ଡି ବ୍ରଦର୍ସ ନାଁରେ ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

କଟକ : ଡି ବ୍ରଦର୍ସ ନାଁରେ ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅନିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣ ହେଲେ ମଣ୍ଟୁ ଓରଫ କମଳାକାନ୍ତ ବାରିକ ଓ ବାବୁ ଓରଫ ଦିଲ୍ଲୀପ କୁମାର ଦାସ । ସେମାନଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍, ଦୁଇଟି ବାଇକ ଜବତ ହୋଇଛି ।

ଉଭୟଙ୍କ ନାଁରେ କଟକ, ଭୁବନେଶ୍ବର ଓ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଉଭୟ ବିଭିନ୍ନ ସମୟରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଦାଦାବଟି ମାଗିଥାନ୍ତି । ଦାଦାବଟି ନଦେଲେ ଏମାନେ ହତ୍ୟା ଧମକ ଦେଉଥିଲେ ବୋଲି ପୋଲିସ କହିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ଜମି ବିବାଦକୁ କେନ୍ଦ୍ର କରି ସୋରରେ ହଣାକଟା, ୧୨ ଆହତ