ଏଟିଏମ୍‌ ଗାଡ଼ି ଅପହରଣ ମାମଲାରେ ୩ ଜଣ ଗିରଫ

1 min read

ବ୍ରହ୍ମପୁର: ବଡ଼ବଜାର ଥାନା ନିକଟ ଏକ୍ସିସ୍ ବ୍ୟାଙ୍କ ନିକଟରୁ AGS କମ୍ପାନୀର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଗାଡିକୁ ଅପହରଣ ମାମଲାରେ ପୋଲିସକୁ ମିଳିଛି ସଫଳତା । ଉକ୍ତ ଗାଡିର ଚାଳକ ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ କରିଥିଲେ । ପୋଲିସ ପ୍ରଥମ ଦିନରୁ ହିଁ ଗାଡ଼ି ଚାଳକଙ୍କ ଉପରେ ସନ୍ଦେହ କରି ଆସୁଥିଲେ । ଆଜି ଗାଡ଼ି ଚାଳକକୁ ପୋଲିସ ଅଟକ ରଖିଥିବା ବେଳେ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ ବାହାର ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି । ଗତକାଲି ପୋଲିସର ଏକ ଟିମ ଗଞ୍ଜାମର ପଡୋଶୀ ଜିଲାକୁ ଯାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଡ୍ରାଇଭରକୁ ଲଗାତାର ଗୁଡ଼ାଇ ତୁଡାଇ ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୋଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଥିଲା ।  ୩ ଦିନ ପୂର୍ବେ ଉକ୍ତ ଟଙ୍କା ଭର୍ତ୍ତି ଗାଡିକୁ ବଡ଼ବଜାର AXIS ବ୍ୟାଙ୍କ ନିକଟରୁ ବନ୍ଧୁକ  ମୁନରେ ଅପହରଣ ହୋଇଥିବା ନେଇ AGS କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୯୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ବର୍ଷରୁ କମ୍ ୧୧୬ ଜଣ ଚିହ୍ନଟ

 

Leave a Reply