spot_img
Home Blog Page 5724

ସପ୍ତାହାନ୍ତ ସଟଡାଉନ ସମୟରେ ୧ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ

ଭୁବନେଶ୍ୱର: କରୋନା କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିବୃତି । ଶନିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସଟଡାଉନ କରାଯାଇଛି । ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ ନିଆଯାଇଛି ନିଷ୍ପତ୍ତି । ଶନିବାର ଓ ରବିବାର ସକାଳେ ୧ ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ ।

ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ ପାଇଁ କଟକଣା କୋହଳ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଶୁକ୍ରବାର ସନ୍ଧ୍ୟାରୁ ନାଇଟ୍ କର୍ଫ୍ୟୁ ଶନିବାର ସକାଳ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ସଟଡାଉନ ସମୟରେ କ୍ଷୀର, ପେଟ୍ରୋଲ ପମ୍ପ , ଡାକ୍ତରକଖାନା ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ ।

ଏଥିସହ ପଢ଼ନ୍ତୁ- ନାଇଟ୍ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡାଉନ୍, ଆପଣ କେତେ ପ୍ରସ୍ତୁତ ?

କାହାକୁ ଅନୁମତି ?

ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

ନାଇଟ୍ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡାଉନ୍, ଆପଣ କେତେ ପ୍ରସ୍ତୁତ ?

ଭୁବନେଶ୍ୱର: ସଂକ୍ରମଣ ବ୍ୟାପୁଛି, କଟକଣା ବଢ଼ୁଛି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଆସନ୍ତାକାଲି ଠାରୁ ସପ୍ତାହନ୍ତ ସଟଡାଉନ୍ ସମସ୍ତ ସହରାଞ୍ଚଳରେ ଲାଗୁ ହେବ ।

ଅର୍ଥାତ୍ ଶୁକ୍ରବାର ରାତିରୁ ନାଇଟ୍ କର୍ଫ୍ୟୁ ଶନିବାର ସକାଳ ୫ଟା ଯାଏ ବଳବତ୍ତର ରହିବ । ତା’ପରେ ଶନିବାର ସକାଳ ୫ଟାରୁ ସୋମବାର ସକାଳ ଯାଏ ଲାଗୁ ରହିବ ସଟଡାଉନ୍ କଟକଣା । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟି ସହ ସପ୍ତାହନ୍ତ ସଟଡାଉନ୍ କଟକଣା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାରେ ନିୟୋଜତି ବ୍ୟକ୍ତି ଘରୁ ବାହାରି ପାରିବେ । ଯାଞ୍ଚ ସମୟରେ ଅନୁଷ୍ଠାନ ପ୍ରଦତ୍ତ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ପାସର କୌଣସି ବ୍ୟବସ୍ଥା ନାହିଁ ।

କାହାକୁ ଅନୁମତି ?

ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

ଭାରତରେ କରୋନା ସ୍ଥିତି ଭୟଙ୍କର ଥିବାବେଳେ ସାମ୍ନାକୁ ଆସିଲା ଚୀନ୍‌

ନୂଆଦିଲ୍ଲୀ:   ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଭାରତକୁ ସହାୟତା କରିବାକୁ ଆଗକୁ ଆସିଛି ଚୀନ୍‌। ଭାରତରେ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ଏବଂ ମେଡିକଲ ସାମଗ୍ରୀ ସପ୍ଲାଇ କରିବାକୁ ପ୍ରସ୍ତୁତ ଅଛି ଚୀନ୍‌। କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଭାରତର ଚିକିତ୍ସା ଭିତ୍ତିଭୂମି ଏକ ସଙ୍କଟ ମଧ୍ୟରେ ଗତି କରୁଛି । ଏଥିପାଇଁ ଚୀନ୍‌ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌,ଅକ୍ସିଜେନ୍‌ଏବଂ ଔଷଧ ଆଦି ଅଭାବ ଦେଖାଦେଲାଣି । କରେନାଜନିତ ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଲାଣି । ଶ୍ମଶାନ ଘାଟ ଗୁଡ଼ିକରେ ଲମ୍ବା ଲାଇନ ଲାଗୁଛି । ଏଥିପାଇଁ ସ୍ଥାନର ଘୋର ଅଭାବ ଦେଖାଦେଲାଣି ।

ଭାରତରେ କରୋନା ସ୍ଥିତିକୁ ନେଇ ଏକ ପ୍ରଶ୍ନରେ ଚୀନର ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ୍‌ବେନବିନ କହିଛନ୍ତିଯେ, ବେଜିଂ ସାହାଯ୍ୟ ପାଇଁ ପ୍ରସ୍ତୁତ । ଏହା ସହିତ ପୂରା ବିଶ୍ୱ ଏବେ ଏକଜୁଟ ହୋଇ କରୋନାକୁ ହରାଇବାକୁ ପଡ଼ିବ । ଭାରତରେ ସ୍ଥିତି ବିଗଡ଼ିବାରେ ଲାଗିଛି ଏବଂ ଚିକିତ୍ସା ସମ୍ବଳର ଆବଶ୍ୟକତା ଥିବା ଅନୁଭବ କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବେନବିନ୍‌। କିନ୍ତୁ ଅଫିସିଆଲ ଭାବରେ ଦିଲ୍ଲୀକୁ ସାହାଯ୍ୟ କରିବା ପାଇଁ ବେଜିଂ ଘୋଷଣା କରିଛି କି ନାହିଁ ତାହା ବାବଦରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଗଣମାଧ୍ୟମର ରିପୋର୍ଟ କହୁଛି, ଭାରତର କେତେକ ଘରୋଇ କମ୍ପାନୀ ଚୀନରୁ ମେଡିକଲ ସପ୍ଲାଇ ପାଇଁ ଉଦ୍ୟମ କରୁଛନ୍ତି । ଗତବର୍ଷ କରୋନା ପ୍ରକୋପରୁ ବଞ୍ଚିବା ପାଇଁ ଚୀନକୁ ସହାୟତାର ହାତ ବଢାଇଥିଲା ଭାରତ ।

ଡିସେମ୍ବର ୨୦୧୯ରେ ଚୀନର ଉହାନ ସହରରୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଏହି ଭୂତାଣୁ ତୀବ୍ର ଗତିରେ ସଂକ୍ରମଣ ହେବାକୁ ଲାଗିଲା । ଯାହା ଖୁବଶୀଘ୍ର ସମଗ୍ର ବିଶ୍ୱକୁ କବଜା କରିନେଲା । ଏଭଳି ସ୍ଥିତିରେ ଚୀନକୁ ସହାୟତାର ହାତ ବଢାଇଥିଲା ଚୀନ୍‌। ଯାହା ବାବଦରେ ଗତବର୍ଷ ମାର୍ଚ୍ଚରେ ଲୋକସଭାରେ ବିଦେଶ ମନ୍ତ୍ରୀ ମୁରଲୀଧରନ ଲିଖିତ ଭାବରେ ସୂଚନା ଦେଇଥିଲେ ।

ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସି ପଡ଼ିଲା ଜିପ୍‌, ୧୦ରୁ ୧୨ ନିଖୋଜ

0

ପାଟନା: ବିହାରର ରାଜଧାନୀ ପାଟନାରେ ଦାନାପୁର ଏବଂ ଦିୟାରାକୁ ସଂଯୋଗ କରୁଥିବା ଅଞ୍ଚଳ ପିପାଠାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ସକାଳେ ଦାନାପୁରରୁ ୧୨ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛି ଏକ ଜିପ୍‌। ବାଡ଼ ସହିତ ଧକ୍କା ହୋଇ ନଦୀ ମଧ୍ୟକୁ ଜିପ୍‌ଖସିପଡ଼ିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ପରେ ପୋଲିସକୁ ଏହି ବାବଦରେ ସୂଚନା ଦିଆଗଲା ।

ଘଟଣା ବାବଦରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ନିଖୋଜ ଯାତ୍ରୀଙ୍କୁ ଖୋଜିବାରେ ଜୁଟିଛି । ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର ହୋଇ ନାହାଁନ୍ତି ।

 

ସୂଚନା ଅନୁସାରେ, ଜିପରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅକିଲପୁରର ଗୋଟିଏ ପରିବାରର ସଦସ୍ୟ । ନିଖୋଜ ବ୍ୟକ୍ତିମାନେ ହେଲେ ରମାକାନ୍ତ ସିଂ, ପତ୍ନି ଗୀତା ଦେବୀ, ଅରବିନ୍ଦ ସିଂ, ଉମାକାନ୍ତ ସିଂଙ୍କ ପତ୍ନି, ଅନୁରଗୋ ଦେବୀ, ସରୋଜ ଦେବୀ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିପାପୁଲର ରାସ୍ତାରେ ଅବ୍ୟବସ୍ଥା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ।

ରାଜ୍ୟରେ ଦୈନିକ ହେବ ୫୦ ହଜାର କରୋନା ଟେଷ୍ଟ, ଟିକା ଅଭାବରୁ ୮୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ପାର୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । ଦେଶରେ ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି ।

ଦ୍ୱିତୀୟ ଡୋଜ୍ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା । ତେଣୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ମେ’ ୧ରୁ ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ଭ୍ୟାକ୍ସିନ୍ ଡୋଜ୍ ପିଛା ୬ ଶହ ଟଙ୍କାରେ କିଣିବେ । ଦେଶରେ ୨୨ ଏପ୍ରିଲ୍ ସୁଦ୍ଧା ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା ବେଳେ ଓଡ଼ିଶାରେ ୫୪ ଲକ୍ଷ ଟିକାକରଣ ହୋଇଛି । ଟିକା ନେଲେ ମୃତ୍ୟୁ ହାର କମ ରହିବ, ଅଧିକ ସଂକ୍ରମଣ ହେବ ନାହିଁ ।

ଓଡ଼ିଶାରେ ଟୀକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ ଜଣ ସଂକ୍ରମଣ ହୋଇଛନ୍ତି । ଦ୍ୱିତୀୟ ଡୋଜ୍ ନେଲେ ସଂକ୍ରମଣ ହେବ ନାହିଁ । ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ସୋମବାର ଠାରୁ ଶୁକ୍ରବାର ଟିକାକରଣ ଚାଲୁ ରହିବ । ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ଏନେଇ ଭାରତ ସରକାର ଗାଇଡଲାଇନ୍ ଦେଲେ ସେହି ଅନୁସାରେ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି । ରାଜ୍ୟରେ ଦୈନିକ ୫୦ ହଜାର କରୋନା ଟେଷ୍ଟ କରାଯିବ । ଏବେ ଦୈନିକ ୪୩ ହଜାର ଟେଷ୍ଟିଂ କରାଯାଉଛି । ବେସରକାରୀ ହସ୍ପିଟାଲରେ ୫୦ ପ୍ରତିଶତ ବେଡ୍ ସଂରକ୍ଷଣ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକଙ୍କ ମୃତ୍ୟୁ, ମାନସ ମଙ୍ଗରାଜଙ୍କ ଶୋକ

ବ୍ରହ୍ମପୁର: କରୋନା ପୀଡ଼ିତ ୨ ସାମ୍ବାଦିକଙ୍କ ମୃତ୍ୟୁ । ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡିକାଲରେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ୨ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ୱେବ ଚ୍ୟାନେଲରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ରାତି ୩ଟା ସମୟରେ ହୋଇଥିବା ଜଣାପଡ଼ିଛି ।

Two Journalist Of Ganjam District Died During Covid-19 Treatment

ସେ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ଗତ ୨ ଦିନ ହେଲା ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସ କ୍ରିୟା ଜନିତ ସମସ୍ୟା ସହ ଅକ୍ସିଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେଉଥିଲା । ସେ ଜଣେ ଭଲ କ୍ରୀଡ଼ାବିତ୍ ଥିଲେ । ବହୁଥର ଖୋକୋରେ ଜିଲ୍ଲା ପାଇଁ ଏବଂ ରାଜ୍ୟ ପାଇଁ ଖେଳି ସୁନାମ ଆଣିଛନ୍ତି ।

Two Journalist Of Ganjam District Died During Covid-19 Treatment

ଏକ ଦୈନିକ ଖବରକାଗଜର ଚିକିଟି ପ୍ରତିନିଧି ଭାବେ କାର୍ଯ୍ୟରତ ଯୁବ ସାମ୍ବାଦିକ ମନୋଜ କୁମାର ସାହୁଙ୍କ ମୃତ୍ୟୁ ହୋଇଛି । ଆଜି ଦିନ ୧୦ଟା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ଗତ ଦୁଇ ଦିନ ହେଲା ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସ କ୍ରିୟା ଜନିତ ସମସ୍ୟା ଏବଂ ଅକ୍ସିଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେଉଥିଲା ।

୨ ସାମ୍ବାଦିକଙ୍କ ମୃତ୍ୟୁରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଧରିବା ଲାଗି କହିଛନ୍ତି । ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତ ମାନସ ମଙ୍ଗରାଜ ।

୬ ଦିନରେ କରୋନାରେ ମାଆ ସହ ୨ ପୁଅଙ୍କ ମୃତ୍ୟୁ, ଦୁଃଖରେ ବୋହୂର ଆତ୍ମହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ଦେବାସରେ ୬ ଦିନ ମଧ୍ୟରେ କରୋନାରେ ଜଣେ ୭୫ ବର୍ଷିଅ ମହିଳାଙ୍କ ସହ ତାଙ୍କର ୨ ପୁଅଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ବୋହୂ ଆତ୍ମହତ୍ୟା କରିଛି । ଦଉଡ଼ି ଦେଇ ବୋହୂ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ପରିବାର ସଦସ୍ୟ । ଦେବାସ ଅଗ୍ରୱାଲ ସମାଜର ଅଧ୍ୟକ୍ଷ ବାଲକିଶନ ଗର୍ଗଙ୍କ ଘରେ ଘଟିଛି ।

ବାଲକିଶନଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍ ଗମ୍ଭୀର ରହିଛି । ସୂଚନା ଅନୁସାରେ ପ୍ରଥମେ ବାଲକିଶନଙ୍କ ୭୫ ବର୍ଷିଅ ପତ୍ନୀ ଚନ୍ଦ୍ରକଳା କରୋନା ସଂକ୍ରମିତ ହୋଇଥିଲେ । ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ଠିକ୍ ୨ ଦିନ ପରେ ବଡ଼ ପୁଅ ୫୧ ବର୍ଷିଅ ସଞ୍ଜୟ କରୋନାରେ ପ୍ରାଣ ହରାଇଥିଲେ । ଏପ୍ରିଲ ୧୯ରେ ସାନ ପୁଅ ୫୯ ବର୍ଷିଅ ସ୍ୱପ୍ରେଶଙ୍କ ମୃତ୍ୟୁ କରୋନାରେ ହୋଇଥିଲା ।

ଏସବୁ ଦେଖି ଭାଙ୍ଗି ପଡ଼ିଥିଲେ ସାନ ବୋହୂ । ଶାଶୂ, ସ୍ୱାମୀ ଏବଂ ଦେଢ଼ଶୂରଙ୍କ ମୃତ୍ୟୁ ପରେ ୪୫ ବର୍ଷିଅ ରେଖା ଗର୍ଗ ମାନସିକ ଅବସାଦଗ୍ରସ୍ତ ହୋଇ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୁରୀ ବେଳାଭୂମିରୁ ୩ ଫୁଟ୍ ଲମ୍ବର ମୃତ ଡଲଫିନର ଉଦ୍ଧାର

ପୁରୀ: ଦିଗବାରେଣି ଖୁଣ୍ଟି ନିକଟ ବେଳାଭୂମିରୁ ଏକ ୩ ଫୁଟ୍ ଲମ୍ବର ଡଲଫିନ୍ ଉଦ୍ଧାର କରାଯାଇଛି । ଡଲଫିନଟି ପାଣିରେ ଭାସି ଭାସି ଆସି କୁଳରେ ମୃତ ଅବସ୍ଥାରେ ଲାଗିଥିଲା । ଯାହାକୁ ଲାଇଫଗାର୍ଡ ମାନେ ଉଦ୍ଧାର କରିଥିଲେ ।

3 Feet Dolphin Dead body Rescued In Odisha’s Puri

ତେବେ ଡଲଫିନଟି ଇରୱାଡି କି ବଟଲନୋଜ ତାହା ପ୍ରଥମେ ଜଣାପଡ଼ି ନାହିଁ । ବନବିଭାଗ କର୍ମଚାରୀ ଆସି ଏହା ଇରୱାଡି ବୋଲି ସୂଚନା ଦେଇଛନ୍ତି । ଏହି ପ୍ରଜାତିର ଡଲଫିନ୍ ଚିଲିକା ଭିତରେ ରହିଥାନ୍ତି । ଏଭଳି ଡଲଫିନର ମୃତ୍ୟକୁ ନେଇ ପରିବେଶବିତ୍ ଉଦବେଗ୍ ପ୍ରକାଶ କରିଥିବା ବେଳ ବିନା ବାଧାରେ ଟ୍ରଲର ଯାତାୟାତ କରୁଥିବାରୁ ଟ୍ରଲର ମାଡ଼ରେ ମୃତ୍ୟୁ ଆଶଙ୍କା କରାଯାଉଛି ।

3 Feet Dolphin Dead body Rescued In Odisha’s Puri

ବିଶେଷକରି ଏହି ଡଲଫିନ୍ ଚିଲିକା ଭିତରେ ରହିଥାନ୍ତି ଏବଂ ବେଳେ ବେଳେ ଚନ୍ଦ୍ରଭାଗା ସମୁଦ୍ର ପର୍ଯ୍ୟନ୍ତ ଯାତାୟାତ କରିଥାନ୍ତି । ଅନେକ ଟ୍ରଲର ବେଆଇନ ଯାତାୟାତ କରୁଥିବା ବେଳେ ଡଲଫିନର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି ।

ଦୈନିକ ସଂକ୍ରମଣରେ ଆମେରିକାକୁ ଟପିଲା ଭାରତ, ଦେଶରେ ପ୍ରଥମ ଥର ଲାଗି ୩.୩୨ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୯୩ ହଜାର ୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ବୁଧବାର ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୮ ତାରିଖରେ ଆମେରିକାରେ ଦିନକରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ଚିହ୍ନଟ ହୋଇଥିଲା ।

ଦେଶରେ କରୋନା ସ୍ଥିତି

ମୋଟ କରୋନା ପଜିଟିଭ୍- ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫

ମୋଟ ଆରୋଗ୍ୟ- ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯

ସକ୍ରିୟ ସଂକ୍ରମଣ ମାମଲା- ୨୪ ଲକ୍ଷ ୨୮ ହଜାର ୬୧୬

ମୋଟ କରୋନା ମୃତ୍ୟୁ- ୧ ଲକ୍ଷ ୮୬ ହଜାର ୯୨୦

ମୋଟ ଟିକାକରଣ- ୧୩ କୋଟି ୫୪ ଲକ୍ଷ ୭୮ ହଜାର ୪୨୦

ଗତ ୨୪ ଘଣ୍ଟାରେ ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୬୭ ହଜାର ୧୩ଟି ମାମଲା ଆସିଛି । କୋଭିଡରେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଆସିଛି ।

ଟଳୁନି ଅକ୍ସିଜେନ୍ ସଂକଟ, ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଉ ମାତ୍ର ୨ ଘଣ୍ଟା ଯିବ ଅମ୍ଲଜାନ

ନୂଆଦିଲ୍ଲୀ: ଅକ୍ସିଜେନ୍ କୋଟା ବୃଦ୍ଧି ସତ୍ତ୍ୱେ ଦିଲ୍ଲୀରେ ଅକ୍ସିଜେନ୍ ସଂକଟ ଟଳୁନି । ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଲାଗି ରହିଛି । ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଥିବା ଅକ୍ସିଜେନ୍ ମାତ୍ର ଆଉ ୨ ଘଣ୍ଟା ଯିବ । ଏନେଇ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତୁରନ୍ତ ଅକ୍ସିଜେନ୍ ଏୟାରଲିଫ୍ଟ କରିବା ଆବଶ୍ୟକତା ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅକ୍ସିଜେନ୍ ଅଭାବ ଯୋଗୁଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଓ ବିପାପ ସଠିକ୍ ଭାବେ ଫଳପ୍ରଦ ହେଉନାହିଁ । ଏବେ ହସ୍ପିଟାଲରେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି । ୨ ଘଣ୍ଟା ମଧ୍ୟରେ ଅକ୍ସିଜେନ୍ ନମିଳିଲେ ୬୦ ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଅସୁସ୍ଥଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Oxygen Left For Only 2 Hours In Sir Ganga Ram Hospital, Delhi

ଅକ୍ସିଜେନ୍ ଅଭାବ ଯୋଗୁଁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ ନଥିବାରୁ ଆଇସିୟୁ ଓ ଭେଣ୍ଟିଲେଟରକୁ ହସ୍ପିଟାଲରେ ମାନୁଆଲ୍ ମୋଡରେ ପରିଚାଳନା କରାଯାଉଥିବା ଜଣାପଡ଼ିଛି ।