ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୱାର୍ଡ ଓ ବୁଥ୍ ତାଲିକା

1 min read
Ward And Booth List Of Municipal Elections

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି । ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ୪୮ ମୁନିସିପାଲିଟି ଓ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସର୍ବମୋଟ ୧୦୭ଟି ପୌରାଞ୍ଚଳ ରହିଛି । ୩ଟି ମହାନଗର ନିଗମ, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା ହେଉଛି ୧୭୬୩ । ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍‌ ସଂଖ୍ୟା-୩୧୭୭ । ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା-୧୬୮, ମହାନଗର ନିଗମର ସମୁଦାୟ ବୁଥ୍‌ ସଂଖ୍ୟା୧୪୦୭ ।

୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍‌ ସଂଖ୍ୟା ହେଉଛି ୪୫୮୪ । ସେହପରି ତିନିଗୋଟି ମହାନଗର ନିଗମର ସମୁଦାୟ ୧୬୮ଟି ୱାର୍ଡ ଓ ୧୪୦୭ଟି ବୁଥ୍‌ ଅଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ ଓ ୪୫୨ଟି ବୁଥ୍‌ ଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ଓ ୨୫୦ଟି ବୁଥ୍‌ ରହିଛି । ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ, ୭୦୫ଟି ବୁଥ୍‌ରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave a Reply