ଗ୍ଳୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ୨ ବିଦେଶୀ କମ୍ପାନୀଙ୍କ ଆବେଦନ

ଭୁବନେଶ୍ୱର: ଗ୍ଲୋବାଲ ଟେଣ୍ଡର ଦୁଇ ବିଦେଶୀ କମ୍ପାନୀଙ୍କ ବିଡିଂ । ଆଜିଠାରୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଖୋଲିଛି । ଏହି ପ୍ରକ୍ରିୟାରେ ଦୁଇଟି ସଂସ୍ଥା ଆବେଦନ କରିଛନ୍ତି । ଯାହାକୁ ରାଜ୍ୟ ସରକାର ଗ୍ରହଣ କରି ତର୍ଜମା କରୁଛନ୍ତି । ଜୁନ ୯ ତାରିଖରେ ସରକାର କେତେ ଟଙ୍କାରେ ଟିକା କିଣିବେ ସେନେଇ ଗ୍ଲୋବାଲ ଟେଣ୍ଡରର ବିଡିଂ ଖୋଲିବେ । ଏ ନେଇ ସୂଚନା ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା ବିଦେଶ କମ୍ପାନୀରୁ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟରେ ଟିକାର ଅଭାବକୁ ଦୂର କରିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା କରିଥିଲେ । ଟିକାକରଣକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଉଦ୍ୟମ ଜାରି ରହିଛି । ଅନଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଦୁଇଟି ସଂସ୍ଥା ଆବେଦନ କରିଥିବାରୁ ଏହା ଶୁଭ ସଙ୍କେତ ଦେଇଛି । ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନେକ ନୀତିରେ ସରଳ କରିଛନ୍ତି ସରକାର । ଏହି ପ୍ରକ୍ରିୟାରେ ଫାଇଜର, ମଡର୍ଣ୍ଣା, ଜନସନ୍ ଆଣ୍ଡ ଜନସନ୍ ଭଳି ଡିଜିସିଆଇ ଦ୍ବାରା ଅନୁମୋଦିତ ପ୍ରାପ୍ତ ବିଭିନ୍ନ କମ୍ପାନୀ ଏଥିରେ ସାମିଲ ହୋଇପାରିବେ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରେମିକକୁ ବାହା ହେବାକୁ ବିବାହିତା ପ୍ରେମିକାର ଜିଦ୍

Leave a Reply