ମେଡ଼ିକାଲ ବୁଲିଲେ ନବ ଦାସ, ଯୋଜନାର ରୂପାୟନ ନେଇ କଲେ ତଦାରଖ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ଯୋଜନା କିପରି ଲୋକମାନେ ପାଇପାରିବେ ସେ ବିଷୟରେ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମାଲକାନଗିରିରେ ଆଦିବାସୀ ଓ ଗରିବଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିଵଦ୍ଧ । ତେଣୁ ଆଗାମୀ ଦିନରେ ମେଡିକାଲରେ ଥିବା ସମସ୍ତ ଅଭାବ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସେପଟେ ରାଜ୍ୟ ସରକାର ବୁଝିବେ ସ୍ୱାସ୍ଥ୍ୟସେବା । ସୁରକ୍ଷିତ ରଖ ନିଜ ସଞ୍ଚିତ ଅର୍ଥ, ଅନ୍ୟ କାମର ଲଗାଅ । ଏପରି ବାର୍ତ୍ତା ଦେଇ ଉପାନ୍ତରୁ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରି ଦେଶରେ ପ୍ରଥମ ରାଜ୍ୟ ଭାବେ ଲେଖିଛନ୍ତି ନୂଆ ଅଧ୍ୟାୟ ।

ବଣ୍ଡା ଜନଜାତିର ଶୁକ୍ରୀ ଧାଙ୍ଗଡ଼ାମାଝୀ ପ୍ରଥମ ହିତାଧିକାରୀ ଭାବେ ଗ୍ରହଣ କରିଛନ୍ତି ପ୍ରଥମ ସ୍ମାର୍ଟ କାର୍ଡ । ଏହାସହ ଆଉ କିଛି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ନବୀନ । କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ ବୋଲି ଆଶା କରିଛନ୍ତି ନବୀନ ।

Leave a Reply