ଦେଶରେ କମୁଛି ସଂକ୍ରମଣ ହାର: ୭ ପ୍ରତିଶତ ତଳେ ରହୁଛି ପଜିଟିଭ୍ ହାର

1 min read

ନୂଆଦିଲ୍ଲୀ: ଦେଶରେ କମିବାରେ ଲାଗିଛି କରୋନା ଗ୍ରାଫ । ପଜିଟିଭ ହାର ୭ ପ୍ରତିଶତ ତଳକୁ ଖସିଥିବାବେଳେ ଆରୋଗ୍ୟ ହାର ୯୩ ଦଶମିକ ୧ ପ୍ରତିଶତରେ ପହଞ୍ଚିଛି । ୩୭୭ଟି ଜିଲ୍ଲାରେ ୫ ପ୍ରତିଶତରୁ କମ ପଜିଟିଭ୍ ହାର ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ମେ’ ୭ରୁ ଦେଶରେ ଆରମ୍ଭ ହୋଇଥିଲା ସଂକ୍ରମଣର ପିକ୍ । ଏବେ ଦୈନିକ ୬୮ ପ୍ରତିଶତ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଏବେ ବି ୨୫୭ଟି ଜିଲ୍ଲାରୁ ଦୈନିକ ୧୦୦ଟି ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମଣ କମ ହେବା ଏକ ଶୁଭ ଖବର ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ୬୦ ପ୍ରତିଶତରୁ ଅଧିକ ବୟସ୍କ ଟିକା ନେଇସାରିଛନ୍ତି । ଶିଶୁଙ୍କୁ ଟିକା ଦେବା ନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । କୋଭାକସିନ୍ ଏ ନେଇ କାମ ଜାରି ରଖିଛି । ଶିଶୁଙ୍କ ପାଇଁ ୨୫ କୋଟି ଟିକାର ଆବଶ୍ୟକ ଥିବା ନୀତି ଆୟୋଗ ସଦସ୍ୟ ଭି. କେ ପଲ୍ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସ୍ପୁଟ୍‌ନିକ୍‌-ଭି ଟିକା ତିଆରି କରିବ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍

Leave a Reply