୬ ଜିଲ୍ଲାରେ ୩ ଘଣ୍ଟା ଧରି ପ୍ରବଳ ବର୍ଷିବ, ଜାରି ହେଲା ଅରେଞ୍ଜ ମେସେଜ୍

Orange Message Issued To 6 District Of Odisha For Rain Cyclone Jawad

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିବା ବେଳେ ପ୍ରଭାବ ଲାଗି ରହିଛି । ଶନିବାର ସନ୍ଧ୍ୟାରୁ ରାଜ୍ୟର ଉପକୂଳିଆ ଅଞ୍ଚଳରେ ଆରମ୍ଭ ହୋଇଥିବା ବର୍ଷା ରବିବାର ବି ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ମେସେଜ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ:‘ଜୱାଦ’ ଦୁର୍ବଳ, ପ୍ରବଳ ବର୍ଷା ସହ କଟକ ଓ ଭୁବନେଶ୍ୱରରେ ଘଣ୍ଟାପ୍ରତି ୪୦ କିମି ବେଗରେ ପବନ

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଅରେଞ୍ଜ ମେସେଜ ଦିଆଯାଇଛି । ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହେବ । ଦୃଶ୍ୟମାନ କ୍ଷମତା କମିଯିବା ସହ ଟ୍ରାଫିକ୍ ସମସ୍ୟା ଉପୁଯିବ ।

ଏଥିସହ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

ଗଭୀର ଅବପାତ ଏବେ ପୁରୀ ଠାରୁ ୨୭୦ କିମି ଦୂରରେ । ଗୋପାଳପୁରଠୁ ୨୦୦ କିମି ଓ ପାରାଦୀପ ଠାରୁ ୩୬୦ କିମି ଦୂରରେ ରହିଛି ‘ଜୱାଦ’ । କିଛି ସମୟ ପରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟରେ ପହଞ୍ଚିବ ।

Leave a Reply