ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର/ବ୍ରହ୍ମପୁର: ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିବେ । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଏହି ସମସ୍ତ ବିଦ୍ୟାଳୟର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରେ ରହିଛି ପୌରାଞ୍ଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସମେତ, ଦୟାପଲ୍ଲୀ, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ରଘୁନାଥ ବିଦ୍ୟାପୀଠ । ପ୍ରଥମ ପର୍ଯ୍ୟାୟରେ ଆଜି ୨୦ ଜଣ ବିଧାୟକ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଟ ୫ଟି ପର୍ଯ୍ୟାୟରେ ସ୍ମାର୍ଟ ବିଦ୍ୟାଳୟ ବୁଲିବେ ବିଧାୟକ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ପୂର୍ବରୁ ଗତ ୧୫ ଓ ୧୬ ତାରିଖରେ ହିଞ୍ଚିଳି ଓ ଶେରଗଡର ୩୯ଟି ବିଦ୍ୟାଳୟ ବୁଲି ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ ଭି. କେ ପାଣ୍ଡିଆନ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକିକରଣ ହୋଇଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ । ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡ଼ିଆ ।

ଏଥିସହିତ ପଢ଼ନ୍ତୁ: ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପଢିବେ ଛାତ୍ରଛାତ୍ରୀ

Leave a Reply