‘ଉରି’ ଫିଲ୍ମର ନିର୍ଦ୍ଦେଶକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ

1 min read

ମୁମ୍ବାଇ: ଉରି ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିହେଲେ ସୁନ୍ଦରୀ ବଲିଉଡ ଅଭିନେତ୍ରୀ ୟାମି ଗୌତମ । ଇଂଷ୍ଟାଗ୍ରାମରେ ଏହି କପଲ ଏକ ଫଟୋ ଶେୟାର କରି ବିବାହ କରିଥିବା ସୂଚନା ଦେଇଛନ୍ତି । କେବଳ ନିକଟ ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ବିବାହ କରିଛନ୍ତି ଏହି ଲଭ୍ବର୍ଡ଼ । ୟାମି ଲାଲ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଆଦିତ୍ୟଙ୍କୁ ଅଫ୍ହ୍ୱାଇଟ୍ସେରଓ୍ୱାନୀରେ ଦେଖିବାକୁ ମିଳିଛି ।
ଏହି ଫଟୋ ସୋସିଅଲ ମିଡିଆରେ ଶେୟାର କରିବା ପରେ ଉଭୟଙ୍କୁ ବନ୍ଧୁ ଏବଂ ପ୍ରଶଂସକଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି ।

 

 

View this post on Instagram

 

A post shared by Yami Gautam (@yamigautam)

ସୂଚନାଯୋଗ୍ୟ ୟାମି ଗୌତମ ଏବଂ ଆଦିତ୍ୟ ଧର ୨୦୧୯ରେ ଉରି ଫିଲ୍ମରେ ଏକା ସାଙ୍ଗରେ କାମ କରିଥିଲେ । ଉରି ପାଇଁ ପୁରସ୍କାର ପାଇଥିବା ଆଦିତ୍ୟ ଏବେ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ୟାମି A Thursedayର ରିଲିଜକୁ ଅପେକ୍ଷା କରିଛନ୍ତି । ଯେଉଁଥିରେ ତାଙ୍କୁ ଏକ ଶିକ୍ଷୟତ୍ରୀ ଚରିତ୍ରରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

Leave a Reply