spot_img
Home Blog Page 4601

ଗଜପତିରେ ବିଜେଡିର ଗର୍ଜନ, ଯୋଗଦେଲେ ବିଜେପି ନେତ୍ରୀ

ଗଜପତି: ଭାଙ୍ଗୁଛି ବିଜେପି, ବଢୁଛି ବିଜେଡି। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ବୁଧବାର ମୋହନାରେ ପୁଣି ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମୋହନା ଜିଲ୍ଲା ପରିଷଦ ସଦସ୍ୟା ଅନିତା ରାଣୀ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୋହନା କଲେଜ ଛକ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଅନୀତା ରାଣୀ ।

ସେପଟେ ତାଙ୍କ ସହ ବିଜେପିର ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ତଥା ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ନବାଗତଙ୍କୁ ସ୍ୱାଗତ କରିଥିଲେ ।

ଜାମିନ ନେଲେ କେନ୍ଦ୍ରମନ୍ତ୍ରୀ, ସମାଲୋଚନା କଲେ ବିଜେଡି ନେତା

ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ବିବାଦରେ ଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ  । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଲା ଆଗୁଆ ଜାମିନ । କେନ୍ଦ୍ରମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ଆଗୁଆ ଜାମିନ । ତଦନ୍ତରେ ଆଇଆଇସିଙ୍କୁ ସହଯୋଗ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୪ରେ ବାରିପଦା ଆଇଆଇସିଙ୍କ ନିକଟରେ ହାଜର ପାଇଁ ହୋଇଛି ନିର୍ଦ୍ଦେଶ । ମାର୍ଚ୍ଚ ୮ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ବିଶେଶ୍ୱର ଟୁଡୁଙ୍କ ଆଗୁଆ ଜାମିନ ଆବେଦନ ମାମଲାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ପଦ ମର୍ଯ୍ୟାଦା ଦୃଷ୍ଟିରୁ ଜଣେ କେନ୍ଦ୍ରମନ୍ତ୍ରୀ ନିକଟରେ ଏହା ଶୋଭା ପାଉନାହିଁ ବୋଲି ସେ କହିଛନ୍ତି । ବିଜେଡି ସୁପ୍ରିମୋଙ୍କ ଠାରୁ ବିଜେପି ଶିକ୍ଷା ନେବା କଥା ବୋଲି କହିଛନ୍ତି ବିଜେଡ଼ି ନେତା ।

ବିଜେପି ନେତାଙ୍କୁ ଆକ୍ରମଣ କରି ବିଜେଡି ବିଧାୟକ ଦଳରୁ ନିଲମ୍ବିତ ହୋଇଥିଲେ । କିନ୍ତୁ ବିଜେପି ନେତାଙ୍କ ଏପରି କାର୍ଯ୍ୟରେ ଏପର୍ଯ୍ୟନ୍ତ ନେତୃତ୍ୱ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଦେବଶିଷ । ବିଶେଶ୍ୱର ଟୁଡୁ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଥାନାକୁ ଯାଇ ତଦନ୍ତରେ ସହଯୋଗ କରନ୍ତୁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

୪୦ ବର୍ଷର ସମସ୍ୟାର ସମାଧାନ, ଉପକୃତ ହେବେ ୨ ହଜାର ପରିବାର

ଭୁବନେଶ୍ୱର: ଚାରି ଦଶନ୍ଧିର ଜଙ୍ଗଲ ଜମି ବିବାଦର ସମାଧାନ । ଭୁବନେଶ୍ୱର ବିଡିଏ ଏବଂ ଓଏସଏଚବି ଅଞ୍ଚଳରେ ଜଙ୍ଗଲର କିସମକୁ ନେଇ ଥିବା ବିବାଦର ସମାଧାନ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାମଲାର ସମାଧାନ ହୋଇଛି । ବରମୁଣ୍ଡା, ପାଇକନଗର, କାନନ ବିହାର, ଜୟଦେବ ବିହାର ଅଞ୍ଚଳରେ ରହୁଥିବା ଲୋକ ମାନେ ବିଶେଷ ଭାବେ ଉପକୃତ ହେବେ । ପାଖାପାଖି ଦୁଇ ହଜାର ପରିବାର ଲୋକ ଉପକୃତ ହେବେ । ୧୯୭୦ ମସିହାରୁ ଏହି ଜଙ୍ଗଲ କିସମ ବିବାଦ ଲାଗି ରହିଥିଲା । ଆଜି ଏହି ବଡ଼ ସମସ୍ୟାର ସମାଧାନ ହୋଇଛି  ।

ନନ୍ଦିଘୋଷ ଟିଭି ପ୍ରଭାବ: ଟଙ୍କା ବାଣ୍ଟୁଥିବା ପ୍ରାର୍ଥୀଙ୍କ ନାଁରେ ଏତଲା

ବଲାଙ୍ଗୀର: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ନେଲା କାର୍ଯ୍ୟାନୁଷ୍ଠାନ  । ବଲାଙ୍ଗୀର ଠେମେରା ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ପ୍ରଚାର ବେଳେ ଟଙ୍କା ବାଣ୍ଟିବା ଘଟଣା ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାର କରାଯାଇଥିଲା  । ଏନେଇ ଜିଲ୍ଲା ପ୍ରଶାସନ ଉକ୍ତ ପ୍ରାର୍ଥୀଙ୍କ ବିରୋଧରେ ଏତଲା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସିନ୍ଧେକେଲା ଥାନାରେ ଏତଲା ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏତଲା ଦେଇଛନ୍ତି ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ପଠାଇଛି। ବରକାନୀ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ୍‌ ଖୁଲମଖୁଲା ଟଙ୍କା ବାଣ୍ଟିବା ଭିଡ଼ିଓ ଭାଇରାଲ ହୋଇଥିଲା। ତେବେ ତଦନ୍ତ ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଏକପାଖିଆ ତଦନ୍ତ କରି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣାଟି ଲକ୍ଷ୍ମୀପୂଜା ବେଳର କହି ଲକ୍ଷ୍ମୀକାନ୍ତଙ୍କୁ କ୍ଲିନ୍ ଚି୍ଟ ଦେଇଥିଲେ ତହସିଲଦାର। ଏହାପରେ ଏକପାଖିଆ ତଦନ୍ତ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ  ଗ୍ରାମବାସୀ  ।

ଏହାପରେ ତଦନ୍ତ ଦାୟିତ୍ୱରୁ ବାଦ ପଡିଥିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ। ତାଙ୍କ ସ୍ଥାନରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ମହାଜନଙ୍କୁ ପୁନଃତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ଓ ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ବୟାନ୍ ରେକର୍ଡ କରିଥିଲେ ଟିଟଲାଗଡ଼ ଉପଜିଲ୍ଲାପାଳ। ଏହାପରେ ସିନ୍ଧେକେଲା ଥାନାରେ ଏତଲା ଦେଇଛି ଜିଲ୍ଲା ପ୍ରଶାସନ ।

ପିଶାଚୀ ପତ୍ନୀ: ଧାରୁଆ ଛୁରୀରେ ସ୍ୱାମୀର ବେକ କାଟିଲା ସ୍ତ୍ରୀ

ଆଠଗଡ଼: ପାରିବାରିକ କଳହର କରୁଣ ପରିଣତି  । ସ୍ତ୍ରୀ ନିଜେ ପୋଛିଦେଲା ନିଜ ସିନ୍ଦୁର  । ସ୍ୱାମୀକୁ ଛୁରି ଭୁସି ବିଭତ୍ସ ହତ୍ୟା କଲା ସ୍ତ୍ରୀ । ସ୍ତ୍ରୀର ଛୁରାମାଡ଼ରେ ଘଟଣାସ୍ଥଳରେ ହିଁ ସ୍ୱାମୀର ମୃତ୍ୟୁ ଘଟିଛି । ଆଠଗଡ଼ ଏନଏସି ୪ନମ୍ବର ୱାର୍ଡରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତ ସ୍ୱାମୀ ହେଲେ ହରିଜନ ସାହିର ମଙ୍ଗୁଳି ନାଏକ । ହତ୍ୟାକାରୀ ପତ୍ନୀ ହେଲେ ରୀନା ନାଏକ । ମିଳିଥିବା ସୂଚନା ମୁତାବକ ମଙ୍ଗୁଳି ରୀନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରୀନା ମଧ୍ୟ ପୂର୍ବରୁ ଆଉ ଜଣଙ୍କୁ ବିବାହ କରି ପରେ ମଙ୍ଗୁଳିଙ୍କୁ ପ୍ରେମ ବିବାହ କରିଥିଲେ ।

ପରବର୍ତ୍ତୀ ସମୟରେ ବିବାହ ପରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହି କଳହ ଆଜି ଉଗ୍ର ରୂପ ନେଇଥିଲା  । ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା  । ସେପଟେ ଘରେ ଥିହା ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପେଟକୁ ଆକ୍ରମଣ କରିଥିଲେ ସ୍ତ୍ରୀ ରୀନା । ଘଟଣାସ୍ଥଳରେ ମଙ୍ଗୁଳିଙ୍କରମ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପତ୍ନୀ ରୀନାଙ୍କୁ ପୋଲିସ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି ।

ମଠରେ ପଡିଲା ରକ୍ତ ଛିଟା, ଯୁବକକୁ ବଳି ଦେଇଥିବା ସନ୍ଦେହ

ଢେଙ୍କାନାଳ: ମଠରେ ପଡିଲା ରକ୍ତ ଛିଟା । ଢେଙ୍କାନାଳ ଭୁବନରେ ମଠ ମହନ୍ତ ଜଣେ ଯୁବକଙ୍କୁ ବଳି ଦେଇଥିବା ସନ୍ଦେହ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଘଟିଛି ବୀଭତ୍ସ ହତ୍ୟା । ଟାଙ୍ଗିଆ ଜବତ କରି ମହନ୍ତକୁ ଅଟକ ରଖି ଜେରା କରୁଛି ପୋଲିସ । ମୃତଦେହ ନିକଟରୁ ଏକ ବାଇକ ଓ ରକ୍ତ ଲଗା ପଥର ଖଣ୍ଡ ପଡିଥିବା ଦେଖିବାକୁ ମିଳିଛି । ସେପଟେ ଉକ୍ତ ଯୁବକକୁ ବଳି ଦେଇଥିବା ସନ୍ଦେହ କରି ଉତ୍ୟକ୍ତ ଲୋକ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ମହନ୍ତକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ମହନ୍ତ ବାବା ଦଶରଥର ଘର ଭଙ୍ଗାରୁଜା କରିଛନ୍ତି ।

ଘଟଣାରେ ଗଁଦିଆ ପୋଲିସର ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ହେଲେ ଭୁବନ ବିଜ୍ଞାପିତ ପରିଷଦ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବ ବୁଲି ବୁଲି ଲୁହା ଟିଣ ଆଦି କିଣି କବାଡିରେ ବିକ୍ରି କରିଥାନ୍ତି । କିନ୍ତୁ କିପରି ତାଙ୍କର ମୃତ୍ୟୁ ଘଟିଲା, କିଏ ତାଙ୍କୁ ହତ୍ୟା କଲା ? ତେବେ ତାଙ୍କ ହତ୍ୟା ପଛର କାରଣ କଣ ? ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ସେପଟେ ହତ୍ୟାକାରୀଙ୍କୁ ଗିରଫ ଏବଂ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ।

IPL ମେଗା ନିଲାମ ପୂର୍ବରୁ ନାଁ ଘୋଷଣା କଲା ଅହମଦାବାଦ ଫ୍ରାଞ୍ଚାଇଜ, ଜାଣନ୍ତୁ କ’ଣ ରହିଛି ଏହି ଦଳର ନାଁ…

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଥର ଭାଗ ନେଉଥିବା ଅହମଦାବାଦ ତା’ର ନାଁ ଘୋଷଣା କରିଛି । ଗୁଜୁରାଟ ଟାଇଟନ୍ ଭାବରେ ଏହି ଦଳ ପଡ଼ିଆକୁ ଓହ୍ଲାଇବ । କିଛି ଦିନ ଧରି ଏହି ଦଳର ନାଁକୁ ନେଇ ଚର୍ଚ୍ଚା ଜାରି ରହିଥିଲା । ଶେଷରେ ଆଜି ଅହମଦାବାଦ ଦଳ ପକ୍ଷରୁ ବିଧିବଦ୍ଧ ଭାବରେ ଦଳର ନାମ ଘୋଷଣା ହୋଇଛି । ୧୨ ଓ ୧୩ ଫେବ୍ରୁଆରୀରେ ହେବାକୁ ଥିବା ମେଗା ଅକ୍ସନ ପୂର୍ବରୁ ନାଁ ଫ୍ରାଞ୍ଚାଇଜ୍ ନାମ ଘୋଷଣା କରିଛି । ଏନେଇ ଦଳ ଟ୍ୱିଟ କରି ସୂଚନା ଦେଇଛି ।

ଗୁଜୁରାଟ ଟାଇଟନ୍ସ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେଉଛି । ଏହି ଦଳର ନେତୃତ୍ୱ ନେବେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । CVC ଗ୍ରୁପର ଟିମ୍ ଅହମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରସିଦ ଖାନ ଓ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ମେଗା ନିଲାମ ପୂର୍ବରୁ ଦଳରେ ଯୋଡିଛନ୍ତି । ଗୁଜୁରାଟ ଟାଇଟନ୍ସ ସହ ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ମୁଖ୍ୟ କୋଚ ଭାବରେ ଦାୟିତ୍ୱ ମିଳିଛି । ସେହିପରି ଟିମ୍ ଇଣ୍ଡିଆକୁ ୨୦୧୧ରେ ବିଶ୍ୱ ବିଜୟୀ କରାଇଥିବା କୋଚ ଗ୍ୟାରୀ କ୍ରିଷ୍ଟନ ମେଣ୍ଟର ଭାବରେ ଏହି ଦଳରେ ରହିବେ ।

ଆଜି ପୁରୀ ଗଜପତି ମହାରାଜାଙ୍କ ଝିଅ ବାହାଘର, ବର୍ଦ୍ଧମାନ ରାଜକୁମାରଙ୍କ ସହ ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର: ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଗଜପତିଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ହେଉଛି । ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରୁଛନ୍ତି ଦେବେଶୀ । ବିବାହ ପୂର୍ବରୁ ପାଟମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି । ଆଜି ରାତିରେ ଦେବେଶୀ ଓ ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧିହେବେ । ଭୁବନେଶ୍ବରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ହେଉଛି । କୋଭିଡ୍‌ କଟକଣା ମଧ୍ୟରେ ଗଜପତିଙ୍କ ଝିଅ ବାହାଘର ହେଉଛି । ଏହା ଗଜପତି ମହାରାଜାଙ୍କ ପରିବାରର ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରାଜ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହିଛନ୍ତି ।

ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ, ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ପ୍ରଖ୍ୟାତ ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ । ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ ଦିଆଯାଇପାରିବ ନାଜାଲ ସ୍ପ୍ରେ । ସାନଓଜି କମ୍ପାନି ସହ ସହଭାଗିତାରେ ଗ୍ଲେନମାର୍କ ପ୍ରସ୍ତୁତ କରିଛି ଏହି ନାଜାଲ ସ୍ପ୍ରେ । ଫାବି ସ୍ପ୍ରେର ଫେଜ୍ ୩ ଟ୍ରାଏଲ ସଫଳ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୪ ଘଣ୍ଟା ପରେ କୋଭିଡ ନିରାକରଣ ୯୪ ପ୍ରତିଶତ ହ୍ରାସ ପାଉଥିବାବେଳେ ୪୮ ଘଣ୍ଟା ଭିତରେ ନିରାକରଣ ହାର ୯୯ ପ୍ରତିଶତ ରହୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଥିଲା ।

ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ’ ଭାରତରେ ଫାବିସ୍ପ୍ରେ ବ୍ରାଣ୍ଡରେ ବିତରଣ କରାଯିବ । ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି- ଏହି ସ୍ପ୍ରେ ପ୍ରୟୋଗ ହେବା ଫଳରେ ମାନବ ଶରୀରରେ କୋଭିଡ ଭୂତାଣୁ ଭୌତିକ ଓ ରାସାୟନିକ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରେ । ଯାହାଫଳରେ କୋଭିଡ ଭୂତାଣୁ ଫୁସଫୁସ ଭିତରକୁ ପ୍ରବେଶ କରି ନଥାଏ ।

ସତରେ କ’ଣ ଲତା ସହି ପାରୁନଥିଲେ ଆଶାଙ୍କ ସଫଳତା ?

ନନ୍ଦିଘୋଷ ବ୍ୟୁରୋ: ଲତା ମଙ୍ଗେସକର। ଏହି ନାଁ ପ୍ରତ୍ୟକଟି ଭାରତୀୟଙ୍କ ହୃଦୟରେ ଛପିଯାଇଛି । ସୂର ସମ୍ରାଜ୍ଞୀ କୁହ କି କୋକିଳ କଣ୍ଠି, ଲତା ମଙ୍ଗେସକରଙ୍କର ଜଣେ ଏମିତି ମହାନ ବ୍ୟକ୍ତିତ୍ୱ ଯାହାଙ୍କର କୌଣସି ବିକଳ୍ପ ନାହାଁନ୍ତି । ନା ତାଙ୍କ ପରି କିଏ ଅଛି ନା କେବେ ଆସିବେ । ହଜାର ହଜାର ଗୀତରେ ନିଜର ସୁମଧୂର କଣ୍ଠ ଦେଇଥିବା ଲତା ପ୍ରତ୍ୟେକ ପିଢିର ପସନ୍ଦ। ସାତ ସୂରର ମଲ୍ଲିକା ଲତା ଆଜି ଏ ଦୁନିଆରେ ନାହାଁନ୍ତି ସତ, କିନ୍ତୁ ତାଙ୍କ ସ୍ୱର ଜରିଆରେ ସେ ସବୁବେଳେ ଅମର। ୩୬ଟି ଭାଷାରେ ପ୍ରାୟ ୩୦ ହଜାର ଗୀତ ଗାଇଥିବା ଲତା ଦିଦିଙ୍କ ସଫଳତା ସିଧା ଆକାଶକୁ ଛୁଇଁଥିଲା । ଭାରତରେ ଅନେକ ତାଙ୍କୁ ଦେବୀ ସରସ୍ୱତୀଙ୍କ ଚଳନ୍ତି ପ୍ରତିମା ଭାବେ ପୂଜା କରନ୍ତି। କିନ୍ତୁ ଆପଣ ଜାଣନ୍ତି ଏମିତ ଏକ ସମୟ ଥିଲା ଯେତେବେଳେ ତାଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ ସେ ଚାହୁଁନଥିଲେ ଯେ ତାଙ୍କ ସାନ ଭଉଣୀ ଆଶାଙ୍କୁ ବେଶି ସଫଳତା ମିଳୁ। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଅନେକ ଲତାଙ୍କୁ ସ୍ୱାର୍ଥପର ମଧ୍ୟ କହିବାକୁ ଲାଗିଲେ ।

ହେଲେ ଏ ଚର୍ଚ୍ଚାରେ ସେତେବେଳେ ପୂର୍ଣ୍ଣଛେଦ ପଡ଼ିଥିଲା ଯେତେବେଳେ ଲତା ଓ ଆଶାଙ୍କ ଭଉଣୀ ମୀନା ତାଇ ସାମ୍ନାକୁ ଆସିଥିଲେ ଆଉ ଦୁଇ ଭଉଣୀଙ୍କ ସମ୍ପର୍କ ଉପରୁ ପରଦା ଉଠାଇଥିଲେ । ଏକ ସାକ୍ଷାତକାରରେ ମୀନା ତାଇ କହିଥିଲେ ଯେ ଏମିତି କିଛି ବି ନାହିଁ । ଜଣେ କଳାକାରଙ୍କର ଯେତେ ପ୍ରଶଂସକ ଥାନ୍ତି, ସେତେ ଶତ୍ରୁ ମଧ୍ୟ ଥାନ୍ତି । ଆଉ ସେହି ଶତ୍ରୁମାନେ ଚାହୁଁଥିଲେ ଯେ ଏହି ଦୁଇ ଭଉଣୀ ଯେମିତି ଅଲଗା ହୋଇଯାଆନ୍ତୁ। ସେଥିପାଇଁ ଦୁହିଁଙ୍କ ଭିତରେ ଝଗଡା ଲଗାଇବାକୁ ଚେଷ୍ଟା କରୁଥିଲେ।” ମୀନା ତାଇ ଆହୁରି କହିଥିଲେ- “ଲୋକଙ୍କୁ କିଛି ତ ଦରକାର ନା, ତାଙ୍କର ଏତେ ନାଁ ହେଉଛି ଏତେ ସଫଳତା ମିଳୁଛି ତାଙ୍କୁ ବଦନାମ କରିଦିଅ । ଲତାଙ୍କ ନାଁକୁ ଖରାପ କରିବା ପାଇଁ ଏ ସବୁ ମିଛ ଗୁଜବ ପ୍ରଚାର କରାଯାଇଥିଲା”। ଆଶା ବାହାହେବା ପରେ ତ ଆଉ ସେ ଆସି ଆମ ଘରେ ରହିପାରିବେନି, ସେଥିପାଇଁ ସେ ନିଜ ଘରେ ରୁହନ୍ତି । ଉଭୟ ଭଉଣୀ ପରସ୍ପରକୁ ନେଇ କେବେ ବି ଖରାପ ଚିନ୍ତା କରିନାହାଁନ୍ତି। ସେମାନଙ୍କ ସମ୍ପର୍କ ବହୁତ ଭଲ । ଦୁହେଁ ପରସ୍ପରକୁ ବହୁତ ଭଲପାଆନ୍ତି। ଲେକେ କେତେ ବି କୁହନ୍ତୁ ଯେ ଆଶା ଆମଠୁ ଦୂରେଇଯାଇଛି, କିନ୍ତୁ ଆମେ ସବୁ ଏକାଠି ଖୁସିରେ ଅଛୁ।”