ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ଟିକାକରଣ ନେଇ ଲୋକଙ୍କୁ ସଚେତନ ଓ ନାମ ପଞ୍ଜୀକରଣ କରୁଛି ଗ୍ରାମ ବିକାଶ

1 min read

ଭୁବନେଶ୍ୱର: ରାଜ୍ୟର ଅଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମ ଅଧିକ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି ଗ୍ରାମ ବିକାଶ । କରୋନା ମୁକାବିଲା ଦିଗରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ବିଭିନ୍ନ କାରଣରୁ ରାଜ୍ୟ ଅଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉପାରୁନି । ଲୋକଙ୍କ ମଧ୍ୟରେ କରୋନା ଟିକାକୁ ନେଇ ସଚେତନତାର ଅଭାବ ଓ ଇଣ୍ଟରନେଣ୍ଟର ସୁବିଧା ନଥିବାରୁ ଟିକାକରଣରେ ଅସୁବିଧା ହେଉଛି । ଏଣୁ ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି । ଏବଂ ସେମାନଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ କରୁଛନ୍ତି । ମଇ ୨୯ ସୁଦ୍ଧା ଗ୍ରାମ ବିକାଶ ସ୍ୱେଚ୍ଛାସେବୀମାନେ ମୋଟ ୨୭୮୯ ଲୋକଙ୍କ ନାମ ଟିକାକରଣ ନେଇ ପଞ୍ଜୀକୃତ କରିଛନ୍ତି । ଆଉ ସେମାନଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ଗ୍ରାମ ବିକାଶ କମିଟି ସଦସ୍ୟ । ଗ୍ରାମ ବିକାଶ ସ୍ୱେଚ୍ଛାସେବୀମାନେ ରାୟଗଡ଼ାର ରଘୁନାଥପୁର, ଗୁମ୍ମା ବ୍ଳକ୍‌ର ନୂଆଁଗାଁ ଓ ଜଗନ୍ନାଥପୁର ଅଞ୍ଚଳରେ କରୋନା ଟିକା ନେଇ ଲୋକଙ୍କ ନାମ ପଞ୍ଜୀକୃତ କରିଥିଲେ । ସେହିଭଳି ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ୧୮-୪୪ ବର୍ଗର ଲୋକଙ୍କ ଟିକାକରଣ ନେଇ ପଞ୍ଜୀକୃତ କରାଉଛନ୍ତି ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ।

ଏଥିସହିତ ପଢ଼ନ୍ତୁ: ଆଶା ସଞ୍ଚାର କଲେ ୨୦ ବର୍ଷର ଯୁବକ: ସମ୍ କୋଭିଡ ହସ୍ପିଟାଲରେ ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହେଲେ

Leave a Reply