spot_img
Home Blog Page 5723

ଟ୍ୱିନ୍ସିଟିରେ କଡ଼ାକଡ଼ି ଲାଗୁ ହେବ ସଟ୍‌ଡାଉନ୍: ଦାୟିତ୍ୱରେ ୨୨ ପ୍ଳାଟୁନ୍ ଫୋର୍ସ ଓ ୨୫୦ ଅଧିକାରୀ

ଭୁବନେଶ୍ୱର: ଦ୍ୱୈତନଗରୀରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ସଟ୍‌ଡାଉନ୍ । ନାଇଟକର୍ଫ୍ୟୁକୁ ମିଶାଇ ସୋମବାର ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା ।  କଟକରେ ୧୨ ପ୍ଳାଟୁନ ଫୋର୍ସ, ୧୦୦ ଅଧିକାରୀ ଓ ଭୁବନେଶ୍ୱରରେ ୨୦ ପ୍ଳାଟୁନ୍ ଫୋର୍ସ ଓ ୧୫୦ ଅଧିକାରୀ ସଟ୍‌ଡାଉନ୍ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କଟକଣା ସମୟରେ ଯାତାୟତ ପାଇଁ କୌଣସି ପ୍ରକାର ପାସ୍ ମିଳିବ ନାହିଁ ।  ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଅତ୍ୟାବଶକୀୟ କାର୍ଯ୍ୟ ଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରିବେ । ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏ ନେଇ ଯାଞ୍ଚ କରିବା ସହ ନିଷ୍ପତ୍ତି ନେବେ । କଟକରେ ୨୫ଟି ଓ ଭୁବନେଶ୍ୱର ୪୩ଟି ସ୍ଥାନରେ ନାକାବନ୍ଦି ରହିବ । କଡ଼ା ଯାଞ୍ଚ କରାଯିବ । କଟକଣା ମାନିବା ସହ ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର । କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜୋରିମାନା ମଧ୍ୟ ଆଦାୟ ହେବ ବୋଲି ସିପି ଚେତାଇ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ ନିୟମ ଉଲ୍ଲଙ୍ଘନ: ଦୋକାନ ସିଲ୍ କରିବା ସହ ୬୪ ହଜାର ଟଙ୍କା ଜରିମାନା ଆଦାୟ

କରୋନା ସମ୍ପର୍କିତ ଆଲୋଚନାକୁ ଲିକ୍ କରିବାରୁ ଅସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: କ୍ଷମା ମାଗିଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମିଟିଂ ସମୟରେ କେଜ୍ରିଓ୍ୱାଲ ପାଇଁ କଠୋର ଶଦ୍ଦର ବ୍ୟବହାର କରିଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଟୋକଲ ଭାଙ୍ଗିଛନ୍ତି । କୌଣସି ପ୍ରକାର ବ୍ୟକ୍ତିଗତ ବାର୍ତ୍ତାଳପକୁ ପ୍ରଚାରିତ କରାଯାଏନାହିଁ । ପ୍ରଧାନମନ୍ତ୍ରୀଙ୍କ ଠାରୁ କଡ଼ା ଟିପ୍ପଣୀ ଶୁଣିବା ପରେ ହାତଯୋଡ଼ି କ୍ଷମା ମାଗିଛନ୍ତି କେଜ୍ରିଓ୍ୱାଲ ।

ଘଟଣାନୁଯାୟୀ, ପ୍ରଧାନମନ୍ତ୍ରୀ ଶୁକ୍ରବାର କରୋନ ଦ୍ୱାରା ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କହିବା ପାଳି ଆସିଲା ସେତେବେଳେ ସେ ଏହାର ଲାଇଭ୍ କରିଥିଲେ । ଏବଂ ପ୍ରଧାନମନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଅବଗତ ହୋଇଗଲେ । କେଜ୍ରିଓ୍ୱାଲ କହୁଥିବା ସମୟରେ ହିଁ ପ୍ରଧାନମନ୍ତ୍ରୀ ତାଙ୍କୁ ଆକଟ କରିଥିଲେ । ଏବଂ କହିଥିଲେ, ଆମର କିଛି ପ୍ରଟୋକଲ ରହିଛି । ଆଉ ଏହାର ଉଲ୍ଲଘଂନ କରି  କିଛି ମୁଖ୍ୟମନ୍ତ୍ରୀ ମିଟିଂର ଲାଇଭ୍ ଟେଲିକାଷ୍ଟ କରୁଛନ୍ତି । ଏଭଳି ଇନ୍‌ହାଉସ୍ ମିଟିଂର ଲାଇଭ୍ କରିବା ଅନୁଚିତ । ଆମକୁ ସର୍ବଦା ସଂଯମତା ରକ୍ଷା କରିବାକୁ ପଡ଼ିବ । ତେବେ କେଜ୍ରିଓ୍ୱାଲ ନିଜ ଭୁଲ ଅନୁଭବ କରିବା ସହ କ୍ଷମା ପ୍ରାର୍ଥାନ କରିଥିଲେ । ଏବଂ ଆଗକୁ ଏଥିଲାଗି ଯତ୍ନବାନ ହେବେ ବୋଲି କହିବା ସହ ନିଜ ଆଚରଣ ଲାଗି କ୍ଷମା ପ୍ରାର୍ଥନା କରିଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନା ଚିକିତ୍ସା ପାଇଁ ‘ଭିରାଫିନ୍’କୁ ଅନୁମତି

କୋଭିଡ ନିୟମ ଉଲ୍ଲଙ୍ଘନ: ଦୋକାନ ସିଲ୍ କରିବା ସହ ୬୪ ହଜାର ଟଙ୍କା ଜରିମାନା ଆଦାୟ

ବଲାଙ୍ଗୀର: କୋଭିଡ୍ ଆଇନ୍ ଉଲଙ୍ଘନ ଅଭିଯୋଗରେ ବଲାଙ୍ଗୀର ସହରରେ ୧୦ଟି ଦୋକାନକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । । ସେମାନଙ୍କ ଠାରୁ ୬୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି । ବଲାଙ୍ଗୀର ସହରରେ କୋଭିଡ୍ ସଂକ୍ରମଣ ଦିନକୁ ବଢିବାରେ ଲାଗିଛି । ବେକାବୁ ହେଉଥିବା କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ଦୁଇ ଦିନିଆ ସଟ୍‌ଡାଉନ୍ ଘୋଷଣା ପାଳନ କରାଯାଉଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ସହରରେ କୋଭିଡ୍ ଗାଇଡ୍ ଲାଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ବଲାଙ୍ଗୀର ତହସିଲଦାରଙ୍କ ନେତୃତ୍ୱରେ ଆଜି ଟାଉନ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଛି । ସାମାଜିକ ଦୂରତା ମାନୁନଥିବା ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲଙ୍ଘନ ଅଭିଯୋଗରେ ସହରର ସମଲେଶ୍ବରୀ ମନ୍ଦିର ଛକରେ ଥିବା ରୋସନୀ ଇଲେକ୍ଟ୍ରିକାଲ୍ସ, ଶାନ୍ତି ମୋବାଇଲ୍, ଲଖାନୀ ଗାର୍ମେଣ୍ଟସ ସମେତ ମାଣିକ ତେଜରାତି ଦୋକାନ, ସମଲେଶ୍ବରୀ ଔଷଧ ଦୋକାନ ସମେତ ଦଶଟି ଦୋକାନକୁ ୭ ଦିନ ପାଇଁ ପୋଲିସ ସିଲ୍ କରିଛି । ଏହି ଦୋକାନୀମାନଙ୍କ ଠାରୁ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୋକାନୀଙ୍କ ବାରଣ ସତ୍ତ୍ବେ ଗ୍ରାହକମାନେ କୋଭିଡ ନିୟମ  ମାନୁନଥିବା ନେଇ ଦୋକାନ ମାଲିକ ମାନେ ପ୍ରଶାସନକୁ ଜଣାଇଛନ୍ତି । ତେବେ ଆସନ୍ତା ସାତ ଦିନ ପାଇଁ  ପ୍ରଶାସନ ପକ୍ଷରୁ ଏହି ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । କୋଭିଡ୍ ଆଇନ ଉଲଙ୍ଘନକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ବଲାଙ୍ଗୀର ତହସିଲଦାର ମେଘବନ ବାଗ ସୂଚନା ଦେଇଛନ୍ତି ।

କରୋନା ଚିକିତ୍ସା ପାଇଁ ‘ଭିରାଫିନ୍’କୁ ଅନୁମତି

ଜିଡସ୍ ‘ଭିରାଫିନ୍‌’କୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (DCGI)ଙ୍କ ଅନୁମତି । କରୋନା ଚିକିତ୍ସା ନେଇ ଏହି ଔଷଧର ବ୍ୟବହାରକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ଦିଗରେ ଏହା ଫଳପଦ୍ର ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପରେ ପ୍ରାୟ ୯୧.୧୫% ଲୋକଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ଏହି ଔଷଧ ଦ୍ୱାରା ରୋଗୀଙ୍କ ଶରୀରରେ ସପ୍ଳିମେଣ୍ଟ ଅକ୍ସିଜେନ୍ ଅଭାବ ଦୂର କରିବାରେ ସହାୟକ ହୋଇଥିବା । ବିଶେଷ କରି ଯେଉଁ ରାଜ୍ୟଗୁଡ଼ିକ ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଛନ୍ତି ଏହା ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ । ଗତ କିଛି ଦିନ ଦେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅକ୍ସିଜେନ୍ ଅଭାବ ନେଇ ଉଦ୍‌ବେଗ୍ ପ୍ରକାଶ କରିଆସୁଛନ୍ତି । ଯଦି ଅକ୍ସଜେନ୍ ଅଭାବ ଯୋଗୁଁ କୌଣସି ଅଘଟଣ ଘଟେ ତେବେ ଆମେ କେବେ ନିଜକୁ କ୍ଷମା କରିପାରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି କେଜ୍ରିଓ୍ୱାଲ ।

ଏଥିସହିତ ପଢ଼ନ୍ତୁ: ସପ୍ତାହାନ୍ତ ସଟଡାଉନ ସମୟରେ ୧ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ

ଆଉ ନାହାଁନ୍ତି ଫିଲ୍ମ ‘ଆଶିକୀ’ର ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋର

ମୁମ୍ବାଇ: ବଲିଉଡରେ ଯେବେ ମଧ୍ୟ କୌଣସି ରୋମାଂଟିକ ଗୀତ ରିଲିଜ  ହୁଏ, ସେତେବେଳେ ପ୍ରଥମେ ମନକୁ ଚାଲିଆସେ ଆଶିକୀର ନାଁ । ଯାହାର ସୁପରହିଟ ଗୀତ ଆଜି ମଧ୍ୟ ଲୋକ ଗୁଣୁଗୁଣୁ ହୁଅନ୍ତି । ଯାହାର ଶ୍ରେୟ ଯାଏ ନଦୀମ ଓ ଶ୍ରବଣଙ୍କ ଯୋଡ଼ିକୁ । ଏବେ ଏହି ଯୋଡ଼ିରେ ବିଛେଦ ଆସିଯାଇଛି । କାରଣ ଶ୍ରବଣ ରାଠୋର ଏବେ ଆଉ ଏହି ଦୁନିଆରେ ନାହାଁନ୍ତି ।   ସବୁଦିନ ପାଇଁ ସେ ନୀରବି ଯାଇଛନ୍ତି । ତାଙ୍କର ରୋମାଂଟିକ ଗୀତ ଆଉ ଶୁଣିବାକୁ ମିଳିବନି ।  ଗୁରୁବାର ଶ୍ରବଣଙ୍କ ପରଲୋକ ହୋଇଛି । ଶ୍ରବଣଙ୍କ ଯିବାଦ୍ୱାରା ମ୍ୟଜିକ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାରର କ୍ଷତି ପହଞ୍ଚିଛି । ଅକ୍ଷୟ କୁମାର, ଅଜୟ ଦେବଗନ,ତୁଷାର କପୂର, ଏ ଆର ରେହମନ,ଶ୍ରେୟା ଘୋଷାଲ,ଅରମାନ ମଲ୍ଲିକଙ୍କ  ସମେତ ଏକାଧିକ ତାରକା ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନଦୀମ-ଶ୍ରବଣଙ୍କ ଯୋଡ଼ି କେବଳ ଆଶିକୀ ନୁହେଁ ବରଂ ଅନ୍ୟ କେତେକ ଫିଲ୍ମରେ ସୁପରହିଟ ଗୀତ ଦେଇଛନ୍ତି । ଯେଉଁମାନେ ଲୋକଙ୍କ ହୃଦୟରେ ପ୍ରେମର ପରିଭାଷାକୁ ବଦଳାଇ ଦେଇଛନ୍ତି । ଫିଲ୍ମ ଧଡ଼କନ ହେଉ ବା ସାଜନ, ରାଜା ହିନ୍ଦୁସ୍ତାନୀ,ସଡ଼କ,ବରସାତ,ଫୁଲ ଔର କାଣ୍ଟେ । ପ୍ରତ୍ୟେକଟି ଫିଲ୍ମର ଗୀତକୁ ମିଳିଛି ଜବରଦସ୍ତ ରେସପନ୍ସ ।

ଫିଲ୍ମ ଆଶିକୀର ମ୍ୟୁଜିକ୍ଆଲବମ ନଦୀମ-ଶ୍ରବଣଙ୍କ ପାଇଁ ସୁପରହିଟ ପ୍ରମାଣିତ ହୋଇଥିଲା । ପ୍ରତ୍ୟେକଟି ଗୀତ ଥିଲା ଖୁବ୍ହୃଦୟଛୁଆଁ । ଜାନ୍ଏ-ଜିଗର,ମେଁ ଦୁନିଆ ଭୁଲା ଦୁଙ୍ଗା,ନଜର କେ ସାମନେ, ଏକ ସନମ ଚାହିଏ ଆଶିକୀ କେ ଲିଏ ଆଦି ଗୀତକୁ ଆଜି ମଧ୍ୟ ଶ୍ରୋତା ଖୁବ୍ପସନ୍ଦ କରନ୍ତି ।

https://www.youtube.com/watch?v=FNRCaXApaZ0

 

ସୂଚନାଯୋଗ୍ୟ ନଦୀମ-ଶ୍ରବଣଙ୍କ ଯୋଡ଼ି ୧୯୭୩ ମସିହାରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରିଥିଲା । ୨୦୦୦ ମଧ୍ୟ ଭାଗରେ ଏହି ଦୁଇଜଣ ଅଲଗା ହୋଇଗଲେ । କିନ୍ତୁ ୨୦୦୯ରେ ଉଭୟ ଏକା ସାଙ୍ଗରେ ପୁଣିଥରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଫଳପ୍ରଦ ହୋଇନଥିଲେ ।

ରାଉରକେଲାରୁ ଇନ୍ଦୋର ଓ ମୁମ୍ବାଇ ଗଲା ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର

ରାଉରକେଲା: ଦେଶର ବିଭିନ୍ନ ରାଜ୍ୟରେ ଅମ୍ଲଜାନ ଅଭାବ ଲାଗି ରହିଥିବା ବେଳେ ସହାୟତା କରୁଛି ଓଡ଼ିଶା । ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।

ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।

ଏଥିସହ ପଢ଼ନ୍ତୁ- ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶରେ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଦେଶରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି, ଟିକାକରଣ ଓ ଅକ୍ସିଜେନ ସପ୍ଲାଇ ନେଇ ବୈଠକରେ ଆଲୋଚନା ହୋଇଛି ।

କରୋନା ସଙ୍କଟ ଦୂର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ରାଜଧାନୀରେ ଅକ୍ସିଜେନ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟରେ ଅଟକା ଯାଉଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।

କେନ୍ଦ୍ର ସରକାର ସାରା ଦେଶରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କଣ୍ଟ୍ରୋଲ କରିବା ସହ ଯବାନଙ୍କ ହାତରେ ଏହି ଦାୟିତ୍ବ ଦିଆଯାଉ । ଯାହାଫଳରେ ସବୁରାଜ୍ୟକୁ ଆବଶ୍ୟକ ଅକ୍ସିଜେନ୍ ପଠାଯାଇ ପାରିବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀରେ ଅକ୍ସିଜେନ୍ ଏକ୍ସପ୍ରେସ୍ ସୁବିଧା ଜାରି କରାଯିବା ସହ ଆକାଶମାର୍ଗରେ ଅକ୍ସିଜେନ୍ ପଠାଇବାକୁ ଅପିଲ କରିଛନ୍ତି କେଜରିୱାଲ୍ ।

ଜଳପଥରେ କଡ଼ାକଡ଼ି ଯାଞ୍ଚ, ପଇଁତରା ମାରୁଛି ମେରାଇନ୍ ଥାନା ପୋଲିସ

ଆରଡ଼ି: ମହାମାରୀ କରୋନାକୁ ଚେକ୍ ଦେବା ପାଇଁ ସମସ୍ତ ମେରାଇନ୍ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଭଦ୍ରକ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଧାମରାରେ ଥିବା ମେରାଇନ ପୋଲିସ ଯାଞ୍ଚକୁ କଡ଼ାକଡ଼ି କରିଛି । ମେରାଇନ୍ ଥାନାର ଅଧିକାରୀଙ୍କ ଅନୁଯାୟୀ ଗତ ୨ ଦିନ ହେବ ମାଛମରା ଟ୍ରଲର ଓ ଡଙ୍ଗାକୁ ନିଷିଦ୍ଧ କରାଯାଇଛି । ଆଜିଠାରୁ ଯେପରି ବାହାର ରାଜ୍ଯରୁ ଜଳପଥ ଦେଇ କେହି ନ ଆସିବେ ସେଥିପାଇଁ ଥାନା ବୋଟ ଦ୍ବାରା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଇଁତରା ମାରୁଛି ପୋଲିସ ।

Marine Police Surveillance In Dhamara

ଏଥିସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଯେପରି କରୋନା ପ୍ରଭାବ ନ ପଡ଼ିବ ସେଥିପାଇଁ ସହାୟତା ଲୋଡ଼ିଛି ପୋଲିସ । ଗତବର୍ଷ ଠିକ୍ ଏହି ସମୟରେ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ଯରୁ ଜଳପଥକୁ ସାହାରା କରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ପ୍ରବାସୀ ଫେରିଥିଲେ । ଚଳିତବର୍ଷ ଘାତକ କରୋନା ଉଗ୍ରରୂପ ନେଉଥିବାରୁ ସରକାର ବାହାର ରାଜ୍ଯକୁ ବସ୍ ସେବା ବନ୍ଦ କରିଥିବା ବେଳେ ଏବେ ଜଳପଥକୁ ବନ୍ଦ କରିଛନ୍ତି । ଯଦି କେହି ଜଳପଥରେ ଆସନ୍ତି ତାହେଲେ ମଟର ବୋଟ ଓ ଟ୍ରଲରକୁ ଜବତ କରାଯିବା ସହ ପ୍ରବାସୀଙ୍କ କ୍ୱାରେଣ୍ଟାଇନରେ ରଖାଯିବ ।

ପ୍ରବାସୀଙ୍କ ପାଇଁ ଆଲର୍ଟରେ ଓଡ଼ିଶାର ୧୮ଟି ମେରାଇନ୍ ଷ୍ଟେସନ୍

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର କୋଭିଡ୍ ନେଗେଟିଭ୍ ରିପୋର୍ଟ ଏବଂ ଦ୍ୱିତୀୟ ଡୋଜ୍ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ବାହାର ରାଜ୍ୟରୁ ଫେରିଥିଲେ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଅନ୍ୟପଟେ ଦେଶରେ ଲକଡାଉନ୍ ଆଶଙ୍କା କରି ପ୍ରବାସୀ ଘରମୁହାଁ ହେଉଛନ୍ତି ।

All 18 Marine Station In Alert Mode In Odisha

ସରକାର କରୋନା ପାଇଁ ଚେକିଂ ସହ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି । ଏସବୁ ଦୃଷ୍ଟିରୁ ପ୍ରବାସୀ ଜଳ ପଥ ଦେଇ ଓଡ଼ିଶା ଆସିପାରନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ । ରେଲୱେ ଓ କୋ ନିଷ୍ଟ ଗାର୍ଡ ସିକ୍ୟୁଟି ଏଡିଜି ଏନେଇ ସୂଚନା ଦେଇଛନ୍ତି । ୧୮ଟି ମେରାଇନ ଷ୍ଟେସନରେ ଚେକିଂ ଚାଲିଛି । ଫିଶ ଲଣ୍ଡିଂ ଷ୍ଟେସନରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ମେରାଇନ୍ ଷ୍ଟେସନରେ ପାଟ୍ରୋଲିଂ ଚାଲୁଛି, ସବୁ ବୋଟରେ ଚେକିଂ ଚାଲିଛି । ପ୍ରତ୍ୟେକ ଥାନାରେ ସାଗର ରକ୍ଷକ ଦଳ ଆମକୁ ବାହାରୁ ଜଳ ପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି ।

All 18 Marine Station In Alert Mode In Odisha

ଏଥିସହ ରାତିରେ ମଟର ସାଇକେଲରେ ପାଟ୍ରୋଲିଂ ହେଉଛି । କୋଷ୍ଟାଲ ଏରିଆରେ ଜବରଦସ୍ତ ଚେକିଂ ଚାଲିଛି । ପୂରା ଓଡ଼ିଶାର ୧୮ଟି ମେରାଇନ୍ ଷ୍ଟେସନରେ ପ୍ରବାସୀଙ୍କ ପାଇଁ ଚେକିଂ ଚାଲିଛି । ବାହାରୁ କୌଣସି ବୋଟ୍ ଆସିଲେ ସିଜ୍ କରାଯିବ । ଆସିଥିବା ଲୋକଙ୍କ ସମ୍ପର୍କରେ ଖବର ଦିଆଯାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯିବ ।

ଦିଲ୍ଲୀରେ ଆକ୍ଟିଭ୍‌ ହେଲା କରୋନାର ୟୁକେ ଏବଂ ଡବଲ ମ୍ୟୁଟାଣ୍ଟ ଭ୍ୟାରିଏଣ୍ଟ, ୫୦ ପ୍ରତିଶତ ମାମଲାରେ ପ୍ରଭାବ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆତଙ୍କ ଏବେ ବନ୍ୟାର ରୂପ ନେଲାଣି । ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି ଏବଂ ଶହଶହ ସଂଖ୍ୟାରେ ଲୋକଙ୍କ ଜୀବନ ଗଲାଣି । କିନ୍ତୁ ସାମ୍ନାକୁ ଆସିଥିବା ନୂଆ ତଥ୍ୟ ଅଧିକ ଚିନ୍ତା ବଢାଇଲାଣି । ତଥ୍ୟ କହୁଛି, ଦିଲ୍ଲୀରେ ୟୁକେର ଭ୍ୟାରିଏଣ୍ଟ ପ୍ରବେଶ କରି ସାରିଲାଣି ।

ନ୍ୟାସନାଲ ସେଣ୍ଟର ଫର ଡିସିଜ୍‌କଣ୍ଟ୍ରୋଲ ବା NCDCର ମୁଖ୍ୟ ଡାକ୍ତର ସୁଜିତ ସିଂଙ୍କ କହିବା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ ଶେଷ ସୁଦ୍ଧା ଆସିଥିବା ନମୁନା ମଧ୍ୟରୁ ୫୦ ପ୍ରତିଶତ କରୋନାରେ ୟୁକେ ଭ୍ୟାରିଏଣ୍ଟ ଥିଲା । ଏବେ ଦିଲ୍ଲୀରେ କରୋନାର ୟୁକେ ଭ୍ୟାରିଏଣ୍ଟ ଏବଂ ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ତାଣ୍ଡବ ସୃଷ୍ଟି କରିଛି ।

ଡାକ୍ତର ସୁଜିତ ସିଂଙ୍କ ଅନୁସାରେ, ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରରେ ୫୦ ପ୍ରତିଶତରୁ ଅଧିକ ନମୁନା ଡବଲ ମ୍ୟୁଟାଣ୍ଟ ସହିତ ଜଡ଼ିତ ।

ସୂଚନାଯୋଗ୍ୟ, ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଏବେ ଆତଙ୍କ ସୃଷ୍ଟି କରିଛି । କରୋନାର ପ୍ରଥମ ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ଏବେ କରୋନାର ୟୁକେ, ଆଫ୍ରିକୀ ଏବଂ ବ୍ରାଜିଲ ଭ୍ୟାରିଏଣ୍ଟ ସକ୍ରିୟ ରହିଛି । କେବଳ ଏତିକି ନୁହେଁ ଭାରତରେ ଏବେ ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି । ଯେଉଁ ଭ୍ୟାରିଏଣ୍ଟର ସର୍ବାଧିକ ମାମଲା ପଶ୍ଚିମବଙ୍ଗରେ ନଜର ଆସିଛି ।

ରିପୋର୍ଟ କହୁଛି ରାଜଧାନୀ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ପ୍ରଭାବ ମାର୍ଚ୍ଚ ମାସଠାରୁ ଦେଖିବାକୁ ମିଳିଛି । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ୨୫ ପ୍ରତିଶତ ମାମଲା ସାମ୍ନାକୁ ଆସିଥିଲା, କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆକଳନ ୫୦ ପ୍ରତିଶତକୁ ପହଞ୍ଚି ଯାଇଛି ।