ପ୍ରଥମ ପାଇକ ବିଦ୍ରୋହକୁ ନେଇ ଅସନ୍ତୋଷର ନିଆଁ, ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡ଼ି-କଂଗ୍ରେସର କୁତ୍ସାରଟନା

ଭୁବନେଶ୍ୱର: ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ତେଜୁଛି ଅସନ୍ତୋଷର ନିଆଁ । ଦଳ ମତ ନିର୍ବିଶେଷରେ ସବୁ ଦଳର ନେତା କେନ୍ଦ୍ରମନ୍ତ୍ରୀଙ୍କ ଏପରି ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ପ୍ରୀତିନେଇ ପ୍ରଶ୍ନ ଉଠାଇଛନ୍ତି ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହୁଥିବା କେନ୍ଦ୍ରମନ୍ତ୍ରୀମାନେ ଏବେ କାହିଁକି ଚୁପ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କହିଛନ୍ତି । ସେହିପରି ବିଜେଡି ମଧ୍ୟ କେନ୍ଦ୍ରର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି । ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ଦାବି କରିଥିଲେ ।

Leave a Reply