ମାସେ ମଧ୍ୟରେ ଦ୍ୱିତୀୟ ଥର ଅଚଳ ହେଲା ଟ୍ୱିଟର, ସୁରକ୍ଷିତ ଅଛି ଲୋକଙ୍କ ଡାଟା

ନୂଆଦିଲ୍ଲୀ: ପୁଣି ଅଚଳ ହୋଇଗଲା ଟ୍ୱିଟର । ଦ୍ୱିତୀୟ ଥର ପାଇଁ ଅଚଳ ହୋଇଗଲା ଟ୍ୱିଟର । ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁଡାଉନ ହେଲା ଟ୍ୱିଟର ସର୍ଭର । ଭାରତ ସମେତ ଅନେକ ଦେଶରେ ଗୁରୁବାର ରାତି ୯ଟା ୪୧ ମିନିଟରୁ କିଛି ସମୟ ଲାଗି ଟ୍ୱିଟର ଅଚଳ ହୋଇଯାଇଥିଲା । ସର୍ଭର ଡାଉନ ହୋଇଯିବା ଯୋଗୁ ଏହି ସମସ୍ୟା ଉପୁଜିଥିବା ନେଇ କମ୍ପାନି ଦର୍ଶାଇଛି । ଟ୍ବିଟରକୁ ହ୍ୟାକ୍ କରିବା ଲାଗି ଉଦ୍ୟମ ହେବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇଥିଲା । ତିନିଟି ମାର୍ଗ ଅର୍ଥାତ କ୍ରେଡିବିଲିଟି, ଇଣ୍ଟିଗ୍ରିଟି ଓ ଆଭେଲିବିଲିଟି ବା ସିଆଇଏ ଜରିଆରେ ଟ୍ବିଟରକୁ ହ୍ୟାକରମାନେ ଟାର୍ଗେଟ କରିଥିଲେ ।

ତେବେ ୟୁଜରମାନଙ୍କ ଆକାଉଣ୍ଟ ନିରାପଦ ରହିଥିବାବେଳେ ସେମାନଙ୍କ ତଥ୍ୟ ଲିକ୍ ହୋଇନାହିଁ ବୋଲି କହିଛି କମ୍ପାନୀ । ଗତ ଫେବ୍ରୁଆରୀ ୧୧ରେ ମଧ୍ୟ ଟ୍ୱିଟର ଅଚଳ ହୋଇଯାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ମାଇକ୍ରୋବ୍ଲଗିଂ ସାଇଟ ଅଚଳ ହୋଇଯିବାରୁ ଭାରତ, ଆମେରିକା ସମେତ ଅନେକ ରାଷ୍ଟ୍ରରେ ୟୁଜର୍ସମାନେ ସମସ୍ୟାରେ ପଡ଼ିଥିଲେ ।

 

Leave a Reply