ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଗିରଫ ୩ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ । ଏହି ତିନି ଜଣଙ୍କ ଉପରେ ଦାୟିତ୍ୱହୀନତା ଏବଂ ପ୍ରମାଣ ନଷ୍ଟ ନେଇ ଆରୋପ ରହିଛି । ଏମାନଙ୍କୁ ଜୁଲାଇ ମାସରେ ଗିରଫ କରାଯାଇଥିଲା । ଆଇପିସିର ଦଫା ୩୦୪(୨), ୩୪ରେ ଚାର୍ଜସିଟ୍ । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ । ସିଗନାଲ ଇନଚାର୍ଜ ଅରୁଣ କୁମାର ମହାନ୍ତଙ୍କ, ସୋରୋ ଏସଏସଇ(ସିଗନାଲ) ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ ପପ୍ପୁ କୁମାରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗା ଷ୍ଟେସନ ପାଖରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଜଙ୍ଗଲରେ ଜମୁଛି ଜୁଆର ଆସର, ଉଡୁଛି ଲକ୍ଷ ଲକ୍ଷ ଟଙ୍କା
ରାଉରକେଲା: ଜଙ୍ଗଲରେ ଜମୁଛି ଜୁଆର ଆସର । ଉଡୁଛି ଲକ୍ଷ ଲକ୍ଷ ଟଙ୍କା । କିଏ ଜିତୁଛି ତ କିଏ ହରାଉଛି ସର୍ବସ୍ୱ । ଜୁଆ ପାଇଁ ବଢୁଛି ଅପରାଧୀକ କାର୍ଯ୍ୟ । ଚଢାଉ କରି ୮ ଜୁଆଡ଼ିଙ୍କୁ ଗିରଫ ପରେ ଖୋଲୁଛି ଗୁମର । ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ପଛପଟ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଚଢ଼ାଉ । ୮ ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ । ଗିରଫ ଜୁଆଡିଙ୍କ ନିକଟରୁ ଜୁଆରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ନଗଦ ୬୬ ହଜାର ଟଙ୍କା, ୮ ଟି ବାଇକ ଓ ୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଏହି ଜୁଆ କାରବାର କିଏ କରୁଥିଲେ ଓ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହେଉଛି । କେଉଁଠି କୁକୁଡା ଲଢେଇ ଜରିଆରେ ଜୁଆ କାରବାର ହେଉଥିବା ବେଳେ ଆଉ କେଉଁଠି ତାସ ଓ ଘୁଡୁଘୁଡିପଟିରେ ଚାଲିଛି ଜୁଆ ଚାଲୁଥିବା ଅଭିଯୋଗ ଆସୁଛି । ଜୁନ ୧୫ ତାରିଖ ରାଜଗାଙ୍ଗପୁର ଥାନା ପୋଲିସ ଡୁଡକାବାହାଲ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୫୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ୪ ଚକିଆ ଗାଡି, ୫୫ଟି ବାଇକ ଓ ୩୩ ହଜାର ଟଙ୍କା ଜବତ କରିଥିଲା ପୋଲିସ୍ ।
ସଙ୍କଟମୋଚକ ସାଜିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ଟିମ୍, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ
ଭୁବନେଶ୍ୱର: ସଙ୍କଟମୋଚକ ଓଡ୍ରାଫ ଓ ଅଗ୍ନିଶମ ଟିମ୍ । ପ୍ରତି ପରିସ୍ଥିତିରେ ସହାୟତା ପାଇଁ ତୟାର । ବନ୍ୟା ହେଉ କି ବାତ୍ୟା, ଜୀବନ ରକ୍ଷା ପାଇଁ ଜୀବନକୁ ଲଗାନ୍ତି ବାଜି । ବାହାର ରାଜ୍ୟରେ ମଧ୍ୟ ଜୀବନ ବଞ୍ଚାଇ ସୃଷ୍ଟି କରିଛନ୍ତି ଉଦାହରଣ । ଏଥିପାଇଁ ସେମାନଙ୍କୁ ଦିଆଯାଏ ମିଳିତ ଫିଲ୍ଡ ଟ୍ରେନିଂ ଓ ଏକ୍ସରସାଇଜ । ବିଶେଷକରି ରାଜ୍ୟରେ ବନ୍ୟା ସମୟରେ କିଭଳି ରେସକ୍ୟୁ ଅପରେସନ କରାଯିବ, ପ୍ରଖର ସ୍ରୋତରେ କିପରି ବୋଟ୍ ଚଳାଯିବ, ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ସହ ରିଲିଫ ସାମଗ୍ରୀ କିଭଳି ଯୋଗାଇ ଦିଆଯିବ ସେଥିପାଇଁ ଭିନ୍ନ ଭିନ୍ନ କୌଶଳର ପ୍ରଶିକ୍ଷଣ ନେଉଛନ୍ତି ୪୦ ଜଣ ଯବାନ । କଟକର ନରାଜ ଓ ଧବଳେଶ୍ବର ଗଡ଼ାରେ ଆୟୋଜିତ ଟ୍ରେନିଂ ସେସନରେ ରବର ବୋଟ, OBM, ଡେଭିଡ ସିଷ୍ଟମ ଓ RDS ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସହ ରାଜ୍ୟର ୨୦ଟି ଓଡ୍ରାଫ ୟୁନିଟରୁ ୨୫ ଜଣ ଓ ଭିନ୍ନ ଭିନ୍ନ ଫାୟାର ଷ୍ଟେସନର ୧୫ ଜଣ ଯବାନ ସାମିଲ ହୋଇଛନ୍ତି ଏହି ସ୍ୱତନ୍ତ୍ର ରେସକ୍ୟୁ ଅପରେସନ ଟ୍ରେନିଂରେ ।
ରାଜ୍ୟକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟିକୁ ସାକାର କରିଛନ୍ତି ଏହି ଉଦ୍ଧାରକାରୀ ଦଳ । ଖାସ କରି ବନ୍ୟା ସମୟରେ ଏମାନଙ୍କ ସାମ୍ନାରେ ଥାଏ ଅନେକ ଚାଲେଞ୍ଜ । ସେଥିପାଇଁ କେବଳ ଦିନ ନୁହଁ ବରଂ ରାତିର ଅନ୍ଧକାର ଭିତରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିଭଳି ଉଦ୍ଧାର କାର୍ଯ୍ୟ କରାଯାଇ ପାରିବ ସେନେଇ ବି ରାତିରେ ସେମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । GPS କୋଡ଼ିଂ ସାହାଯ୍ୟରେ ପାଣି ଭିତରେ କିଭଳି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ୧୫ ଦିନ ଧରି ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ଆଗକୁ ତାଲିମ କାର୍ଯ୍ୟକ୍ରମରେ ଅଧିକ ଯବାନ ସାମିଲ ହେବା ନେଇ ଯୋଜନା ରହିଛି ।
ବଦଳୁଛି ଡ୍ରଗ୍ସ ମାଫିଆଙ୍କ ନିଶା ଚାଲାଣର ତରିକା, ଛାତ୍ର ବେଶରେ ଆସି କରୁଛନ୍ତି ନିଶା କାରବାର
ଭୁବନେଶ୍ୱର: ବଦଳୁଛି ଡ୍ରଗ୍ସ ମାଫିଆଙ୍କ ଡ୍ରଗ୍ସ ଚାଲାଣ ତରିକା । ଛାତ୍ର ବେଶରେ ପଛରେ ବ୍ୟାଗ୍ ପକାଇ ଆସୁଛନ୍ତି, ଡ୍ରଗ୍ସ ନେଇଯାଉଛନ୍ତି । ୧ କୋଟି ଟଙ୍କାର ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ପରେ ଡ୍ରଗ୍ସ ଚାଲାଣର ନୂଆ ତରିକାର ତଥ୍ୟ STF ସାମ୍ନାକୁ ଆସିଛି । ଗିରଫ ଦୁଇ ଜଣ ହେଲେ ପିପିଲିର ଲିପୁନ ପାଣ୍ଡେ ଓ ଖୋର୍ଦ୍ଧା ଶରଧାପୁରର ସେକ୍ ଆବାସ । ଉଭୟ ପିପିଲି ଟୋଲ ଗେଟ୍ ପାଖରେ ବାଇକ୍ ଧରି ଡିଲ୍ ପାଇଁ ଛିଡା ହୋଇଥିଲେ । ଖବର ପାଇ STF ମାଡିବସିଥିଲା । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସେକ୍ ଆବାସ ଫାର୍ମାସିଷ୍ଟ ହୋଇଥିବା ବେଳେ ଲିପୁନ ଗ୍ୟାରେଜ ମିସ୍ତ୍ରୀ । ୨୦୨୦ରୁ ଏବେ ସୁଦ୍ଧା STF ୭୩ କେଜି ବ୍ରାଉନସୁଗର ଜବତ କରିଥିବା ବେଳେ ୧୭୪ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ।
ରାଜଧାନୀରେ ପୁଣି ମାତିଲେ ଲୁଟେରା, ସୁନା ଦୋକନରୁ ସଟର ତାଡ଼ି ଲୁଟ୍
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ସୁନା ଦୋକନରୁ ସଟର ତାଡ଼ି ଲୁଟ। ଇନ୍ଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି । ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ସିସିଟିଭିରେ କଏଦ ହୋଇଛି ଘଟଣା । ଇନ୍ଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍ । ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା । ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି ।
ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ୍ କରୁଛି । ଦୋକାନ ଭିତରେ ଲକର ଥିଲା । ଲକର ଭାଙ୍ଗି ବାକୁ ଉଦ୍ୟମ କରି ବିଫଳ ହୋଇଛି । କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା। ସୁନା ଦୋକାନ ସୋକେଶରେ ଇମିଟେସନ ଥିଲା। ସେଥିରେ ହାତ ମାରିନାହାନ୍ତି ଲୁଟେରା ।




