ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ଉଦ୍ଭାବନ: ଆପ୍ ଜରିଆରେ ଜାଣି ହେବ କରୋନା ସମ୍ପର୍କିତ ସବୁ ସୂଚନା

1 min read

ଏଣିକି ଆପ ଜରିଆର ଜାଣିହେବ କରୋନା ରୋଗୀଙ୍କ ସ୍ଥିତି । ଦେଶର କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ଆପ ଦ୍ବାରା ଏହାର ତଥ୍ୟ ମିଳିପାରିବ । ଖାଲି ସେତିକି ନୁହେଁ ପ୍ଲାଜମା, ଡାକ୍ତର, ଅକ୍ସିଜେନ ମଧ୍ୟ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଧ୍ୟ ମିଳିଯିବ । ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ର ଛାତ୍ରୀ ଏମିତି ଏକ ଆପ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଆପରେ ମିଳିବ କୋଭିଡ ତଥ୍ୟ । ଜଣା ପଡିବ ରୋଗୀ ଓ ବେଡର ସ୍ଥିତି । ଦେଶ ଓ ରାଜ୍ୟରେ ଏବେ ଚିନ୍ତା ବଢାଇଛି କରୋନା । ଏଥିପାଇଁ ଚିକିତ୍ସା ଓ ଟିକାକରଣକୁ ପ୍ରାଥମିକତା ଦେଇଛନ୍ତି ସରକାର । ହେଲେ ଅନେକ ହସପିଟାଲ, ଅକ୍ସିନେଜ, ପ୍ଲାଜମା, ଚିକିତ୍ସା ବାବଦରେ ଅବଗତ ନଥିବାରୁ ରୋଗୀ ଗୁରୁତର ହୋଉଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ସୁବିଧା ପାଇଁ ରାଉରକେଲା ଏନଆଇଟିର ୧୮ ଜଣ ଛାତ୍ରଛାତ୍ରୀ ତିଆରି କରିଛନ୍ତି ଏକ ଆପ୍ ।

ଯେଉଁଥିରେ କେଉଁ ହସ୍ପିଟାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା, କେଉଁଠି ବେଡ ଖାଲି ରହିଛି, ପ୍ଲାଜମା, ଡାକ୍ତର, ଅକ୍ସିଜେନ କେଉଁଠି ଉପଲବଧ ଅଛି ସେସବୁର ତଥ୍ୟ ମିଳିପାରିବ । କରୋନା ରୋଗୀଙ୍କୁ ସେଵା ଯୋଗାଉଥିବା ସଂସ୍ଥା, ହସ୍ପିଟାଲ ଓ ସାମାଜିକ ଓ ସ୍ଵଛାସେଵୀ ସଂଗଠନର ତଥ୍ୟ ଦେବା ଉଦ୍ଦେଶ୍ୟରେ ଏହି ଆପ୍ ନିର୍ମାଣ କରିଥିବା କହିଛନ୍ତି ଛାତ୍ରଛାତ୍ରୀ । breathin.glideapp.io ଏହି ଆପ୍ ଦ୍ବାରା ରୋଗୀଙ୍କୁ ଉପଯୁକ୍ତ ସମୟରେ ଠିକ ଚିକିତ୍ସା ମିଳିପାରିବ ଓ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ସେମାନେ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବାବେଳେ ସଙ୍କଟ କାଳରେ ଏହି ଆପ ଲୋକଙ୍କ ନିଶ୍ଚିତ ଉପକାରରେ ଆସିବ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୋଲିସ ବାବୁଙ୍କର ଲାଞ୍ଚୁଆ ମନୋବୃତ୍ତି, କହିଲେ ୫ ଶହ ଖର୍ଚ୍ଚଦେ ନହଲେ ୫ ହଜାର ଫାଇନ୍‌ କାଟିବି

Leave a Reply