ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେ ଡିଏଫ୍‌ଓ

ପାରଳାଖେମୁଣ୍ଡି: ରହସ୍ୟ ଘେରରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ ବେହେରା । ପୂର୍ବରୁ ପୋଲିସର ଜେରାର ସମ୍ମୁଖୀନ ହୋଇଥିବା ବେଳେ ତତ୍କାଳୀନ ଏସପି ଦେଇଥିଲେ କ୍ଲିନଚିଟ୍ । ଏବେ କ୍ରାଇମବ୍ରାଞ୍ଚ ହାତରେ ମାମଲା ରହିଥିବାରୁ ଡିଏଫଓଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବ କ୍ରାଇମବ୍ରାଞ୍ଚ । ଘଟଣାରେ ଏ ପର୍ଯ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି । ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ମମତା ଅଧିକ ସମୟ ଆମ୍ୱୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଓ ମାମଲାର ପ୍ରମାଣ ନଷ୍ଟ କରିବାରେ ମଧ୍ୟ ସହଯୋଗ କରିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୂର୍ବରୁ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ । ମାମଲାରେ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଦାବି କରିଛନ୍ତି ପରିବାର ଲୋକ ।

 

Leave a Reply