spot_img
Home Blog Page 5438

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ

ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି। ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇଛନ୍ତି। ଆଜ୍ଞାମାଳ ବିଜେ ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି।

ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ।

ଭୟଙ୍କର ଗୋଷ୍ଠୀ ସଂଘର୍ଷ, ୨ମୃତ ୭ ଆହତ

କୋରାପୁଟ: କୋରାପୁଟର ଦସମନ୍ତପୁରରେ ଦେଖିବାକୁ ମିଳିଛିୁୀଦହଜ । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁମ୍ବାଗୁଡା ପଞ୍ଚାୟତ ହାତିମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।

ଘଟଣାରେ ୨ଜଣ ମୃତକ ହେଉଛନ୍ତି ଧନପତି ଜାନୀ ଓ ସହଦେଵ ଜାନୀ। ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ପୋଲିସର ତନାଘନା ଆରମ୍ଭ ହୋଇଛି । ଅନ୍ୟପଟେ ପୈତୃକ ସଂପତ୍ତିବାଡିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଅନୁମାନ କରାଯାଉଛି । ଏମିତିକି ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା କିଛି ଲୋକ କହୁଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଡିଏସପି ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଅନ୍ୟପଟେ ଏଭଳି ହତ୍ୟାକାଣ୍ଡକୁ ନେଇ ସମଗ୍ର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡ ଘଟିବା ପରେ ହାତୀ ମୁଣ୍ଡା ଗାଁର ଆଦିବାସୀ ସାହିରେ ଏକ ପ୍ରକାର ଜନ ଶୂନ୍ୟ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଦୁର୍ବଳ ହେଉଛି , ୨୪ ଘଣ୍ଟାରେ ୨ ହଜାର ୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା , ଲଗାତାର ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗୋଟେପଟେ ସଂକ୍ରମଣ କମିବାରେ ଲାଗିଛି ଓ ଅନ୍ୟପଟେ ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ। ଅନ୍ୟପଟେ ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୧୨୦ ସଂକ୍ରମିତ।

ଆଜିର ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଷ୍ଟେଟପୁଲରୁ ୧୧୭, ଯାଜପୁରରୁ ୧୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୮୩, ଜଗତସିଂହପୁରରୁ ୭୩, ଭଦ୍ରକରୁ ୭୧ ଓ ସୁନ୍ଦରଗଡ଼ରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୬୨, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୫, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨୦, ସମ୍ବଲପୁରରୁ ୧୮, ଗଞ୍ଜାମ ଓ ବରଗଡରୁ ୧୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାୟଗଡ଼ାରୁ ୧୫, କଳାହାଣ୍ଡିରୁ ୧୨, ନବରଙ୍ଗପୁରରୁ ୧୨, ଝାରସୁରୁଗୁଡାରୁ ୧୧, ବୌଦ୍ଧରୁ ୧୦, ବଲାଙ୍ଗୀରରୁ ୯, ଗଜପତିରୁ ୮, ସୋନପୁରରୁ ୭, ଦେବଗଡ଼ରୁ ୬, ନୂଆପଡାରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୯ହଜାର ୭୫୨ ସଂକ୍ରମିତ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୯ହଜାର ୬୩୯ । ଆକ୍ଟିଭ କେସ୍ ୨୫ହଜାର ୪୬୧ରେ ପହଞ୍ଚିଛି।

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷା ନ ହେବାରୁ ଚିନ୍ତା ଚାଷୀ

ଭୁନେଶ୍ୱର: ଏକମାସରୁ ଅଧିକ ଦିନ ହେଲାଣି ରାଜ୍ୟକୁ ମୌସୁମୀ ଆସିଲାଣି ହେଲେ ବର୍ଷା  ହେଉନାହିଁ, ଫଳରେ ଚିନ୍ତାରେ ପଡ଼ିଲେଣି ଚାଷୀ। ଜୁନ୍ ପହିଲାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିଲେ ବି ଏପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ। ଯାହାଫଳରେ ଖରିଫ ଚାଷ ପ୍ରଭାବିତ ହେବାକୁ ବସିଲାଣି।

ଜୁଲାଇ ମାସରେ ଅସ୍ୱାଭାବିକ ସ୍ଥିତି ଉପୁଜିଛି। ଜୁଲାଇ ୧୧ ଓ ୧୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସେହିପରି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ରହୁଛି। ଓଡ଼ିଶାର ସ୍ଥଳ ଭାଗକୁ ନ ଆସି ଥାଇଲାଣ୍ଡ ମୁହାଁ ହେଉଛି ମୌସୁମୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଚାଷ ୫୦ ପ୍ରତିଶତ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ଖରିଫ ଧାନ ଚାଷ ପାଇଁ ଜୁନ୍ ଓ ଜୁଲାଇ ମାସରେ ବର୍ଷା ନିହାତି ଦରକାର। ହେଲେ ଏବେସୁଦ୍ଧା ଜାତୀୟ ହାର ତୁଳନାରେ ଓଡ଼ିଶାରେ ଏହି ଦୁଇମାସରେ ୩୩ ପ୍ରତିଶତ କମ୍ ବର୍ଷା ରେକର୍ଡ଼ ହୋଇଛି । ଆଗକୁ ବର୍ଷା ନ ହେଲେ ମରୁଡ଼ି ସ୍ଥିତି ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି।

ପୁଣି ପଦାରେ ପଡ଼ିଲା ବିଜେପିରେ ଗୋଷ୍ଠୀ କନ୍ଦଳ

ବଲାଙ୍ଗୀର: ପୁଣି ପଦାରେ ପଡ଼ିଲା ବଲାଙ୍ଗୀର ବିଜେପିର ଗୋଷ୍ଠୀ କନ୍ଦଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ମିଛ ଅଭିଯୋଗ ନେଇ ଆନ୍ଦୋଳନ ବେଳେ ସାମ୍ନାକୁ ଆସିଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ।

ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକ ଘେରାଉ ସମୟରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଦୁଇ ବିଜେପି ବିଧାୟକ ପ୍ରାର୍ଥୀଙ୍କ ବଚସା ଦେଖିବାକୁ ମିଳିଥିଲା। ବିଜେପିର ଆଶାୟୀ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର ସମର୍ଥକଙ୍କୁ ନେଇ ବ୍ଲକ ଘେରାଉ କରୁଥିଲେ । ତେବେ ଏତିକିବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗତଥରର ବିଜେପି ପ୍ରାର୍ଥୀ ଅଶୋକ ଦୋରା ଓ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଠେଲାପେଲା ଲାଗିଥିଲା। ତେବେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଦେଖାଦେବାରୁ ବ୍ଲକ ଘେରାଉ ନକରି ଉଭୟ ପକ୍ଷ ଫେରି ଆସିଥିଲେ।

ଜୁଲାଇ ୧୫ରୁ ଆରମ୍ଭ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ

ଭୁବନେଶ୍ୱର : ଚଳିତ ଖରିଫରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଜୁଲାଇ ୧୫ରୁ ନାମ ପଞ୍ଜିକରଣ ଆରମ୍ଭ ହେବ। ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ଜାରି ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ଇଚ୍ଛୁକ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ। ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ। ଚାଷୀ ମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରିବାକୁ ପଡିବ।

ଯେଉଁ ଚାଷୀ ମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ବିକ୍ରି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ନିକଟବର୍ତ୍ତି ସୋସାଇଟିରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। କାରଣ ସୋସାଇଟିରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରିବା ବାଧ୍ୟତା ମୁଳକ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୁତ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଠାଯାଇଛ।

ସୂଚନା ମୁତାବକ, ସମସ୍ତ ୩୦ଟି ଯାକ ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିପାରିବେ । ଏଥିପାଇଁ ହେଲ୍ପ ଡେସ୍କ ସୁବିଧା ମଧ୍ୟ ରହିବ । ଏନେଇ ଆପତ୍ତି ଆସିଲେ ତୁରନ୍ତ ଶୁଣାଣି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିସହ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ତେବେ ପଞ୍ଜିକରଣ ପାଇଁ ଚାଷୀଙ୍କୁ ବିନାମୁଲ୍ୟରେ ଫର୍ମ ଯୋଗାଇ ଦିଆଯିବ ।

ଆଉ ସପ୍ତାହେ ପାଇଁ ବଢ଼ିଲା ଲକଡାଉନ୍

ତାମିଲନାଡ଼ୁ: ତାମିଲନାଡୁରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି, ହେଲେ ସମ୍ପୂର୍ଣ୍ଣ ଲକଡାଉନ୍ କୋହଳ କରିବା ମୁଡରେ ନାହାଁନ୍ତି ଷ୍ଟାଲିନ୍ ସରକାର। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ରାଜ୍ୟରେ ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରିଛନ୍ତି। ରାଜ୍ୟରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି।

ତେବେ କିଛି କଟକଣା କୋହଳ କରାଯାଇଛି। ରାତି ୯ଟା ଯାଏ ୫୦ ପ୍ରତିଶତ ଗ୍ରାହକରେ ହୋଟେଲ୍ , ଚା ଦୋକାନ, ଜାତୀୟ ରାଜପଥ ନିକଟରେ ଥିବା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି । ତେବେ ପୂର୍ବପରି ବନ୍ଦ ରହିବ ସ୍କୁଲ, କଲେଜ, ଥିଏଟର, ବାର ଓ ସୁଇପିଙ୍ଗ ପୁଲ୍ । କେବଳ ପୁଡୁଚେରୀକୁ ବସ ସେବା ପାଇଁ ଅନୁମତି ମିଳିଥିବାବେଳେ ପଡୋଶୀ ରାଜ୍ୟ ପାଇଁ ଅନୁମତି ମିଳିନାହିଁ । ବାହାଘରରେ ୫୦ ଜଣ ଲୋକ ସାମିଲ ହେବାପାଇଁ ଅନୁମତି ମିଳିଥିବାବେଳେ ଶୁଦ୍ଧି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ । ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୩ ହଜାର ୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି।

କମୁଛି କରୋନାର ପ୍ରକୋପ: ୩ ପ୍ରତିଶତକୁ ଖସିଲା ପଜିଟିଭ ହାର

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କରୋନା ପଜିଟିଭ ହାର ବର୍ତ୍ତମାନ ୩ ପ୍ରତିଶତକୁ ଖସିଲାଣି । ୨୬ଟି ଜିଲ୍ଲାରେ ପଜିଟିଭ ହାର ୫ ପ୍ରତିଶତ ତଳେ ରହିଛି। ଉପକୂଳର ୪ଟି ଜିଲ୍ଲାକୁ ଛାଡ଼ିଲେ ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ନିୟନ୍ତ୍ରଣରେ ରହିଛି । ଯଦି ଲୋକମାନେ କୋଭିଡ ନିୟମକୁ ନମାନିବେ ତେବେ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି।

ସେପଟେ ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଣ୍ଟ ଦେଖାଦେଇଛି। କରୋନାର ତୃତୀୟ ଲହର ଆସିଥିବା ସନ୍ଦେହ କରାଯାଉଛି । ଏହି ଦୁଇ ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି। ତେଣୁ ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି।

ଟଳୁନି ଟିକା ସଂକଟ, ମାତ୍ର ୪ ଜିଲ୍ଲାରେ ଦିଆଯାଉଛି ଟିକା

ଭୁବନେଶ୍ୱର: ରାଜ୍ୟରେ ଟଳୁ ନାହିଁ ଟିକା ସଂକଟ। କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ମାତ୍ର ୪ଟି ଜିଲ୍ଲାରେ ଟିକାକରଣ କରାଯାଉଛି। ୪ଟି ଜିଲ୍ଲାର ମୋଟ ୧୨ଟି କେନ୍ଦ୍ରରେ ଟିକା ଦିଆଯାଉଛି । ଗଞ୍ଜାମରେ ୪, ନବରଙ୍ଗପୁରରେ ୪, ପୁରୀରେ ୩ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ରରେ ଟିକାକରଣ କରାଯାଉଛି।

ରାଜ୍ୟରେ ୪୧ ହଜାର ୨୯୦ ଡୋଜ କୋଭିସିଲଡ ଥିବା ବେଳେ ୩ ଲକ୍ଷ ୫୪ ହଜାର ୧୩୦ ଡୋଜ କୋଭାକ୍ସିନ ମହଜୁଦ ରହିଛି। ଟିକା ସଙ୍କଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆସନ୍ତା ୧୫ ତାରିଖରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ । ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ । ରାଜ୍ୟ ସରକାର ରେକର୍ଡ ଟିକାକରଣ କରୁଥିବା ବେଳେ କେନ୍ଦ୍ରର ଟାଳଟୁଳ ନୀତି ପାଇଁ ଟିକାକରଣରେ ବାଧା ସୃଷ୍ଟି ହେଉଛି । ରାଜ୍ୟ ସରକାର ତୁରନ୍ତ କୋଭିସିଲଡ ଟିକା ପଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଆସନ୍ତା ୧୫ ତାରିଖ ପରେ ଟିକାକରଣରେ ଗର୍ଭବତୀ ସାମିଲ ହେବେ।

ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଦିନ ୧୧ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡିଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୭ ନମ୍ବର ସ୍ଲୁଇସ ଗେଟରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଏହାପରେ ଆବଶ୍ୟକତା ଅନୁଯାୟୀ ଗେଟ ଖୋଲାଯିବ ବୋଲି ସୂଚନା ରହିଛି।

ତେବେ ବନ୍ୟା ପରିସ୍ଥିତି ନଥିବାରୁ କେତେ ଗେଟ ଖୋଲାଯିବ ସେନେଇ ସ୍ପଷ୍ଟ କରିନାହାନ୍ତି ଡ୍ୟାମ କର୍ତୃପକ୍ଷ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗେଟ ଖୋଲିବା ସମୟରେ କାହାରିକୁ ଛଡାଯିବ ନାହିଁ ବୋଲି ଘୋଷଣା କରିଛି ପ୍ରଶାସନ। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ମାନଙ୍କରେ ମହାନଦୀ କୁଳିଆ ଲୋକମାନଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି।