spot_img
Home Blog Page 5453

ଟ୍ୱିଟର ମାନିଲା- ପାଳନ କରିନି ନୂତନ ଆଇଟି ନିୟମ, କୋର୍ଟ କହିଲେ- ଆକ୍ସନ୍ ନିଅନ୍ତୁ ସରକାର

ନୂଆଦିଲ୍ଲୀ: ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଦିଲ୍ଲୀ ହାଇକୋର୍ଟରେ ସତ ମାନିଛି ଟ୍ୱିଟର । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା କହିଛି । ଏହାପରେ ହାଇକୋର୍ଟ ସଫା ସଫା କହିଛନ୍ତି, ଆମେ ଆମେ ଟ୍ୱିଟରକୁ କୌଣସି ସୁରକ୍ଷା ଦେଇ ପାରିବୁ ନାହିଁ । ସରକାର ଟ୍ୱିଟର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ବୋଲି କୋର୍ଟ ଟିପ୍ପଣୀ କରିଛନ୍ତି ।

ନୂତନ ଆଇଟି ନିୟମ ଲାଗୁ ହେବା ପରେ ଏବେ ଯାଏଁ କୌଣସି ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିବା ନେଇ ଟ୍ୱିଟର ବିରୋଧରେ ଅମିତ ଆଚାର୍ଯ୍ୟ ଅଭିଯୋଗ କରିଥିଲେ । ଏହି ଆବେଦନର ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ, କଣ ଟ୍ୱିଟର ନିୟମ ପାଳନରେ ଅବହେଳା କରୁଛି । ଏହାର ଉତ୍ତର ହଁ ବୋଲି ଦେଇଥିଲା କେନ୍ଦ୍ର । ଏହାପରେ ଟ୍ୱିଟରର ପକ୍ଷ ରଖୁଥିବା ଓକିଲ ମଧ୍ୟ ମାନିଥିଲେ ଆଇଟି ନିୟମ ପାଳନ କରିନାହାଁନ୍ତି ।

ହାଇକୋର୍ଟରୁ କଡ଼ା ସମାଲୋଚିତ ହେବା ପରେ ଟ୍ୱିଟର କାଗଜପତ୍ର ଦାଖଲ ପାଇଁ ଏକ ଦିନର ସମୟ ମାଗିଛି । କହିଛି ଦିଲ୍ଲୀ ଓ ଫ୍ରାନ୍ସିକର ସମୟ ଭିତରେ ଫରକ ରହିଛି । ଏବେ ଏହି ମାମଲାର ଶୁଣାଣି ଗୁରୁବାର ହେବ ।

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଥାବରଚାନ୍ଦ ଗେହଲଟ୍ ହେଲେ କର୍ଣ୍ଣାଟକ ରାଜ୍ୟପାଳ

ନୂଆଦିଲ୍ଲୀ: କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ମିଜୋରାମ ରାଜ୍ୟପାଳ ଭାବେ କମ୍ଭମପତିଙ୍କ ନାଁକୁ ମୋହର ମାରିଛନ୍ତି ରାଷ୍ଟ୍ରପତି ।

କିଏ ହେଲେ କେଉଁ ରାଜ୍ୟର ରାଜ୍ୟପାଳ ?

  • ଥାବର ଚାନ୍ଦ ଗେହଲଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ
  • ହରି ବାବୁ କମ୍ଭମପତି ହେଲେ ମିଜୋରାମ ରାଜ୍ୟପାଳ
  • ମଙ୍ଗୁଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ
  • ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ
  • ପିଏସ୍.ଶ୍ରୀଧରନ ପିଲ୍ଲାଇ ହେଲେ ଗୋଆ ରାଜ୍ୟପାଳ, ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ
  • ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ପୂର୍ବରୁ ହରିୟାଣା ରାଜ୍ୟପାଳ ଥିଲେ
  • ରମେଶ ବାଏସ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ପୂର୍ବରୁ ତ୍ରିପୁରା ରାଜ୍ୟପାଳ ଥିଲେ
  • ବନ୍ଦାରୁ ଦତ୍ତାତ୍ରୟ ହେଲେ ହରିୟାଣା ରାଜ୍ୟପାଳ, ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିଲେ

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟଙ୍କ ପାଖକୁ ଗଲାଣି ଫୋନ୍ କଲ୍, ଏହି ତାଲିକାରେ ଅଛି ଆଗାମୀ ମନ୍ତ୍ରୀଙ୍କ ନାମ

ବନ୍ଦ ହେବ ସରକାରୀ ଏବଂ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ସରକାରୀ ଏବଂ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି ଡେଡିକେଟେଡ କୋଭିଡ୍‌ ହେଲଥ ସେଣ୍ଟର ଏବଂ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟର ଖୋଲା ରହିବ । କରୋନା ସଂକ୍ରମିତ ଚିକିତ୍ସାଧୀନ ନଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ୍‌ ହସ୍ପିଟାଲ ବନ୍ଦ ହେବ । ତେବେ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି ।

Odisha Directs To Close All Covid Cares Centres

ଏ ନେଇ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ୍‌ ଟେକ୍ନିକାଲ କମିଟି ସୁପାରିସ୍ଆ ଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କୌଣସି କୋଭିଡ୍‌ କେୟାର ସେଣ୍ଟରରେ ଯଦି କେହି ସଂକ୍ରମିତ ଚିକିତ୍ସାଧୀନ ଥିବେ ସେହି ସଂକ୍ରମିତ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେଠାରେ ସେବା ଜାରିବ ରହିବ ।

ସମ୍ଭାବ୍ୟଙ୍କ ପାଖକୁ ଗଲାଣି ଫୋନ୍ କଲ୍, ଏହି ତାଲିକାରେ ଅଛି ଆଗାମୀ ମନ୍ତ୍ରୀଙ୍କ ନାମ

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ସମୀକରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତାଲିକା ପ୍ରାୟ ପ୍ରସ୍ତୁତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଯାଏଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ଦେଇଛନ୍ତି । ସୋମବାର ପିଏମ୍ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଂଗଠନର ମହାମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କ ସହ ବୈଠକ କରିଥିଲେ । ରିପୋର୍ଟ ଅନୁସାରେ, ଏହି ଆଲୋଚନାରେ କ୍ୟାବିନେଟ୍ ସମ୍ପ୍ରସାରଣକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।

ନାରାୟଣ ରାଣେଙ୍କୁ ଦିଲ୍ଲୀ ଡକା ଯାଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଦିଲ୍ଲୀ ଡକରା ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ହିମାଚଳ ପ୍ରଦେଶରୁ ଦିଲ୍ଲୀ ଫେରିଯିବେ । ଏହାପରେ ସମ୍ଭାବ୍ୟ ନେତାଙ୍କୁ ନଡ୍ଡାଙ୍କ ଅଫିସକୁ ଡକାଯିବ ।

ଏବେ ମନ୍ତ୍ରୀ ପରିଷଦରେ ୫୩ ସଦସ୍ୟ ଅଛନ୍ତି । ନିୟମାନୁସାରେ କେନ୍ଦ୍ର କ୍ୟାବିନେଟରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ । ମନ୍ତ୍ରୀ ନେଇ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ବିଶେଷକରି ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦିଆଯାଉଛି ।

ଜୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନେୱାଲ ଓ ବରୁଣ ଗାନ୍ଧୀଙ୍କ ନାଁ ମନ୍ତ୍ରୀ ହେବା ନେଇ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି । ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କୁ ପଦଚ୍ୟୁତ କରି ଉପନିର୍ବାଚନରେ ଜିତାଇବାରେ ସିନ୍ଧିଆଙ୍କ ଭୂମିକା ରହିଛି । ସିନ୍ଧିଆ ଆଜି ଦିଲ୍ଲୀ ଆସୁଛନ୍ତି । ସୋନେୱାଲ, ହେମନ୍ତ ବିଶ୍ୱ ଶର୍ମାଙ୍କ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ । ଏହାପରେ ଚର୍ଚ୍ଚା ହେଉଥିଲା ସେ ଦିଲ୍ଲୀ ଯିବେ। ତେଣୁ ତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ଗତବର୍ଷ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଦଳ ଦୁଇ ଭାଗ ହୋଇଯାଇଛି । ଗୋଟିଏ ପଟେ ପାଶୱାନଙ୍କ ଭାଇ ପାରସ୍ ଅନ୍ୟପଟେ ଚିରାଗ ପାସୱାନ । ଆଶା କରାଯାଉଛି ପଶୁପତି ପାରସଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ମିଳିବ । ବିହାରରୁ ଆଉ ଜଣେ ନେତାଙ୍କ ନାମ ମଧ୍ୟ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ନାଁ ଚର୍ଚ୍ଚାରେ ରହିଛି । ଏହାଛଡ଼ା ଭୁପେନ୍ଦ୍ର ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି ।

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସରକାରରେ ରେଳମନ୍ତ୍ରୀ ଥିବା ଦିନେଶ ତ୍ରିବେଦୀଙ୍କୁ ମୋଦି କ୍ୟାବିନେଟରେ ସାମିଲ୍ କରିପାରନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଟିଏମସିକୁ ବାଏ ବାଏ କହି ବିଜେପିରେ ମିଶିଥିଲେ ଦିନେଶ । ସେହିଭଳି ଅଟଳ ବିହାର ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ପୂର୍ବତନ ଆଇଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ।

ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା

ନୂଆଦିଲ୍ଲୀ: ପୁରୀ ଛଡ଼ା ଆଉ କେଉଁଠି ରଥଯାତ୍ରା ହୋଇପାରିବନି । ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମଣାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟଲି ସହ ଅନ୍ୟସ୍ଥାନରେ ରଥଯାତ୍ରା ହେବାପାଇଁ ଏକାଧିକ ଆବେଦନ ହୋଇଥିଲା  । ଯାହାକୁ ଖାରଜ କରି ଦେଇଛନ୍ତି ଖଣ୍ଡପୀଠ ।

ପ୍ରଧାନ ବିଚାରପତି କହିଛନ୍ତି, ଏପରି ନିଷ୍ପତ୍ତିରେ ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ୍ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି  । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।

ଏଥିସହ ପଢ଼ନ୍ତୁ: ୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

ଗତବର୍ଷ ପୁରୀରେ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । କଟକଣା ଭିତରେ କରୋନା ଗାଇଡଲାଇନ୍ ମାନି ପୁରୀରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାମାରୀ ମୁକାବିଲାରେ ଓଡ଼ିଶା ସରକାରଙ୍କ ଭଲ ଅଭିଜ୍ଞତା ରହିଛି । ଏ ଦିଗରେ ନବୀନ ପଟ୍ଟନାୟକଙ୍କ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ସୁପ୍ରିମକୋର୍ଟ କହିଥିଲେ ।

‘ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁସଂଖ୍ୟା ରିୟଲ ଟାଇମ୍ ନୁହେଁ’

ଭୁବନେଶ୍ୱର: କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ । ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁସଂଖ୍ୟା ରିୟଲ ଟାଇମ୍ ନୁହେଁ । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେଇ ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ୍ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଉଛି । ସରକାର ମୃତ୍ୟୁ ସଂଖ୍ୟାକୁ ଲୁଚେଇ ନାହାଁନ୍ତି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ପୂର୍ବରୁ କୋଭିଡ୍, ନନ କୋଭିଡ ମୃତ୍ୟୁକୁ ନେଇ ସଂଶୟ ସୃଷ୍ଟି ହୋଇଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ୍ କରାଯାଇଛି । କରୋନା ପିକ୍ ସମୟରେ ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ୍ କରାଯାଇ ତଥ୍ୟ ଆସୁଛି ।

କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି । କିନ୍ତୁ ଏବେ ବି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ସ୍ୱତନ୍ତ୍ର ଫୋକସ୍ କରିଛୁ । ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢ଼ା ଯାଇଛି ବୋଲି କହିଛନ୍ତି ଡିଏମଇଟି ।

ହଟିଲା କଟକଣା, ଏଣିକି ଜର୍ମାନୀ ଯାଇପାରିବେ ଭାରତୀୟ

ନୂଆଦିଲ୍ଲୀ: ଏଣିକି ଜର୍ମାନୀ ଯାଇପାରିବେ ଭାରତର ଯାତ୍ରୀ। କରୋନା ଲାଗି ଜାରି କରାଯାଇଥିବା କଟକଣାକୁ ହଟାଇଛି ଜର୍ମାନୀ । ଜର୍ମାନୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାରତ, ନେପାଳ, ଋଷିଆ, ପର୍ତ୍ତୁଗାଲ ଓ ବ୍ରିଟେନରେ ଡେଲଟା ଭାରିଆଣ୍ଟ ବ୍ୟାପି ଥିବାରୁ ଏହି ଦେଶଗୁଡିକର ଯାତ୍ରୀଙ୍କ ଲାଗି କଟକଣା କରାଯାଇଥିଲା।

ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଯେକୌଣସି ନାଗରିକ ଏଣିକି ଜର୍ମାନୀ ଯାଇପାରିବେ । ତେବେ ସଂକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଜର୍ମାନୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେନସ ସ୍ପାନ କହିଛନ୍ତି, ଜର୍ମାନୀରେ ଡେଲଟା ଭାରିଆଣ୍ଟ ପ୍ରଭାବଶାଳୀ ରହିଛି । ବାହାର ଦେଶର ଯାତ୍ରୀମାନଙ୍କ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି । ଡେଲଟା ଭାରିଆଣ୍ଟର ମୁକାବିଲା ଲାଗି ସରକାର ସମସ୍ତ ପଦକ୍ଷେପ ନେବେ। ଲଣ୍ଡନ ଗସ୍ତରେ ଯାଇଥିବା ଚାନସେଲର ଆଞ୍ଜେଲା ମର୍କେଲ ବି କହିଥିଲେ ବ୍ରିଟେନର ଯାତ୍ରୀଙ୍କ ପ୍ରତି ସରକାର କୋହଳ ନୀତି ଅବଲମ୍ବନ କରିବେ।

ଥମୁନି ପଞ୍ଜାବ କଂଗ୍ରେସର ବିବାଦ, ସୋନିଆଙ୍କୁ ଭେଟିବେ କ୍ୟାପ୍ଟେନ ଅମରିନ୍ଦର

ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନା ନେଉନି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ସିଦ୍ଧୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟି ସାରିବା ପରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆଜି  ଅମରିନ୍ଦର ସିଂ ଭେଟିବେ।

ଦଳରେ ଲାଗି ରହିଥିବା କନ୍ଦଳ ଓ ଆଗାମି ନିର୍ବାଚନ ନେଇ ସୋନିଆ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ଆଲୋଚନା ହେବ। ସେପଟେ ରାହୁଲ ଗାନ୍ଧିଙ୍କୁ ମଧ୍ୟ କ୍ୟାପଟେନ ଭେଟିପାରନ୍ତି। କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ଗୁରୁ ଦାୟିତ୍ୱ ଦେବା ପାଇଁ ଚାହୁଁଥିବାବେଳେ କ୍ୟାପଟେନ୍ ଏହାର ବିରୋଧ କରୁଛନ୍ତି। ଏଭଳିସ୍ଥଳେ ଆଜିର ଆଲୋଚନା ଅନେକ ଗୁରୁତ୍ୱ ବହନ କରୁଛି । ପୂର୍ବରୁ ଅମରିନ୍ଦର ସିଂ, ସିଦ୍ଧୁ ଓ ଦଳର ବରିଷ୍ଠ ନେତା ଏବଂ ବିଧାୟକମାନେ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମକୁ ଭେଟି ସାରିଛନ୍ତି ।

ଖୋଲୁଛି ପ୍ରିୟଙ୍କା ହତ୍ୟା ରହସ୍ୟ, ସୁଇସାଇଡ୍ ନୋଟରେ ସବୁ ଲେଖିଛି ଅଭିଯୁକ୍ତ

ଭୁବନେଶ୍ୱର/ଚଣ୍ଡିଖୋଲ: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ରହିଥିବା ସୂଚନା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନଙ୍କ ମାଆ ସାବିତ୍ରୀ ପ୍ରଧାନ । ମୃତ ମହିଳା ପ୍ରିୟଙ୍କାଙ୍କ ସହ ଜଗନ୍ନାଥର ଥିଲା ପ୍ରେମ ସମ୍ପର୍କ । ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲା ପ୍ରିୟଙ୍କା । ତେବେ ବିବାହ ପରେ ସମ୍ପର୍କ ନଥିଲା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥଙ୍କ ସମ୍ପର୍କ ଥିଲା । ତେବେ ଏହି ସମ୍ପର୍କରେ ତିକ୍ତତା ଆସିଥିଲା ।

Accuse Reveals Priyanka Murder Mistry

ଅନ୍ୟପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି କିଲର୍ ଜଗନାଥ ପ୍ରଧାନର ସୁଇସାଇଡ୍ ନୋଟ୍ । ଯେଉଁଥିରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଓ ପ୍ରିୟଙ୍କାଙ୍କ ସହ ସମ୍ପର୍କର ପୂରା କାହାଣୀ ଲେଖା ହୋଇଛି । କାହିଁକି ସେ ପ୍ରିୟଙ୍କାକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା, ସେ କଥା ସୁଇସାଇଡ୍ ନୋଟରେ ଲେଖିଛି ଅଭିଯୁକ୍ତ । ସୁଇସାଇଡ୍ ନୋଟରେ ଅଭିଯୁକ୍ତ ନିଜର ଦସ୍ତଖତ ସହ ଗତକାଲିର ତାରିଖ ମଧ୍ୟ ଲେଖିଛି । ଗତକାଲି ଭୀମଟାଙ୍ଗିରେ ଘର ଭିତରୁ ଏହି ଚିଠିକୁ ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସମ୍ପର୍କ ଭାଙ୍ଗି ଦେବା ନିଷ୍ପତ୍ତି ହିଁ ହତ୍ୟାକାଣ୍ଡର ପ୍ରକୃତ କାହାଣୀ ।

Accuse Reveals Priyanka Murder Mistry

ସେପଟେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ନିଜ ହେପାଜତକୁ ନେଇ ଗିରଫ କରିବା ସହ ପଚରାଉଚରା କରିବ । ସେପଟେ ଆଜି ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର କୋଲଙ୍କୁ ହସ୍ତାନ୍ତର କରାଯିବ । ଗତକାଲି ପ୍ରିୟାଙ୍କକୁ ବିଭତ୍ସ ହତ୍ୟା କରିବା ପରେ ସ୍ୱାମୀ ରାକେଶକୁ ଭିଡିଓ କଲ କରିଥିଲା ହତ୍ୟାକରୀ । କିନ୍ତୁ ଫୋନ୍ ନଉଠାଇବାରୁ ପ୍ରିୟଙ୍କାଙ୍କ ରକ୍ତ ରଞ୍ଜିତ ଫଟୋ ପଠାଇଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ।

ମନ୍ତ୍ରୀମଣ୍ଡଳ ନବକଳେବର ପୂର୍ବରୁ ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିବ। ଯେଉଁଥିରେ ବରିଷ୍ଠ ମନ୍ତ୍ରୀମାନେ ସାମିଲ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ସିଂ ଯୋଶୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ସାମିଲ ହେବ।

ଏହି ବୈଠକରେ ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ଆଲୋଚନା ହେବ। କାହାକୁ କେଉଁ ପଦ ମିଳିବ, କେଉଁ ରାଜ୍ୟରୁ କାହାକୁ ମନ୍ତ୍ରୀ କରାଯିବ ସେ ନେଇ ହେବ ବିସ୍ତୃତ ଆଲୋଚନା । ପୂର୍ବରୁ ପ୍ରଧାନମନ୍ତ୍ରୀ  ଅନେକ ମନ୍ତ୍ରୀଙ୍କ ବିଭିନ୍ନ ବିଭାଗର ସମୀକ୍ଷା କରିସାରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ସରିଛି। ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ମୁତାବକ ମନ୍ତ୍ରୀ ୧୭ରୁ ୨୨ ଜଣ ସାଂସଦ ଭାବେ ଶପଥ ନେଇପାରନ୍ତି। ସହଯୋଗୀ ଦଳକୁ ମଧ୍ୟ ବିଜେପି ସୁଯୋଗ ଦେଇପାରେ।

ସୂଚନାଯୋଗ୍ୟ, ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ମନ୍ତ୍ରିମଣ୍ଡଳରେ ୨୮ଟି ପଦ ଖାଲି ରହିଛି। କ୍ୟାବିନଟେରେ ୮୧ ଜଣ ମନ୍ତ୍ରୀ ହୋଇପାରିବେ।  ଅନେକ ମନ୍ତ୍ରୀଙ୍କ ପାଖରେ ଏକରୁ ଅଧିକ ମନ୍ତ୍ରାଳୟ ରହିଛି । ଏଣୁ ୨୦୨୪ ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ  ନବକଳେବର ହେବ। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ବିହାରରେ ୨ରୁ ୩ ଜଣକୁ ଓ ଉତ୍ତର ପ୍ରଦେଶରୁ ୩ ଜଣକୁ ମନ୍ତ୍ରୀ ପଦ ମିଳିପାରେ । ସେହିଭଳି ମଧ୍ୟ ପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିପାରେ ମନ୍ତ୍ରୀ ପଦ। ବିହାରରୁ ସୁଶିଲ ମୋଦି ଓ LJPରୁ ପଶୁପତି ପାରସ ହୋଇପାରନ୍ତି ମନ୍ତ୍ରୀ। ବରୁଣ ଗାନ୍ଧି, ପ୍ରବୀଣ ନିଷାଦଙ୍କୁ ବି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ। ଅନ୍ୟପଟେ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି।