ସଫେଇ ଦେଉଛି ହତ୍ୟାକାରୀ ଶର୍ମିଷ୍ଠା, ଆଶ୍ଚର୍ଯ୍ୟ କରୁଛି ସିକ୍ରେଟ୍ ଭିଡ଼ିଓ

ଭୁବନେଶ୍ୱର: ନନ୍ଦିଘୋଷ ଟିଭି ହାତରେ ଲାଗିଛି ମାନସ ହତ୍ୟାକାରୀ ଶର୍ମିଷ୍ଠାର ସାଙ୍ଘାତିକ ଭିଡିଓ । ହତ୍ୟା କରିସାରି ଅଭିନୟ କରୁଥିଲା ଶର୍ମିଷ୍ଠା ରାଉତ, ମୃତ ମାନସର ସହଯୋଗୀ ଏବଂ ତାଙ୍କ ମାଆଙ୍କ ଆଗରେ ଦେଉଥିଲା ଏମିତି ସଫେଇ ।  ସାମ୍ନାକୁ ଆସିଲା ଶର୍ମିଷ୍ଠାର ସିକ୍ରେଟ୍‌ ଭିଡିଓ। ମାନସଙ୍କୁ ମର୍ଡର ପରେ କେମିତି ଖୋଲାଖୋଲି ମିଛ କହିଥିଲା ମାଷ୍ଟରମାଇଣ୍ଡ। ସାମନାକୁ ଆସିଲା ନୂଆ ଭିଡିଓ । ମାନସ ଅନେକ ଦିନ ଧରି ଘରକୁ ନଫେରିବା ପରେ ବ୍ୟସ୍ତ ହୋଇ ପଡ଼ିଥିଲେ ତାଙ୍କ ପରିବାର ଲୋକ। ଚାନ୍ଦବାଲିରେ ବାହାଘର ସୁଟିଂ ପାଇଁ ଯାଇଥିଲେ ମାନସ । ହେଲେ ସେଠୁ କୁଆଡ଼େ ଗଲେ ?

ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ମିଳିନଥିଲା ମାନସଙ୍କ ପତ୍ତା । ଏହାପରେ ମାନସଙ୍କ ସହଯୋଗୀଙ୍କ ମାଆ ଶର୍ମିଷ୍ଠା ପାଖକୁ ଆସିଥିଲେ। ମାନସଙ୍କ ସଂପର୍କରେ ପଚାରିବାରୁ ସିଧା ସିଧା ଫାଙ୍କି ଦେଇଥିଲା ଶର୍ମିଷ୍ଠା। ମାନସଙ୍କୁ ଚାନ୍ଦବାଲିରୁ କିଡନାପ୍‌ କରି ଆଣିବା ପରେ ଭୁବନେଶ୍ୱରରେ ନିର୍ଯାତନା ଦେଇଥିଲେ ଅଭିଯୁକ୍ତ । ଦୟାଲ ଆଶ୍ରମରେ ମାନସଙ୍କୁ ପିଟି ପିଟି ମାରି ଦେଉଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରଣପୁର ନିକଟରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ ।

କିନ୍ତୁ ହତ୍ୟା କରିବା ପରେ ବି ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲା ଶର୍ମିଷ୍ଠା। ଚୋର ମୁହଁ ଟାଣ ଭଳି, ମେମୋରୀ ଚିପ୍‌ ନେଇ ଅଣ୍ଡରଟେକିଂ ଲେଖେଇ ମାନସଙ୍କୁ ଛାଡ଼ି ଦେଇଥିବା ମିଛ କହିଥିଲା ମୁଖ୍ୟ ଅଭିଯୁକ୍ତ । ଏପରିକି ପୋଲିସକୁ ସହଯୋଗ ଛଡ଼ା ଆଉ କିଛି ଉପାୟ ନଥିବା କହିଥିଲା । ତେବେ ମୃତ୍ୟୁ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଏଭଳି ବିବୃତ୍ତି ଆଶ୍ଚର୍ଯ୍ୟ କରିଛି  । ହତ୍ୟା କରିଥିବା ଜଣେ ଅପରାଧି କିପରି ମୁହଁ ଟାଣରେ କଥା କହୁଛନ୍ତି, ଅଣ୍ଡରଟେକିଂ ଲେଖି ମାନସକୁ ଛାଡି ଦେଇଥିବା କହୁଛି  । ଆଉ ଏକଥା ମଧ୍ୟ କହୁଛି ଯେ, ମାନସ ଅପହରଣରେ ମୋର କି ଦୋଷ ?