ବଣାଇ: ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବରଡାବାହାଲ ନିକଟରେ ଆଜି ସଂଧ୍ୟାରେ ଘଟିଛି ଏ ଦୁର୍ଘଟଣା । ମୃତକ ଦୁଇ ବାଇକ୍ ଆରୋହୀ ହେଲେ ବଣାଇଁ ଥାନା ଉପରପଡା ଗାଁର ଘନଶ୍ୟାମ ବ୍ରହ୍ମା ଓ ଶିବୁ ମହାନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତଦେହ ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବଣାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆନ୍ଦୋଳନରତ ଡାକ୍ତରଙ୍କୁ ଆକ୍ରମଣ ଘଟଣା: ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ନିଲମ୍ୱନ ଦାବି କଲା ସଂଗଠନ
ନୂଆଦିଲ୍ଲୀ: ନିଟ୍ ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ । ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ କହିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏ ବିବାଦରେ ସମାଧାନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସଂଗଠନ ଦାବି କରିଛି । ନିଟ୍ ପିଜି କାଉନସେଲିଂରେ ବିଳମ୍ବ ଯୋଗୁଁ ହଜାର ହଜାର ଡାକ୍ତର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡାକ୍ତର ସଂଗଠନ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀ ସହ ଅନେକ ସହରର ହସ୍ପିଟାଲରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା ବିଫଳ ହୋଇଛି । ମାମଲା ସୁପ୍ରିମକୋର୍ଟରେ ଥିବାରୁ କାଉନସେଲିଂ ହୋଇପାରୁନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ନଭେମ୍ବର ୨୭ ତାରିଖରୁ ଡାକ୍ତରମାନେ ଆନ୍ଦୋଳନରେ ବସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଶ୍ୱାସନା ପରେ ଡିସେମ୍ବର ୯ ତାରିଖରେ ଆନ୍ଦୋଳନରୁ ହଟିଥିଲେ । ତେବେ ସପ୍ତାହେ ମଧ୍ୟରେ ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ।
#WATCH Resident doctors of AIIMS-Delhi protest over alleged police action over doctors during a protest march against delay in NEET-PG counselling yesterday
We will not let them leave the hospital campus and block roads, says ACP Safdarjung Enclave pic.twitter.com/RCLL5RrfCY
— ANI (@ANI) December 28, 2021
ସୂଚନା ଯୋଗ୍ୟ ଯେ, ନିଟ୍-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଡାକ୍ତରମାନେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ସମସ୍ତ ଫାଟକ ବନ୍ଦ କରି ଦେଇଥିଲା । ଏହାପରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ସୋମବାର ହୋଇଥିବା ସଂଘର୍ଷରେ ଉଭୟ ଡାକ୍ତର ଓ ପୋଲିସ ପକ୍ଷରୁ ଦାବି କରାଯାଇଛି କି ସେମାନଙ୍କ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି ।
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ପ୍ରଥମ ଇନିଂସରେ ୧୯୭ରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା
ସେଞ୍ଚୁରିୟନ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ କରିଛି । ସେଞ୍ଚୁରିୟନ ଟେଷ୍ଟରେ ଦମ୍ ଦେଖାଇଛନ୍ତି ଭାରତୀୟ ଦ୍ରୁତ ବୋଲର । ଭାରତୀୟ ଦ୍ରୁତ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୭ ରନ କରି ଅଲଆଉଟ ହୋଇଥିଲା । ଏଥିସହ ଭାରତ ୧୩୦ରେ ଲିଡ୍ ନେଇଥିଲା ।
Stumps on Day 3 of the 1st Test.#TeamIndia 327 and 16/1, lead South Africa (197) by 146 runs.
Scorecard – https://t.co/eoM8MqSQgO #SAvIND pic.twitter.com/CZrptKnPi8
— BCCI (@BCCI) December 28, 2021
ଦକ୍ଷିଣ ଆଫ୍ରିକା ତରଫରୁ ଟେମ୍ବା ବାଭୁମା ସର୍ବାଧିକ ୫୨ ରନ୍ କରିଥିବାବେଳେ ଅଧିନାୟକ ଡିନ୍ ଏଲାଗାର ୧ ରନ୍, ଏଡେନ ମର୍କରାମ ୧୩ ରନ୍, କିଗାନ ପିଟରସନ୍ ୧୫ ରନ୍ ଓ ଦୁସେନ ମାତ୍ର ୩ ରନ୍ କରି ଆଉଟ ହୋଇଥିଲେ । ମହମ୍ମଦ ସାମି ସର୍ବାଧିକ ୫ଟି ଓ୍ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଭାରତ ପ୍ରଥମ ଇନିଂସରେ ୧୩୦ ରନରେ ଆଗୁଆ ରହିଥିଲା । ତେବେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ଓ୍ୱିକେଟ ବିନିମୟରେ ୧୬ ରନ କରିଛି ।
ସଡ଼କ ଦୁର୍ଘଟଣାରେ ’ବଚପନ୍ କା ପ୍ୟାର’ ଗୀତର ପପୁଲାର ସିଙ୍ଗର ସହଦେବ ଡିରଡୋ ଗୁରୁତର
ସୁକମା: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ’ବଚପନ୍ କା ପ୍ୟାର’ ସିଙ୍ଗର ସହଦେବ ଡିରଡୋ । ’ବଚପନ୍ କା ପ୍ୟାର’ ଗୀତ ଗାଇ ଘରେ ଘରେ ବେଶ୍ ପରିଚିତ୍ ଥିଲେ ସହଦେବ । ତେବେ ଦୁର୍ଘଟଣା ପରେ ସେ ଗୁରୁତର ଥିବା ସୂଚନା ମିଳିଛି । ସହଦେବଙ୍କ ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ସୁକମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଥିଲା । ସଡ଼କ ଦୁର୍ଘଟଣାରେ ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଖବର ଜାଣିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୁକମା ଜିଲ୍ଲାପାଳଙ୍କୁ ଫୋନ କରି ସହଦେବଙ୍କୁ ଉନ୍ନତ ଚିକିତ୍ସା ଦେବା ପାଇଁ କହିଥିଲେ । ଏଥିସହ ବଲିଉଡ କଣ୍ଠଶିଳ୍ପୀ ବାଦଶାହା ମଧ୍ୟ ଏହି ଘଟଣା ପରେ ଟ୍ୱିଟ୍ କରି ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି ମୁଁ ସହଦେବଙ୍କ ପରିବାର ଓ ସାଙ୍ଗମାନଙ୍କ ସହ କଥା ହୋଇଛି । ସହଦେବ ଏବେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବାଦଶାହା ।
मुख्यमंत्री श्री @bhupeshbaghel ने सहदेव दिरदो की दुर्घटना की खबर पर दुःख जताते हुए कलेक्टर श्री विनीत नंदनवार @SukmaDist को त्वरित रूप से सर्वोत्तम चिकित्सा सहायता उपलब्ध कराने का निर्देश दिया है।
— CMO Chhattisgarh (@ChhattisgarhCMO) December 28, 2021
In touch with Sahdev’s family and friends. He is unconscious, on his way to hospital. Im there for him. Need your prayers 🙏
— BADSHAH (@Its_Badshah) December 28, 2021
ସହଦେବଙ୍କ ଘର ଛତିଶଗଡ଼ ସୁକମାରେ ଅଟେ । ଆଜି ସହଦେବଙ୍କ ବାସଭବନ ସୁକୁମାଠାରେ ହିଁ ତାଙ୍କର ଏହି ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଗୁରୁତର ଆହତ ହୋଇଥିବା ସହଦେବଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।
ଜାଲିଓ୍ବାନାବାଗ ହତ୍ୟାକାଣ୍ଡର ପ୍ରତିଶୋଧ, ହତ୍ୟା ଉଦ୍ୟମ କରି ଯୁବକ ଗିରଫ
ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା ଉଦ୍ୟମ । ଖ୍ରୀଷ୍ଟମାସରେ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଜଣେ ଶିଖ୍ ଯୁବକ ମହାରାଣୀଙ୍କ ପ୍ରସାଦରେ ପଶିଥିଲେ । ୧୯୧୯ ମସିହାରେ ଜାଲିଆନଓ୍ୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଯୁବକ ଜଣଙ୍କ ରାଣୀଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲେ । କିନ୍ତୁ ପୋଲିସ ଏହି ଯୁବକ ଜଣଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଛି । ବ୍ରିଟିଶ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଏହି ୧୯ ବର୍ଷିୟ ଯୁବକଙ୍କ ନାମ ହେଉଛି ଜସଓ୍ୱନ୍ତ ସିଂ ଛୋଲ ।
ଖ୍ରୀଷ୍ଟମାସ ଦିନ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଭିଡିଓରେ ଅଭିଯୁକ୍ତ ଜଣଙ୍କ କହିଛନ୍ତି କି ମୁଁ ଯାହା କରିଛି ଏବଂ ଯାହା କରିବି ସେଥିପାଇଁ ମୁଁ ଦୁଃଖିତ । ମୁଁ ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିବି । ୧୯୧୯ ଜାଲିଆନାଓ୍ୱାଲା ବାଗ୍ ହତ୍ୟାକାଣ୍ଡରେ ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପ୍ରତିଶୋଧରେ ମୁଁ ବ୍ରିଟେନ ରାଣୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବ ।
ଜସଓ୍ୱନ୍ତ ସିଂ କରିଥିବା ଭିଡିଓକୁ ସ୍କଟଲାଣ୍ଡ ୟାର୍ଡ ପୋଲିସ ଯାଞ୍ଚ କରୁଛି । ମହାରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଏକ ଭିନ୍ନ ଧରଣର ହୁଡି ଏବଂ ମାସ୍କ ପିନ୍ଧି ରାଜ ପ୍ରସାଦ ମଧ୍ୟରେ ପ୍ରବେଶ କରିଥିଲା । ସେ ରାଜପ୍ରସାଦ କାନ୍ଥ ଉପରକୁ ଚଢ଼ୁଥିବାର ସିସିଟିଭିରେ ଦେଖାଯାଇଥିଲା । ତାଙ୍କ ହାତରେ ଏକ ଧନୁ ତୀର ମଧ୍ୟ ଥିଲା । ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
୧୩ ଏପ୍ରିଲ ୧୯୧୯ରେ, ଜେନେରାଲ ଡାୟର ଅମୃତସରର ଜଲିଆନୱାଲା ବାଗରେ ରୋୱାଲାଟ ଆକ୍ଟ ବିରୋଧରେ ସଭା କରୁଥିବା ହଜାର ହଜାର ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅନ୍ତର୍ଭୁକ୍ତ ଥିଲେ । ୧୨ ଶହରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିଲେ। ଶହ ଶହ ମହିଳା, ବୃଦ୍ଧ ଏବଂ ଶିଶୁ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେଠାରେ ନିର୍ମିତ ଏକ କୂଅକୁ ଡେଇଁପଡିଥିଲେ ଯେଉଁଥିରେ ସେମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ।




