ବିରାଟଙ୍କ ଜନ୍ମଦିନରେ ଏମିତି ଲେଖି ଓ୍ବିସ୍ କଲେ ଅନୁଷ୍କା

1 min read

ନୂଆଦିଲ୍ଲୀ: ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ରନ ମେସିନ ଭାବେ ଜଣା କିଙ୍ଗ କୋହଲିଙ୍କ ରବିବାର ହେଉଛି ଜନ୍ମଦିନ । ବିଶ୍ବର ବଡ଼ ବଡ଼ ଖେଳାଳିଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଓ୍ବିସ୍ କରୁଛନ୍ତି । ଏହି ଅବସରରେ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀଙ୍କ ଜନ୍ମଦିନରେ ଓ୍ବିସ କରିଛନ୍ତି । ସେ କୋହଲିଙ୍କ ଏକ ବୋଲିଂ କରୁଥିବାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି କି, ତୁମେ ଜୀବନରେ ପ୍ରତ୍ୟେକ ଭୂମିକା ଭଲଭାବେ ନିଭାଇପାର । ଏହା ସହ ଆଇ ଲଭ ୟୁ ବୋଲି ମଧ୍ୟ ଲେଖିଛନ୍ତି ।

https://www.instagram.com/p/CzQSyuOoMKR/

ଅନୁଷ୍କାଙ୍କ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେବା ସହ ସେୟାର ମଧ୍ୟ କରୁଛନ୍ତି । ବହୁ ୟୁଜର୍ସ ଜନ୍ମଦିନର ଶୁଭେଚ୍ଛା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ସେପଟେ ଅନୁଷ୍କାଙ୍କ ପ୍ରେମଭରା ପୋଷ୍ଟକୁ ୟୁଜର୍ସମାନେ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି, ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ କୋହଲି । ଭାରତୀୟ କ୍ରିକେଟ ଜଗତରେ ତାଙ୍କର ଅବଦାନ ଅତୁଳନୀୟ ରହିଥିବାବେଳେ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଅନେକ କିର୍ତ୍ତୀକୁ ମଧ୍ୟ ଭାଙ୍ଗିଛନ୍ତି କୋହଲି । ଆଜି ବିରାଟଙ୍କ ଜନ୍ମଦିନ ହୋଇଥିବାବେଳେ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।