ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଚଢ଼ାଉ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ପୋଖରୀପୁଟର କୋନିକା ଆପାର୍ଟମେଣ୍ଟରେ ଥିବା ଘର, ପାରଳାଖେମୁଣ୍ଡି ବି. ସୀତାପୁରର ପୈତୃକ ଘର, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ଶକ୍ତିନଗରରେ ଥିବା ୨ମହଲା କୋଠାରେ ଚାଲିଛି ରେଡ୍ । ଏହାସହ ସୁନାବେଡାରେ ଥିବା ଏନଏସି ଅଫିସ ଓ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଛାପା । ଏହି ଭିଜିଲାନ୍ସ ଚଢ଼ାଉରେ ୫ ଡିଏସପି, ୮ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

Leave a Reply