କୋଟିଆରେ ଚାଲିଛି ଗଣତନ୍ତ୍ରର ମହାପର୍ବ, ୧୩ଟି ବୁଥରେ ଭୋଟ ଦେଉଛନ୍ତି ଭୋଟର

କୋରାପୁଟ: ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । କୋରାପୁଟର କୋଟିଆରେ ମଧ୍ୟ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ୍ ଦେଉଛନ୍ତି କୋଟିଆବାସୀ ।

ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।

Leave a Reply