୭ ହଜାର କୃଷକଙ୍କୁ ଟିକା ଦେଲେଣି ତବସୁମ

ପୁଲଓ୍ୱାମା: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ହେଉଛି । ଭିନ୍ନ ଭିନ୍ନ ରାଜ୍ୟରେ ଆଗଧାଡ଼ିର ଯୋଦ୍ଧା ନିଜ କାମରେ ଲାଗିଛନ୍ତି । କରୋନା ଭୂତାଣୁକୁ ହରାଇବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିଛି । ଭ୍ୟାକ୍ସିନେସନ ଅଭିଯାନକୁ ଦେଶରେ ଖୁବ୍‌ଗୁରୁତ୍ୱ ଦିଆଯାଉଛି । କରୋନରୁ ଲଢିବା ପାଇଁ ଭ୍ୟାକ୍ସିନ୍‌ଗୁରୁତ୍ୱପୂର୍ଣ୍ଣ । ଯାହାକୁ ଖୁବ୍‌ଭଲ ଭାବରେ ବୁଝିଛନ୍ତି ଜମ୍ମୁ କାଶ୍ମୀରର ତବସୁମ ।


ପୁଲଓ୍ୱାମା ଅଞ୍ଚଳରେ ଖୁବ୍‌ପ୍ରଶଂସା ସାଉଁଟୁଛନ୍ତି ତବସୁମ । ଚାଷୀ ମାନଙ୍କୁ ବଞ୍ଚାଇବା ପାଇଁ ଚାଷ ଜମିରେ ବୁଲି ସେମାନଙ୍କୁ ଟିକା ଦେଉଛନ୍ତି । ଏପର୍ଯ୍ୟନ୍ତ ସାତ ହଜାରରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦେଇ ସାରିଲେଣି ତବସୁମ । କେବଳ ଟିକା ଦେଉନାହାଁନ୍ତି ବରଂ ସମସ୍ତେ ଟିକା ନେବାପାଇଁ ସେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ।

 

ଚାଷୀ ମାନଙ୍କୁ ଟିକା ଦେବାପାଇଁ ଠାଣି ନେଇଥିବା ତବସୁମ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବେ ବୋଲି କୁହନ୍ତି । ରାସ୍ତା ଯେତେ ମଧ୍ୟ ଦୁର୍ଗମ ହେଉ, ଏସବୁକୁ ଖାତିର କରୁନାହାଁନ୍ତି ତବସୁମ ।

 

ସୂଚନାଯୋଗ୍ୟ ଜମ୍ମୁ କାଶ୍ମୀରରେ କରୋନା ମାମଲା କଥା ଯଦି ଆଲୋଚନା କରିବା ତେବେ ୨୪ ଘଣ୍ଟାରେ ସେଠାରେ ୨୪ ଲୋକଙ୍କ ଜୀବନ ନେଇଛି କିଲର ଭାଇରସ ।

Leave a Reply