ଶ୍ରୀଜଗନ୍ନାଥ ମନ୍ଦିର ସଂଶୋଧନ ବିଲ-୨୦୨୨ ପାରିତ

1 min read
Puri Padayatra Politics, BJP Not Supporting MP Aparajita Sarangi

ଭୁବନେଶ୍ୱର: ମଙ୍ଗଳବାର ଗୃହରେ ପାରିତ ହୋଇଛି ଶ୍ରୀଜଗନ୍ନାଥ ମନ୍ଦିର ସଂଶୋଧନ ବିଲ-୨୦୨୨ । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜମିକୁ ଦୀର୍ଘ ଦିନ ଧରି ଭୋଗ ଦଖଲ କରୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ଏବଂ ସୂଚାରୁ ରୂପେ ହସ୍ତାନ୍ତର କରିବା ପାଇଁ ଆଇନ ପ୍ରସ୍ତୁତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ର ଧାରା ୧୬ (୨)ରେ ସଂଶୋଧନ କରିବା ଏହି ବିଲ୍‌ର ମୂଳ ଉଦ୍ଦେଶ୍ୟ । ଯାହାଦ୍ୱାରା  ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମି ବିକ୍ରୟ କିମ୍ବା ଅନ୍ୟତ୍ର ହସ୍ତାନ୍ତର ପାଇଁ ଅନୁମତି ପ୍ରଦାନ କରିବାକୁ କ୍ଷମତା ବିକେନ୍ଦ୍ରୀକରଣ କରିବାକୁ ପ୍ରସ୍ତାବ ରହିଛି । ଏ ସଂପର୍କରେ ନିୟମ ପ୍ରସ୍ତୁତି ପରେ ଜମି ବିକ୍ରୟ କିମ୍ବା ଅନ୍ୟତ୍ର ହସ୍ତାନ୍ତର ପାଇଁ ସରକରାଙ୍କ ପୂର୍ବ ଅନୁମୋଦନର ଆବଶ୍ୟକତା ରହିବ ନାହିଁ ।

ବିଧାନସଭାରେ ଘଣ୍ଟାଏ ଭିତରେ ବିଧାନସଭାରେ ପାରିତ ହୋଇଛି ୪ଟି  ବିଲ୍ । ଓଡିଶା ପୌର ନିଗମ ସଂଶୋଧନ ବିଲ୍ ୨୦୨୨, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍ ୨୦୨୨, ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ୨୦୨୨, ଓଡ଼ିଶା ପଞ୍ଚାୟତ ବିଧି ସଂଶୋଧନ ବିଲ୍ ୨୦୨୨ ପାରିତ ହୋଇଛି । ଆସନ୍ତାକାଲି ଦିନ 10.30  ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର  ଶ୍ରୀ ମନ୍ଦିର ନେଇ ଏକ କିମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।୨୭ ଫେବ୍ରୁଆରୀ ୨୦୨୧ରେ ସର୍ବ ସମ୍ମତ କ୍ରମେ ସଂକଳ୍ପ ପ୍ରସ୍ତାଵରେ ପାରିତ ହୋଇଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ।