧା- ସଙ୍କେତ; ଭାଇରାଲ ହେଉଛି ଭିଡିଓ

1 min read

ମୁମ୍ବାଇ: କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଭିକି କୌଶଲ ଏବଂ କାଟ୍ରିନା କୈଫ । ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭିକି-କାଟ୍ରିନା । ତେବେ ଭିକି-କାଟ୍ରିନାଙ୍କ ବିବାହକୁ ନେଇ ଉପହାସ କରିଛନ୍ତି କମେଡିଆନ ସୁଗନ୍ଧା ମିଶ୍ର ଓ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ । ଉଭୟ ସୁଗନ୍ଧା ଓ ସଙ୍କେତ ସୋସିଆଲ ମିଡିଆରେ ମଜାଦାର ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ସୁଗନ୍ଧା ମିଶ୍ର ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ସେ ଓ ସଙ୍କେତ ଉଭୟ ଭିକି କୌଶଲ ଓ କାଟ୍ରିନା କୈଫଙ୍କ ବିବାହକୁ ନେଇ ଉପହାସ କରିଛନ୍ତି ।  ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

A post shared by ??.?????? ??????? (@drrrsanket)

ଭିକି କୌଶଲ ଓ କାଟ୍ରିନାଙ୍କ ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି । ଏହି ଦୁଇ ବଲିଉଡ୍ ତାରକା ତାଙ୍କ ବିବାହକୁ ବହୁ ସିକ୍ରେଟ ସହ କରୁଛନ୍ତି । ଡିସେମ୍ବର ୬ରେ ଏହି ଦୁଇ ବଲିଉଡ ତାରକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ହୋଟେଲ ସିକ୍ସ୍ ସେନସ୍ ମଧ୍ୟ ପୂରା ପ୍ରସ୍ତୁତ ହୋଇସାରିଛି । ଭିକି କୌଶଲ ଓ କାଟ୍ରିନାଙ୍କ ବିବାହକୁ ୧୨୦ ଜଣ ଅତିଥି ଆସିବେ ବୋଲି ସୂଚନା ମିଳିଛି ।

 

 

Leave a Reply