spot_img
Home Blog Page 4600

ବିଦ୍ୟୁତ ଆଘାତରେ ପୁଣି ପ୍ରାଣ ହାରିଲେ ଗଜରାଜ

କଳାହାଣ୍ଡି: ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ  । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

ଜାମପଡ଼ା ଚାଷ ଜମିରେ ମାଈ ହାତୀ ମୃତ୍ୟୁବରଣ କରିଛି । ବନ ବିଭାଗ ପକ୍ଷରୁ ରେଞ୍ଜର ପହଁଚିଛନ୍ତି । ତେବେ ଗତ ବର୍ଷ ଫେବୃଆରୀ ମାସରେ  7ଟି ହାତୀ ମୃତ୍ୟୁ ହୋଇଥିଲା  । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଥିଲା  ।  ମୃତ ମାଈ ହାତୀର ବୟସ ପାଖାପାଖି 22ରୁ 25 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

ଦିନକୁ ଦିନ ହାତୀ ବଂଶ ସଂଖ୍ୟା ହ୍ରାସ ଘଟିବାରେ ଲାଗିଛି  । ବିଲୁପ୍ତ ହେବାକୁ ବସିଲାଣି ଏହି ଜାତି  । ମାନବ ଜନବସତି ବଢି ଚାଲିଥିବାବେଳେ ଜଙ୍ଗଲ କ୍ରମାଗତ ବିଲୀନ ଦ୍ୱାରରେ  । ସେପଟେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଚାଲି ଆସୁଥିବା ଏହି ଜୀବ କେତେବେଳେ ମଣିଷ ସହ ସାମ୍ନାସାମ୍ନି ହେଉଛନ୍ତି  । ତେବେ ବର୍ଷକ ତଳେ ୭ଟି ନିରୀହ ଜୀବଙ୍କ ପ୍ରାଣ ଯାଇଥିବାବେଳେ ଆଜି ପୁଣି ଥରେ ହାତୀ ମୃତ୍ୟୁ ବନ ବିଭାଗ ପାଇଁ ଚ୍ୟାଲେ଼ଞ୍ଜ ସୃଷ୍ଟି କରିଛି  ।

ବେଆଇନ ଗୋରୁ ଚମଡା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍

ଭୁବନେଶ୍ୱର: ହାଇଦ୍ରାବାଦରୁ କଲିକତା ଭାୟା ଭୁବନେଶ୍ୱର । ବେଆଇନ ଗୋରୁ ଚମଡା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍ । ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳରୁ ଗୋରୁ ଚମଡା ବୋଝେଇ ଟ୍ରକକୁ ଅଟକାଇଲେ ସ୍ଥାନୀୟ ଲୋକେ । ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ପାଖରେ ଧରିଲେ ସାଧାରଣ ଲୋକ  ।

ସୂଚନା ମୁତାବକ ଚମଡା ବୋଝେଇ ଟ୍ରକ ଆସୁଥିବା ଆଗୁଆ ଖବର ପାଇଥିଲେ କିଛି ଲୋକ  । ଗାଡିଟି ଉକ୍ତ ସ୍ଥାନ ଅତିକ୍ରମ କଲାବେଳେ ସ୍ଥାନୀୟ ଲୋକେ ଗାଡିଟି ଅଟକାଇଥିଲେ  ।  ପରେ ଏଥିରେ ପାଖାପାଖି 25 ଟନ ଗୋରୁ ଚମଡା ଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । 2 ଜଣ ଗାଡି ଚଳକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ସକାଳୁ ସକାଳୁ ଘରେ ପହଁଚିଲା ଭିଜିଲାନ୍ସ ଟିମ୍

ସମ୍ବଲପୁର: ସକାଳୁ ସକାଳୁ ଘରେ ପହଁଚିଲା ଭିଜିଲାନ୍ସ ଟିମ୍ । ସମଲେଶ୍ୱରୀ ମିଲ୍କ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ କରୁଛି ଛାନଭିନ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଏକକାଳୀନ ୪ଟିସ୍ଥାନରେ ଏହି ରେଡ କରୁଛି ଭିଜିଲାନ୍ସ ଟିମ୍ । ସାକ୍ଷୀପଡାସ୍ଥିତ ଘର, ସାକ୍ଷୀପଡାସ୍ଥିତ ଅଫିସ, ପୁରୀ ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱରରେ ଚାଲିଛି ଏକକାଳୀନ ରେଡ ।

ସେହିପରି ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କେ . ନୂଆଗାଁ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ୪ଜଣ ଡିଏସପି , ୭ ଇନସ୍ପେକ୍ଟର ଓ ଅନ୍ୟ ଷ୍ଟାଫ୍ ଚଢାଉ କରୁଛନ୍ତି । ଗଞ୍ଜାମ , କନ୍ଧମାଳ ଓ ବୌଦ୍ଧରେ ଚାଲିଛି ରେଡ୍ । କେ ନୂଆଗାଁ ସ୍ଥିତ ସରକାରୀ କ୍ବାର୍ଟର, ଅଫିସ, ଭଞ୍ଜନଗର ଲାଣ୍ଡେଇସାହିରେ ଥିବା ଘର, ଦାଦରଲୁଣ୍ଡାରେ ଥିବା ଫାର୍ମ ହାଉସ , ବୌଦ୍ଧ ଭୁଟ୍ଟାପଲ୍ଲୀରେ ଥିବା ଘର, ଗଞ୍ଜାମ ଗହ୍ଗାପୁରରେ ଥିବା ୨ଜଣ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢାଉ ।

 

NGT ନିର୍ଦ୍ଦେଶ, ମହାନଦୀ ପଠାରେ ହେବନାହିଁ କୌଣସି ସ୍ଥାୟୀ ନିର୍ମାଣ

କଟକ: ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବନାହିଁ । ଅନ୍ୟାଦେଶ ପର୍ଯ୍ୟନ୍ତ ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରିନ୍ ଟ୍ରିବୁନାଲ । ଏଥି ସହିତ ପରିବେଶ ସୁରକ୍ଷା ଓ ମହାନଦୀ ପଠାର ସୁରକ୍ଷା ଉପରେ ଏନଜିଟି ଗୁରୁତ୍ୱାରୋପ କରିବା ସହିତ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦, ଡିସେମ୍ବର ୧୫ର ଏନଜିଟିଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ୫ ଜଣ ସଦସ୍ୟ ରହିଥିଲେ । ଏହି ସଦସ୍ୟଙ୍କ ସହିତ ପ୍ରଫେସର ସି.ଆର.ବାବୁ ଓ ପ୍ରଫେସର ପି.ସି.ମିଶ୍ରଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯିବ । ମହାନଦୀ ନଦୀଶଯ୍ୟା ସହିତ ପରିବେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ତିନି ମାସ ଭିତରେ କମିଟି ରିପୋର୍ଟ ଦାଖଲ କରିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ୟୁପିରେ ଆଜି ଭୋଟ, ୧୧ ଜିଲ୍ଲାର ୫୮ ଆସନରେ ଚାଲିଛି ମତଦାନ

ଲକ୍ଷ୍ନୌ: ଆଜି ଉତ୍ତପପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ପଶ୍ଚିମ ୟୁପିର ୧୧ଜିଲ୍ଲାର ୫୮ ଆସନ ପାଇଁ ହେଉଛି ମତଦାନ । ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫୦ହଜାର ପାରାମିଲିଟାରୀ ଫୋର୍ସ, ୪୧୨ କେନ୍ଦ୍ରୀୟ ସୁରକ୍ଷା ବଳରେ ଛାଉଣୀ ହୋଇଛି ଗଳିକନ୍ଦି ।

ଆଗ୍ରା, ଆଲିଗଡ଼, ବୁଲନ୍ଦ ସହର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମିରଟ, ମୁଜାଫର ନଗର, ମଥୁରା, ହାପୁଡ଼ା, ବାଗପନ ଓ ସାମିଲ ଜିଲ୍ଲାରେ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୫୮ ସିଟରେ ନିର୍ବାଚନ ଚାଲିଥିବା ବେଳେ ମଇଦାନରେ ଅଛନ୍ତି ବିଭନ୍ନ ଦଳର ୬୧୫ ଜଣ ପ୍ରାର୍ଥୀ । ୟୁପିର ୪୦୩ ଆସନରେ ପର୍ଯ୍ୟାୟକ୍ରମେ ମତଦାନ ଆରମ୍ଭ ହେବାକୁ ଯାଉଛି  ।

ଉତ୍ତରପ୍ରଦେଶରେ ପୁନର୍ବାର ଯୋଗୀ ଆଦିତ୍ୟନାଥ ସରକାର ଗଢିବା ନେଇ ଭାଜପା ଫୁଲ ଦମରେ ପ୍ରୟାସ କରିଛି  ।  ଘର ଘର ବୁଲି ଭୋଟ ମାଗୁଛନ୍ତି ଦଳର ହେଭିୱେଟ  । ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଘର ଘର ବୁଲି ଭୋଟ ମାଗୁଛନ୍ତି  । ଦଳ ୩୦୦ ପ୍ଲସ ନାରା ଦେଇ ପୁଣି ଥରେ ସତ୍ତାକୁ ଫେରିବାର ଜୋରଦାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି  । ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏଥର ୟୁପି ସତ୍ତାକୁ ସମ୍ଭାଳିବା ନେଇ ଫୁଲ ଦମରେ ଲାଗି ପଡିଛି  ।

ବିଏମସିର କାର୍ଯ୍ୟାନୁଷ୍ଠାନ, ନିୟମ ଖିଲାପକାରୀ ଗାଡି ଉପରେ ୫୦ ହଜାର ଫାଇନ୍

ଭୁବନେଶ୍ୱର: ନିୟମ ଖିଲାପ କରି ସଂଗୃହିତ ମଳକୁ ଅନ୍ୟତ୍ର ପକାଇବା ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ। ବିଏମସିର ଦକ୍ଷିଣ ପଶ୍ଚିମ ଯୋନ ପକ୍ଷରୁ ଏକ ଘରୋଇ ସେସପୁଲ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ଗାଡିକୁ ଜବତ କରିବା ସହ ଗାଡି ମାଲିକଙ୍କ ଠାରୁ 50ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଜୋନାଲ ଡେ଼ପୁଟି କମିଶନର ରବି ନାରାୟଣ ଜେଠି ।

ସେପଟେ ବିଏମସିର ଏପରି କାର୍ଯ୍ୟାନୁଷ୍ଠାନ ନିୟମ ଖିଲାପ କରୁଥିବା ଏପରି ଗାଡିକୁ ଏକ ପ୍ରକାର ଚେତାବନୀ ସଦୃଶ୍ୟ ହୋଇଛି  । ୫୦ ହଜାର ଟଙ୍କାର ଫାଇନ୍ କାଟିବା ସହ ଖିଲାପକାରୀ ଗାଡିକୁ ଜବତ କରିଛି ଭୁବନେଶ୍ୱର ମହାନଗର ନିଗମ  ।

ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଓବାଦୀଙ୍କ ବିଭତ୍ସ ହତ୍ୟା

ମାଲକାନଗିରି: ରକ୍ତ ମୁଖା ଲାଲ୍ ବାହିନୀ  ।  ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ଉନ୍ମତ କାଣ୍ଡ । ଗୁଳି ମାରି ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମିଳିଥିବା ସୂଚନା ମୁତାବକ ସାଦା ପୋଷାକରେ ମାଓବାଦୀ ଗ୍ରାମକୁ ପ୍ରବେଶ କରି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି  ।

ମୃତ ବ୍ୟକ୍ତିଙ୍କ ନାମ ଘନଶ୍ୟାମ ମଣ୍ଡାବି ହୋଇଥିବାବେଳେ, ସେ ଜଣେ କଂଗ୍ରେସ ନେତା ବୋଲି ଜଣାପଡିଛି । କୁଟୁର ଗାଁକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟା ପରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି  । ଏ ନେଇ ସୂଚନା ଦେଇଛନ୍ତି ଏସଡ଼ିପିଓ ଅଭିନବ ଉପାଧ୍ୟାୟ ।

ଗୁରୁବାରରୁ ଆରମ୍ଭ ହେବ ମାସ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅଭିଯାନ

ଭୁବନେଶ୍ୱର: ଓଡ଼ିଶା ହେବ ଫାଇଲେରିଆମୁକ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାଲିଠାରୁ ଆରମ୍ଭ ହେବ ମାସ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ସ୍ୱତନ୍ତ୍ର ଅଭିଯାନ । ପ୍ରଥମ ପଯ୍ୟାୟରେ ସାମିଲ ହେବେ ୮ ଜିଲ୍ଲା-ଅନୁଗୁଳ, ବାଲେଶ୍ବର,କଟକ,ଢେଙ୍କାନାଳ,ଗଂଜାମ ,ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା ଜିଲ୍ଲାବାସୀ । ୨ ବର୍ଷରୁ ଅଧିକ ବୟସର ମୋଟ ୧କୋଟି ୪୦ ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ।

ପ୍ରଥମଥର ପାଇଁ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସକୁ ଯାଇ ସ୍ବାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ । ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ସେବନ କରିବେ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିଦ୍ଦେଶକ କହିଛନ୍ତି । ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ । ୭ ଜିଲ୍ଲା- ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ ,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଏହି ଅଭିଯାନ କରାଯିବ । ରାଜ୍ୟରେ ୫ କୋଟି ୮୫ ଲକ୍ଷ ୩ ହଜାର ୫୩୬ ଜଣଙ୍କୁ ଟିକାକରଣ କରାଯାଇଛି ।

ପ୍ରଥମ ଡ଼ୋଜ ୯୪ ପ୍ରତିଶତ ଓ ଦ୍ବିତୀୟ ଡ଼ୋଜ ୭୮ ପ୍ରତିଶତ ଲୋକ ନେଇଛନ୍ତି । ସେହିପରି ଏଯାଏ ୧୫ରୁ ୧୮ବର୍ଷ ବୟସର ୧୮ ଲକ୍ଷ ୭୬ ହଜାର ୪୯୫ ଜଣ ଟିକାକରଣରେ ସାମିଲ ହୋଇଥିବା ବେଳେ ୬ଲକ୍ଷ ୪୯ ହଜାର ୬୦୩ ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ । ମୋଟ ୧ଲକ୍ଷ ୬୬ ହଜାର ୪୭୧ ଜଣଙ୍କ ମଧ୍ୟରୁ ଏଯାଏ ବୁଷ୍ଟର ଡୋଜ ନେଇଛନ୍ତି ୧ଲକ୍ଷ ୧୯ ହଜାର ୧୪୩ ଜଣ ।

ଏହା ଥିଲା ସୋନାଲିଙ୍କୁ ସୌମ୍ୟଙ୍କ ଶେଷ ମେସେଜ…

ଭୁବନେଶ୍ୱର: ଯୁବ ବ୍ୟବସାୟୀ ତଥା ମଡେଲର ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ଘଟଣାକୁ ପୁରିଛି ୧୧ ଦିନ  । ସେ ଆତ୍ମହତ୍ୟା ତାଙ୍କ ମହିଳା ବନ୍ଧୁ ତଥା ପ୍ରେମିକା ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ମୃତ ସୌମ୍ୟଙ୍କ ପରିବାର ଲୋକ  । ସୋନାଲିଙ୍କୁ ଶେଷ ଭଲ ପାଉଥିବାବେଳେ ତାଙ୍କୁ ଉକ୍ତ ଯୁବତୀ ଧୋକା ଦେଇଥିବା ସେ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି  । ସେପଟେ ମୃତ୍ୟୁ ପୂର୍ବରୁ  ସୋନାଲିଙ୍କୁ ସୌମ୍ୟଙ୍କ ଶେଷ WhatsApp ମେସେଜ ଏବେ ଭାଇରାଲ ହୋଇଛି ।

୩୦ ତାରିଖ ରାତି ୧୦ଟା ୪୧ରେ ପ୍ରଥମେ ସୌମ୍ୟ ଚାର୍ଟ କରିଥିଲେ । ୩୧ ତାରିଖ ରାତି ୨ଟା ୨୩ରେ ସଂପୃକ୍ତ ଯୁବତୀଙ୍କୁ ଶେଷ ମେସଜ ଚାଲିଲି ବୋଲି କହିଥିଲେ । ସୌମ୍ୟ କଣ ମେସଜ କରିଥିଲେ ତାଙ୍କ ପ୍ରେମିକାଙ୍କୁ…

ରବିବାର ରାତି ୧୦ଟା ୪୦

କିଛି କହିବାର ଅଛି
ମିସ ଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି
ଚିଡେଇଲି ତୋତେ.. ଶାରସ୍ୱତ ସହ କଥା ହୋଉଛ ? ଆଉ ଟିକେ ରାଗିବ ବୋଲି । ଯେମିତୁ ମୁ ଚିଡାଏ ।
ତମେ ସରି କହିବା ପାଇଁ ଫୋନ କରିବ, ଆଉ ମୁଁ ଏମିତି ପଚାରିବି
ଏଇଟା ଠିକ ଭାବୁଛ
ଖାଇକି ମେଡ଼ିସିନ ଖାଇବ, ଆଣ୍ଡ କଲ କର ଟିକେ
ମିସଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି
ଶାରସ୍ୱତ ସହ କଥା ହେଲ ପଚାରିଲ ବୋଲି ରାଗିଲ । ସରି କହିବାର କଣ ଅଛି । ପୁଣି ପଚାରିଲି ଶାରସ୍ୱତ ସହ କଥା ହେଉଛ ।  ଚିଡେଇକି ଟିକେ ମୁଡ ଠିକ ହେଇଯିବ
ଆଇ ଏମ ସରି….

୩୧ ତାରିଖ । ସମୋବାର । ରାତି ଗୋଟେ ୪୨

ମୋର ଯାହା ହେବ ତମେ ଦାୟୀ
ଫୋନ ଉଠାଓ
ଲାଷ୍ଟ ୱାର୍ଡ ଶୁଣ
ପାସ ୱାର୍ଡ ଆଇ ଫୋନ ୫୫୫୫୫୫
ଶେଷରେ ରାତି ୨ଟା ୨୩ରେ ସୌମ୍ୟଙ୍କ ଶେଷ ମେସେଜ ଥିଲା  ମୁଁ ଚାଲିଲି…

ଆଉ ସକାଳୁ ଦେଖିଲା ବେଳକୁ ନିଜ ରୁମରେ ଝୁଲି ପଡିଛନ୍ତି ସୌମ୍ୟ । ସୁଇସାଇଡ ନୋଟରେ ଲେଖିଥିଲେ ଶେଶ କଥା । ପ୍ରେମରେ ଧୋକା ଖାଇବା ପରେ ଏଭଳି ପଦକ୍ଷେପ ନେଇଥିଲେ ସେ । ସୁଇସାଇଡ ନୋଟରେ ବାପା ଓ ମାଆକୁ କ୍ଷମା ମାଗିଥିଲେ । ସଂପୃକ୍ତ ଯୁବତୀଙ୍କୁ ତଦନ୍ତ ପରିସର କରିବାକୁ ମଧ୍ୟ ଚିଠିରେ ଲେଖିଥିଲେ ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ।

ହିଜାବ୍ ମାମଲା: ଶୁଣାଣି ହେଲା, ନିଷ୍କର୍ସ ବାହାରି ପାରିଲାନି

ବେଙ୍ଗାଲୁର: କର୍ଣ୍ଣାଟକରେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଏବଂ କଲେଜ ଆସିବା ମାମଲାର ଶୁଣାଣିରେ ଆସିପାରିଲାନି ରାୟ । କର୍ଣ୍ଣାଟକ ହାଇକୋର୍ଟରେ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଏହି ମାମଲା ଉପରେ ଶୁଣାଣି ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତଙ୍କ ଖଣ୍ଡପୀଠ ମାମଲାକୁ ବଡ ବେଞ୍ଚକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ମାମଲାକୁ ବଡ ବେଞ୍ଚ ନିକଟକୁ ପଠାଯିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି ।

ଉଭୟ ପକ୍ଷଙ୍କ କହିବା କଥା, ମାମଲାକୁ ବଡ ଖଣ୍ଡପୀଠକୁ ପଠାଇବାରେ କୌଣସି ଆପତ୍ତି ନାହିଁ । ଏହାର ସମାଧାନ ଶୀଘ୍ର ବାହାରିବା ଦରକାର । ବେଙ୍ଗାଲୁରୁ ପ୍ରଶାସନ ସ୍କୁଲ ଏବଂ କଲେଜ ନିକଟରେ ଆନ୍ଦୋଳନ କରିବାକୁ ଛାତ୍ରୀଛାତ୍ରଙ୍କୁ ବାରଣ କରାଯାଇଛି । ହିଜାବ ପିନ୍ଧୁଥିବା ଛାତ୍ରୀଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ କହିଛନ୍ତି ଯେ ସେମାନଙ୍କୁ ତାଙ୍କର ଆସ୍ଥାର ପାଳନ କରିବାକୁ ଦିଆଯିବା ଦରକାର । ହିଜାବ ଉପରେ ବିବାଦ ସୃଷ୍ଟି କରି ଛାତ୍ରୀମାନଙ୍କୁ ଶିକ୍ଷାର ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରାଯାଉଛି ।

ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଆଟର୍ଣ୍ଣିଂ ଜେନେରାଲ ଏହାର ବିରୋଧ କରି କହିଛନ୍ତି, ସ୍କୁଲ ଏବଂ କଲେଜ ପାଖରେ ନିୟମକୁ ନେଇ ସ୍ୱାଧୀନତା ରହିଛି । ରାଜ୍ୟ ସରକାର ସ୍କୁଲରେ ୟୁନିଫର୍ମକୁ ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି । ସେପଟେ କର୍ଣ୍ଣାଟକରେ ହିଜାବକୁ ନେଇ ବିରୋଧ ପରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି  ।