ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟି-୨୦, ମ୍ୟାଚ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

1 min read

କୋଲକାତା: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଚାଲିଛି ଟି-୨୦ ସିରିଜ୍ । ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ଓ୍ୱିକେଟରେ ନିଜ ନାମରେ କରିଛି । ଯାହା ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ବିଜୟ ପରେ ଆଜି ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । କୋଲକାତାର ଇଡେନ ଗାର୍ଡେନରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏହି ମ୍ୟାଚ୍ । ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ମେନ ଇନ୍ ବ୍ଲୁ ।

କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପଡ଼ିଆକୁ ଓହ୍ଲାଇବ । ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷବ ପନ୍ଥ ଦଳରେ ସାମିଲ ହୋଇଛନ୍ତି । ସେପଟେ ଦିନିକିଆ ପରେ ଟି-୨୦ରେ ଆରମ୍ଭରୁ ପରାଜିତ ହୋଇ ବ୍ୟାକଫୁଟରେ ରହିଛି ଓ୍ବେଷ୍ଟଇଣ୍ଡିଜ । ତେବେ ମନୋବଳ ଦୃଢ଼ କରି ସିରିଜକୁ ଫେରବା ଲକ୍ଷ୍ୟରେ ଲଢେଇ କରିବ ଇଣ୍ଡିଜ୍ ।

ତେବେ ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ଅଧିନାୟକ ରୋହିତ ଶର୍ମା ଓ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଟି-୨୦ରେ ସର୍ବାଧିକ ରନ ସ୍କୋର କରିବା ରେସରେ ଏବେ ତିନି ଜଣ ଖେଳାଳି ରହିଛନ୍ତି । ଯେଉଁଥିରେ ଭାରତର ଉଭୟ ରୋହିତ ଓ ବିରାଟ ଅଛନ୍ତି । ଯଦିଓ ଏହି ରେସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗପ୍ଟିଲ ପ୍ରଥମ ସ୍ଥାନରେ ଅଛନ୍ତି । କିନ୍ତୁ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମା ଓ ବିରାଟ କୋହଲି ଗପ୍ଟିଲଙ୍କ ପଛରେ ପକାଇ ଶୀର୍ଷ ପହଞ୍ଚିବା ପାଇଁ ସୁଯୋଗ ରହିଛି ।

ଟିମ୍‌ ଇଣ୍ଡିଆର ସମ୍ଭାବ୍ୟ ଚୁଡ଼ାନ୍ତ ଏକାଦଶ:

ଇଶାନ କିଶନ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋୟୀ ଏବଂ ୟୁଜବେନ୍ଦ୍ର ଚହଲ

ଓ୍ବେଷ୍ଟଇଣ୍ଡିଜ୍‌ର ସମ୍ଭାବ୍ୟ ଚୁଡାନ୍ତ ଏକାଦଶ:

ବ୍ରେଣ୍ଡନ୍‌ କିଙ୍ଗସ, କାଇଲ୍‌ ମେୟର୍ସ, ନିକୋଲସ୍‌ ପୁରନ (ଓ୍ବିକେଟ୍ କିପର), ରୋଭମାନ ପାୱେଲ, କିରନ୍‌ ପୋଲାର୍ଡ (ଅଧିନାୟକ), ରୋଷ୍ଟନ୍‌ ଚେଜ୍‌, ଜେସନ୍ ହୋଲଡର, ରୋମାରିୟୋ ସେଫର୍ଡ, ଅକୀଲ ହୁସେନ୍‌, ଓଡିୟନ୍‌ ସ୍ମିଥ ଏବଂ ଫାବିୟନ୍ ଏଲେନ

Leave a Reply