କରୋନାର ତୃତୀୟ ଲହର ! ଦୁଇଟି ରାଜ୍ୟରେ ୯୦ହଜାର ପିଲା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଥମିନି କିନ୍ତୁ ଲାଗୁଛି ଯେମିତି କରୋନାର ତୃତୀୟ ଲହରୀ ଦେଶରକୁ ଗ୍ରାସ କରିବାକୁ ବସିଲାଣି । ଏହି ତୃତୀୟ ଲହର ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । କାରଣ ଯଦି ଆମେ କରୋନା ଆକଳନକୁ ଦେଖିବା, ବର୍ତ୍ତମାନ କେବଳ ଦୁଇଟି ରାଜ୍ୟରେ ୯୦,୦୦୦ରୁ ଅଧିକ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଅନୁମାନ କରାଯାଉଛି ଯେ, ଯଦି ଏବେ ଦୁଇଟି ରାଜ୍ୟର ଅବସ୍ଥା ଏମିତି, ତେବେ ପୂରା ଦେଶରେ କ’ଣ ହେବ ? ଏଭଳି ପରିସ୍ଥିତିକୁ କରୋନାର ତୃତୀୟ ଲହର ବୋଲି କହିବା ଭୁଲ ହେବ ନାହିଁ।

ସୂଚନା ଅନୁଯାୟୀ, ଯଦି ଆମେ କରୋନାର ଆକଳନକୁ ଦେଖିବା, ତେବେ ମହାରାଷ୍ଟ୍ରର ପ୍ରତ୍ୟେକ ଥର ଭଳି ତୃତୀୟ ଲହର ବିପଜ୍ଜନକ ବୋଲି ନଜର ଆସୁଛି। ମହାରାଷ୍ଟ୍ରର ଅହମ୍ମଦନଗରରେ କେବଳ ମେ ମାସରେ ୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଲାମାନଙ୍କଠାରେ ବଢୁଥିବା କରୋନା ମାମଲା ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ପ୍ରସ୍ତୁତି ଜୋରଦାର ହୋଇଛି । ଏଥି ସହିତ ମାର୍ଚ୍ଚରୁ ମେ ମଧ୍ୟରେ ତେଲେଙ୍ଗାନାରେ ୩୭,୩୩୨ ପିଲା କରୋନା ସଂକ୍ରମିତ ହୋଇଥିବା ସୂଚନୀ ମିଳିଛି ।

କରୋନାର ପ୍ରଭାବ ନବଜାତ ଶିଶୁଠାରୁ ଆରମ୍ଭ କରି ୧୯ ବର୍ଷ ବୟସର ପିଲାମାନଙ୍କ ଉପରେ ଅଧିକ ଦେଖାଦେଇଛି । ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ପିଲାମାନେ ଯେଉଁଭଳି ଭାବେ ସଂକ୍ରମିତ ହେଉଛନ୍ତି ତାହା ଚିନ୍ତାର ବିଷୟ। ସେହିପରି କରୋନାର ପ୍ରଥମ ଲହର ସମୟରେ ୧୫ଅଗଷ୍ଟରୁ ୧୫ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ତେଲେଙ୍ଗାନାରେ ୧୯,୮୨୪ ପିଲା ସଂକ୍ରମିତ ହୋଇଥିଲେ।

ମଧ୍ୟପ୍ରଦେଶର ଅବସ୍ଥା ମଧ୍ୟ ଏହି ସମୟରେ ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୪ ହଜାର ପିଲା କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ବୟସ ସୀମା ୦ ରୁ ୧୮ ବର୍ଷ ମଧ୍ୟରେ ଥିବା କୁହାଯାଉଛି ।

Leave a Reply