କାଳିଆ ପ୍ରେମୀଙ୍କ ପାଇଁ ଖୁସି ଖବର, ଦର୍ଶନ ପାଇଁ ଲୋଡ଼ା ନାହିଁ କୋଭିଡ୍ ଟିକା ପ୍ରମାଣ ପତ୍ର

1 min read
No Need To Carry Covid Vaccination Certificate To Puri Jagannath Temple

ପୁରୀ: ଭାବଭକ୍ତି ଆଗରେ ବାଧା ସାଜିବନି କରୋନା । କୋଭିଡ୍ ଟିକା ପ୍ରମାଣ ପତ୍ର ନଥିଲେ ଆଉ ଭକ୍ତଙ୍କୁ ମନା ହୋଇପାରିବ ନାହିଁ ଶ୍ରୀମନ୍ଦିର । ଆସନ୍ତା ସପ୍ତାହରୁ ୨୧ ତାରିଖରୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବ ନୂଆ ଏସଓପି । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜଉଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

No Need To Carry Covid Vaccination Certificate To Puri Jagannath Temple

ନୂଆ ଏସଓପି ଅନୁସାରେ, ସକାଳ ୬ଟାରୁ ରାତି ୯ଟା ଯାଏ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କୋଭିଡ୍ ସଂକ୍ରମଣ କମିଥିବାରୁ ଏଣିକି ଆଉ କୋଭିଡ୍ ଦ୍ୱିତୀୟ ଡୋଜ୍ ଟିକା କିମ୍ବା କୋଭିଡ୍ ନେଗେଟିଭ୍ ଆରଟି-ପିସିଆର୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ନାହିଁ । କିନ୍ତୁ ଭକ୍ତମାନେ କୋଭିଡ୍ କଟକଣା ମାନି ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବେ । ପୂର୍ବଭଳି ସାନିଟାଇଜ୍ ପାଇଁ ରବିବାର ମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିବ ।

ମନ୍ଦିରକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଯିବେ । ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ସେମାନଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ି କରାଯିବ । ଏଥିସହ ଭକ୍ତମାନେ ଧାଡ଼ିରେ ରହି ଦର୍ଶନ କରୁଥିବାରୁ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯିବ ।

Leave a Reply