spot_img
Home Blog Page 2830

ଇତିହାସ ରଚିଲା ଭାରତ, ସଫଳ ହେଲା ମୁନ୍ ମିଶନ

ନନ୍ଦିଘୋଷ ବ୍ୟୁରୋ: ସଫଳ ହେଲା ଭାରତର ମୁନ ମିଶନ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ କରିଛି ଅବତରଣ । ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ  ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।

 

ରାଜ୍ୟରେ ଯାତାୟତ ହେବ ସୁବିଧା, ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ଯାତ୍ରା ହେବ ସୁଗମ  । ପ୍ରତିଟି ସ୍ଥାନରେ ଯାତ୍ରୀ ପାଇବେ ଅତ୍ୟାଧୁନିକ ବସଷ୍ଟାଣ୍ଡର ସୁବିଧା  । ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ ଟି ନୂଆ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିଭଳି  ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  । ଏହାସହ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ସେବାର ଶୁଭରାମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାସହ ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ ।  ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ ।

ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ । ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ  ଭି  କେ  ପାଣ୍ଡିଆନ୍  କାର୍ଯ୍ୟକ୍ରମ  ସଂଚାଳନା କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ  ଶାସନ ସଚିବ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ  ଓ  ବରିଷ୍ଠ  ଅଧିକାରୀମାନେ  ଉପସ୍ଥିତ  ଥିଲେ ।

 

‘ଗିଫ୍ଟ୍‍ ଏ ପ୍ଲାଣ୍ଟ୍‍’ ପରିବେଶ ପାଇଁ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ବଣ୍ଟନ କରାଯାଉଅଛି । ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତବର୍ଷ ୫ ଲକ୍ଷ ବୃକ୍ଷ ବଣ୍ଟନ କରାଯିବାର ପ୍ରୟାସ ଜାରିରହିଛି ବୋଲି ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ । ଶ୍ରୀ ଦାସନାୟକ କହିଥିଲେ – ଜୀବଜଗତ ବଞ୍ଚି ରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ନିତ୍ୟାନ୍ତ ଜରୁରୀ । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନର ତାପମାତ୍ରା ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି । ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । ସେଥିପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ଅଟେ । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‍, ନାଇଟ୍ରସ୍‍ ଅକ୍ସାଇଡ୍‍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ ।

ଫଳସ୍ୱରୂପ ବାୟୁମଣ୍ଡଳରେ ଥିବା ଓଜୋନ୍‍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଏହିପରି ବାୟୁମଣ୍ଡଳ ସନ୍ତୁଳିତ ହେଲେ ଆଗାମୀ ଭବିଷ୍ୟତ ପିଢୀ ଏକ ବିରାଟ ଅସୁବିଧାର ସମ୍ମୁଖୀନ ହେବେ । ଆମେ ସମସ୍ତେ ଭବିଷ୍ୟତ ପିଢୀ ପାଇଁ ଚିନ୍ତାକରି ବୃକ୍ଷରୋପଣକୁ ଆଗକୁ ନେବାକୁ ପଡିବ ଏବଂ ପ୍ରଚୁର ପରିମାଣର ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ । ଦାସନାୟକଙ୍କ ନେତୃତ୍ୱରେ ଆଜି ଦିବା ୯ ଘଟିକା ସମୟରେ ଭୁବନେଶ୍ୱର ପଟିଆ ସ୍ଥିତ ତ୍ରିଷ୍ଣା ପେଟ୍ରୋଲପମ୍ପ ଠାରେ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୫ ହଜାର ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ । ପରିବେଶ ବଞ୍ଚାଇବା ପାଇଁ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ ।

ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଅନେକ ସମୟରେ ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବାପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଯଥା – ‘ଥିଲେ ଦିଅ ନଥିଲେ ନିଅ’, ‘ତାରେ ଜମିନ୍‍ ପର୍‍’, ‘ଚାଲ ଖୁସି ବାଣ୍ଟିବା’, ‘ବଡଦିନ ବଡସ୍ୱପ୍ନ’, ‘ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର’ ଆଦି ଆୟୋଜନ କରାଯାଏ । ଏହି କାର୍ଯ୍ୟକ୍ରମରେ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ, ଦେବବ୍ରତ ଧୀର, ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟାତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ଅସିତ୍‍ କୁମାର ସାହୁ, ଅମୂଲ୍ୟ ସ୍ୱାଇଁ, ପୱନ ପାତ୍ରୋ, ଇପ୍‍ସିତା, ଅଜାତ୍‍, ଜୋଷିକା, ନଭନିତ୍‍, ଭାଗ୍ୟଧର ସାମଲ, କିଶୋର ଦାସ ପ୍ରମୂଖ  ଉପସ୍ଥିତ ଥିଲେ ।

ISRO କମାଣ୍ଡ ସେଣ୍ଟର ସମସ୍ତ ପାରାମିଟର ଉପରେ ରଖିଛି ତୀକ୍ଷ୍ଣ ନଜର

ନନ୍ଦିଘୋଷ ବ୍ୟୁରୋ: ଆଉ ଅଳ୍ପ ସମୟର ଅପେକ୍ଷା । ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ସାରା ବିଶ୍ବର ନଜର ରହିଛି ଏହି ମୁନ୍ ମିଶନ ଉପରେ । ସନ୍ଧ୍ୟା ୬ଟା ୪ରେ ସଫ୍ଟ ଲ୍ୟାଣ୍ଡି ହେବାକୁ ଥିବାବେଳେ ISRO କମାଣ୍ଡ ସେଣ୍ଟର ସମସ୍ତ ପାରାମିଟର ଉପରେ ତୀକ୍ଷ୍ଣ ନଜର ରଖିଛି । ସମସ୍ତ ପାରାମିଟର ଯାଞ୍ଚ କରିବା ଏବଂ ଅବତରଣ ବିଷୟରେ ନିଷ୍ପତି ନେବା ପରେ ଇସ୍ରୋ ନିର୍ଦ୍ଧାରିତ ସମୟର କିଛି ଘଣ୍ଟା ପୂର୍ବରୁ ବାୟାଲୁରେ ଥିବା IDSN LMରେ ଆବଶ୍ୟକୀୟ ନିର୍ଦ୍ଦେଶ ଅପଲୋଡ ହେବ । ଲ୍ୟାଣ୍ଡିଂ ପାଇଁ ଆଉ ମାତ୍ର କିଛି କ୍ଷଣ ବାକି ଥିବାବେଳେ ସମସ୍ତ ପାରା ମିଟର ଉପରେ ନଜର ରହିଛି ।

୧୩ ଦିନରେ ’ଜେଲର’ ଏବଂ ’ଗଦର-୨’ କେତେ କଲେଣି ବ୍ୟବସାୟ?

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଉଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ଏବଂ ମେଗାଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ’ଜେଲର’ । ଭାରତ ଏବଂ ବିଶ୍ବବ୍ୟାପୀ କଲେକ୍ସନରେ ଉଭୟ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଭାରତରେ ଗଦର-୨ ଭଲ ରୋଜଗାର କରିଥିବାବେଳେ ବିଶ୍ବବ୍ୟାପୀ କଲେକ୍ସନରେ ଆଗରେ ରହିଛି ’ଜେଲର’ । ଜେଲର ଭାରତରେ ୨୯୧. କୋଟି ରୋଜଗାର କରିଥିବାବେଳେ ଗଦର ୨ ୫ଶହ କୋଟିର ଅତି ନିକଟତର ହୋଇଛି ।

ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର

ନନ୍ଦିଘୋଷ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ଆଜି ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଲାଗି ଇସ୍ରୋ ପକ୍ଷରୁ ଦିଆଯାଇଛି ବିଶେଷ ଧ୍ୟାନ । ସାରା ଦେଶରେ ଲ୍ୟାଣ୍ଡିଂର ଟେଲିକାଷ୍ଟ ହେବ । ବିଭିନ୍ନ ସ୍ଥାନରେ ଶିକ୍ଷା ପ୍ରତିଷ୍ଠାନ ଖୋଲାରହିଛି । ଋଷର ଲୁନା ୨୫ ମିଶନ ଫେଲ ହେବା ପରେ ସାରା ବିଶ୍ବରେ ପଶିଥିଲା ଛନକା । ତେବେ ସମସ୍ତ କଳ୍ପନାଜଳ୍ପନାକୁ ମାତ୍ ଦେବାକୁ ଇସ୍ରୋ ଯୋଜନା ଚଳାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିବ । ଅପରାହ୍ଣ ୫ଟା ୨୦ରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜାପାଠ । କାଶ୍ମୀରରୁ କଲ୍ୟାକୁମାରୀ ସବୁଠି ଚନ୍ଦ୍ରଯାନର ଚର୍ଚ୍ଚା ।Chandrayaan-3 landing live updates: ISRO ready to initiate automatic  landing sequence

ସାରାଦେଶରେ ଚନ୍ଦ୍ରଯାନ ପାଇଁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦରଘାରେ ନମାଜ ପାଠ କରାଯାଉଛି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ରାମେଶ୍ବରମରେ ସମୁଦ୍ର ଆଳତି ସହ ଗୋପୂଜା କରାଯାଇଛି । ଦିଲ୍ଲୀ, କୋଲକାତା, ନାଗପୁର, ସୁରଟରେ ବିଭିନ୍ନ ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ହୋମଯଜ୍ଞ ସହ ମିଶନର ସଫଳତା ନେଇ ପ୍ରାର୍ଥନା କରାଯାଇଛି । ରାଜସ୍ଥାନର ଅଜେମେର ସରିଫ ଦରଘାରେ ମୁସଲମାନ ଭାଇମାନେ ସମୁହ ନମାଜ ପାଠ କରି ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ଦୁଆ ମାଗିଛନ୍ତି । ସାରାଦେଶର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ ଇସ୍ରୋ ବୈଜ୍ଞାନିକଙ୍କୁ ଚିୟର ଅପ୍ କରିବା ସହ ମୁନ ମିଶନର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ରାଜେନୖତିକ ଦଳର ନେତା ମଧ୍ୟ ମୁନ ମିଶନର ସଫଳତା କାମନା କରିଛନ୍ତି ।

ପୁଣି ହିମାଚଳ ପ୍ରଦେଶରେ ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ସିମଲା: ଦେବଭୂମିରେ କୁମନି ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ଏକ ଘର ଉପରେ ମାଡ଼ି ବସିଛି । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନେ ଘରେ ରହିଥିବାବେଳେ ହଠାତ ଭୂସ୍ଖଳନ ହୋଇଥିଲା । ଏମାନେ ଝାରଖଣ୍ଡରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ ।

ପାଣିପାଗ ବିଭାଗର ଶିମଲା ସେଣ୍ଟର ଅନୁଯାୟୀ, ହିମାଚଳ ପ୍ରଦେଶର ସିରମୁର, ସୋଲାନ, ଶିମଲା ବିଳାସପୁର, ମାଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଠାରେ ବୁଧବାର ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ଗୁରୁବାର ରାଜ୍ୟର ୭ ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ହେବ। ଗତ ୧୨ ଘଣ୍ଟା ମଧ୍ୟରେ ବିଳାସପୁରରେ ସର୍ବାଧିକ ୨୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପରେ ଶିମଲାରେ ୧୩୨ ମିଲିମିଟର ବର୍ଷା ଦେଖିବାକୁ ମିଳିଛି। ଶିମଲାରେ ସକାଳ ୧ ଘଣ୍ଟା ମଧ୍ୟରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଦନ୍ତା ହାତୀ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳି ସେକ୍ସନରେ ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଏକ ହାତୀ । କେନାଲ୍ ମଧ୍ୟକୁ ପଶି ଯାଇଥବା ବେଳେ ଆଉ ବାହାରି ପାରିନାହିଁ । ପ୍ରାୟ 4 ଘଣ୍ଟା ଧରି ପାଣିରେ ଫସି ରହିଛି ହାତୀ । କଂକ୍ରିଟ୍ କେନାଲ୍ ବନ୍ଧରୁ ଉଠିପାରିନଥିବା ବେଳେ ଶେଷରେ ଗୋଟିଏ ସ୍ଥାନରେ ପଡ଼ି ରହିଛି । ହାତୀକୁ ଦେଖିବାକୁ ଲୋକେ କେନାଲ୍ ବନ୍ଧରେ ଭିଡ଼ ଜମାଇଛନ୍ତି । ସୂଚନା ଅନୁଯାୟୀ ସୋମବାର ସଂଧ୍ୟାରେ ଦନ୍ତାହାତୀଟି ମେରାମଣ୍ଡଳି ଗାଁ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ରାତିରେ ଚିନ୍ତାପୋଖରୀ, ନଗାରୀ, ରଞ୍ଜାସିଂହା, ବିଡ଼ୋ, ତାଳଡ଼ଙ୍ଗା ଅଞ୍ଚଳରେ ଥିବା ଚାଷ ଜମି ପଶି ତାଳ ଓ ଧାନ ଫସଲ ଖାଇ ନଷ୍ଟ କରିଥିଲା ।

ମଙ୍ଗଳବାର ସକାଳ ପ୍ରାୟ ୬ ଟା ସମୟରେ ଚିନ୍ତାପୋଖରୀ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ନିମିଧା ଗାଁ ଜଙ୍ଗଲ ଆଡ଼କୁ ମୁହାଁଇ ଥିଲା । ମେରାମଣ୍ଡଳି ଗାଁ ନିକଟରେ ଥିବା ରେଙ୍ଗାଳୀ ଦକ୍ଷୀଣ କେନାଲ ପୋଲ ନିକଟରେ ଥିବା ପାହାଚ ଦେଇ କେନାଲର ପାଣିରେ ଦନ୍ତାହାତୀ ପଶିଥିଲା । ତେବେ ହାତୀ କେନାଲ ଭିତରେ ଗାଧୋଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭିଡ଼ ଜମେଇ ଥିଲେ । ଯାହାଫଳରେ ଦନ୍ତାହାତୀଟି ବାହାରକୁ ବାହାରି ନପାରି ପାଣି ଭିତରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।

ଚନ୍ଦ୍ରଯାନ ଅବତରଣ ନକରିବା ଯାଏଁ ଅନ୍ନ, ଜଳ ସ୍ପର୍ଶ କରିବେ ନାହିଁ ସୀମା

ନୂଆଦିଲ୍ଲୀ: ସୀମା ହାଇଦର । ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିବା ସୀମା ହାଇଦରଙ୍କ ଭାରତ ପ୍ରେମ । ଚନ୍ଦଯାନ-୩ ଆଜି ଅବତରଣ କରିବାକୁ ଥିବାବେଳେ ସାରା ବିଶ୍ବର ନଜର ରହିଛି । କେଉଁଠି ହୋମ ଯଜ୍ଞ ହେଉଛି ତ, ଆଉ କେଉଁଠି ଭଗବାନଙ୍କୁ ଡାକୁଛନ୍ତି ଲୋକେ । ସୀମା ହାଇଦର ଚନ୍ଦ୍ରଯାନ-୩ର ଅବତରଣକୁ ନେଇ ମଙ୍ଗଳକାମନା କରିଛନ୍ତି । ସେ କହିଛନ୍ତି କି, ଚନ୍ଦ୍ରଯାନ-୩ ଅବତରଣ ନକରିବା ଯାଏଁ ସେ ପାଣି କିମ୍ବା ଅନ୍ନ ଗ୍ରହଣ କରିବେ ନାହିଁ ।

ଏହାସହ ସୀମା କହିଛନ୍ତି କି, ମୁଁ ପ୍ରାର୍ଥନା କରୁଛି ଯେ ଆମ ଦେଶର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରୁ । ମୁଁ ରାଧାକୃଷ୍ଣଙ୍କ ସହ ସମସ୍ତ ଠାକୁରଙ୍କୁ ବିଶ୍ବାସ କରେ । ଏଣୁ ଠାକୁର ନିଶ୍ଚିତ ମୋ କଥା ଶୁଣିବେ ।

 

ପ୍ରଧାନମନ୍ତ୍ରୀଙ୍କ ସହ ଏମାନଙ୍କ ପାଇଁ ରାକ୍ଷୀ ପଠାଇଲେ ସୀମା ହାଇଦର

ନୂଆଦିଲ୍ଲୀ: ପାକିସ୍ତାନରୁ ଆସି ଭାରତରେ ବୋହୂ ସାଜିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବରମାନ ସମାନାକୁ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଆସୁଥିବାବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି ସୀମା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତାଙ୍କ ପାଇଁ ସେ ରାକ୍ଷୀ ପଠାଇଥିବା ଏହି ଭିଡିଓରେ କହିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୀମା ଏହି ଭିଡିଓରେ କହିଛନ୍ତି କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜନାଥ ସିଂ, ମୋହନ ଭାଗତ, ଅମିତ ଶାହା ଏବଂ ଏପି ସିଂଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଜୟ ଶ୍ରୀରାମରୁ ନିଜର ଭିଡିଓ ଆରମ୍ଭ କରିଥିବାବେଳେ ହିନ୍ଦୁସ୍ଥାନ ଜିନ୍ଦାବାଦରେ ସରେଇଛନ୍ତି । ସେ ପୋଷ୍ଟାଲରେ ଏମାନଙ୍କ ପାଇଁ ରାକ୍ଷୀ ପଠାଇଥିବା ଭିଡିଓରେ କହିଛନ୍ତି ।