spot_img
Home Blog Page 5437

ପଦ୍ମ ପୁରସ୍କାର ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଏଣିକି ସମ୍ମାନଜନକ ପଦ୍ମ ପୁରସ୍କାର ନେଇ ମନୋନୀତ କରିପାରିବେ ସାଧାରଣ ଜନତା । ତୃଣମୂଳସ୍ତରରେ ବିଭିନ୍ନ କ୍ଷେତ୍ରରେ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଆବେଦନ କରିବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ତୃଣମୂଳସ୍ତରରେ ଏଭଳି ଅନେକ ଲୋକେ ଅଛନ୍ତି ଯେଉଁମାନେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ବିଷୟରେ ଆମେ ବହୁତ କାମ ଜାଣିଥାନ୍ତି ବା ଶୁଣିଥାନ୍ତି ।

ଏଭଳି ବ୍ୟକ୍ତିଙ୍କୁ ଆଗକୁ ଆଣିବା ସହ ସେମାନଙ୍କୁ ସମ୍ମାନିତ କରିବା ନେଇ ପିପଲ୍ସ ପଦ୍ମ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ padmaawars.gov.inରେ ଲୋକେ ସେଭଳି କିଛି ପ୍ରେରଣାଦାୟୀ ବ୍ୟକ୍ତିଙ୍କ ନାମ ମନୋନୀତ କରିପାରିବେ ବୋଲି ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେପ୍ଟମ୍ୱର ୧୫ ଯାଏଁ ଏହି ଓ୍ୱେବସାଇଟରେ ଲୋକେ ନାମ ରେକମେଣ୍ଡ କରିପାରିବେ ।   ସୂଚନା ଯୋଗ୍ୟ ୧୯୫୪ ଠାରୁ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଦେଶର ସମ୍ମାନ ଜନକ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥାନ୍ତି । 

ଏଥିସହିତ ପଢ଼ନ୍ତୁ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

ରଥଯାତ୍ରା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରାତିପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜିଠୁ ଚଳଚଞ୍ଚଳ ହେଲାଣି ବଡ଼ଦାଣ୍ଡ। ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ଆଜି ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି। ଯାହାପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି। ତେବେ ଆସନ୍ତାକାଲି ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିମନ୍ତ୍ରଣ କରିଛନ୍ତି।

ଏହି ଅବସରରେ ରଥଯାତ୍ରାର ସମସ୍ତ ପରମ୍ପରା ନେଇ ଆଲୋଚନା ହୋଇଛି। ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ୭ଜଣଙ୍କୁ ନେଇ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବେ। ଘରେ ରହି ଟିଭିରେ ଘୋଷଯାତ୍ରା ଦର୍ଶନ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ନିୟମ ଅନୁସାରେ ଶଙ୍କରାଚାର୍ଯଙ୍କୁ ନିମନ୍ତ୍ରଣ କରାଯାଇଛି।

ମାଓବାଦୀଙ୍କ ଗୁଳିରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି ଅଭୟ

ଭୁବନେଶ୍ୱର: ମାଓବାଦୀଙ୍କ ଗୁଳିରେ ୨ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି ଅଭୟ। ଭୁବନେଶ୍ୱର ଏମ୍ସରେ ଭେଟି ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରୀ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ଡିଜିପି। ବର୍ତ୍ତମାନ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିୁବା ଜଣାପଡ଼ିଛି।

ଗତକାଲି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ । ୮ ଘଣ୍ଟାରୁ ଅଧିକ ସମୟର କମ୍ବିଂ ଅପରେଶନରେ ୨ ଯବାନ ଆହତ ହୋଇଥିଲେ । ଘଟଣାସ୍ଥଳରେ ଡିଜିପି ଅଭୟ ପହଞ୍ଚି ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ଖବର ପାଇ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥଲେ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଦୀର୍ଘ ୮ଘଣ୍ଟା ଧରି ଚାଲିଥିଲା ପୋଲିସର କୁମ୍ବିଂ ଅପରେସନ୍ । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି।

ଅପହରଣ ଘଟଣାର ତଦନ୍ତ ବେଳେ ଠକେଇର ପର୍ଦ୍ଦାଫାସ୍

ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଅପହରଣ କଲେ, ଆଉ ଖୋର୍ଦ୍ଧାରୁ ବନ୍ଧା ହେଲେ। ଆଉ ଯିଏ ଅପହରଣ ହୋଇ ଥିଲେ ସେ ବି ବନ୍ଧା ହେଲେ।। ଏଭଳି ଏକ ରୋମଞ୍ଚକ ଘଟଣାର ପରଦାଫାସ କରିଛି ଚନ୍ଦକା ଥାନା ପୋଲିସ।

ଘଟଣା ଟି ଥିଲା ଏମିତି, ଅନ୍ଧାରୁଆ ଅଂଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା, ପ୍ରୋମଦ ମହାନ୍ତି ଓ ସନ୍ତୋଷ ପଟନାୟକ ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସରେ ଚାକିରୀ ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଦୁଇ ବର୍ଷ ପରେ ଟଙ୍କା କି ଚାକିରୀ ନ ଦେବାରୁ ଟଙ୍କା ପାଇବା ପାଇଁ ଗତ ୯ ତାରିଖରେ ସଦାନନ୍ଦକୁ ଅନ୍ଧାରୁଆ ମାଳିମା ମନ୍ଦିର ନିକଟରୁ ଅପହରଣ କରିଥିଲେ ୨ ଜଣ ଯୁବକ। ସଦାନନ୍ଦଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀ କୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ।

ଅପହରଣ ନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ନମ୍ବରକୁ ଟ୍ରାକ କରି ପୋଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତାକୁ କାବୁ କରିଥିଲେ। ପରେ ପୋଲିସର ତଦନ୍ତ ବେଳେ  ପୁରା ଘଟଣା ସାମ୍ନାକୁ ଆସିଥିଲା।  ଯାହାପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ଗିରଫ କରିବା ସହ ସଦାନନ୍ଦକୁ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଛି । ସଦନାଦ ଏମିତି କେତେ ଜଣଙ୍କ ଠାରୁ ଠକେଇ କରିଛି ପୋଲିସ ତା’ର ତଦନ୍ତ ଜାରି ରଖିଛି। ୩ ଜଣଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ରବିବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ପଶ୍ଚିମବଙ୍ଗ ବିଜେପିରେ ଚାଲିଥିବା ମତଭେଦକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ।

                ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ପରେ ରାଜ୍ୟ ବିଜେପି ଭିତରେ ଅସନ୍ତୋଷର ସ୍ୱର ତୀବ୍ର ହୋଇଛି । ମୁକୁଲ ରାୟଙ୍କ ଭଳି ଆଉ କିଛି ନେତା ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇ ବିଜେପି ଭିତରେ ଥିବା କନ୍ଦଳକୁ ସାମ୍ନାକୁ ଆଣିଛନ୍ତି ।  ଏଭଳି ପରିସ୍ଥିତିରେ ଘୋଷଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯଦିଓ ଘୋଷ ଏହି ବୈଠକ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ ରାଜ୍ୟ ବିଜେପିର ସାଂଗଠନିକ ଢାଞ୍ଚାରେ ଅନେକ ପରିବର୍ତ୍ତନ ହୋଇପାରେ।

ଉଲ୍ଲେଖ ଯୋଗ୍ୟ, ନିକଟରେ ସାଂସଦ ସୈମିତ୍ର ଖାନ, ରାଜୀବ ବାନାର୍ଜୀ ଏବଂ ବାବୁଲ ସୁପ୍ରିଓଙ୍କ ଭଳି ନେତାମାନେ ଦଳର ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ନିକଟରେ ସୈମିତ୍ର ଖାନ ଯୁବମୋର୍ଚ୍ଚା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଓ ଶୁଭେନ୍ଦୁ ଅଧିକାରୀଙ୍କୁ କଡା ସମାଲୋଚନା କରିଥିଲେ | ଅବଶ୍ୟ କିଛି ସମୟ ପରେ ସେ ନିଜ ଇସ୍ତଫା ଫେରାଇନେଇଥିଲେ | ଅପରପକ୍ଷରେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ ଯୋଗୁଁ ବିଦା ହୋଇଥିବା ବାବୁଲ ସୁପ୍ରିଓ ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କାନ୍ଧାର ମୁହାଁ ତାଲିବାନ ସୈନିକ: ୫୦ କୁଟନୀତିଜ୍ଞ ଓ ସୁରକ୍ଷାକର୍ମୀଙ୍କୁ ନେଇ ଭାରତକୁ ଫେରୁଛି ବାୟୁ ସେନା

ବାରହା ଫାଶରେ ପଡ଼ି ଗାଈ ଚରାଳି ମୃତ

ବଲାଙ୍ଗୀର:  ଖର୍ଲିକାନୀର ମିର୍ଧାପଡ଼ାରେ ଅଘଟଣ। ଜଙ୍ଗଲକୁ ଗାଈ ଚରାଇ ବାକୁ ଯାଇଥିବା ବେଳେ ବାରହା ଫାସ( ବିଦ୍ୟୁତ ତାର )ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ଖର୍ଲିକାନୀର ମିର୍ଧାପଡ଼ାରେ। ମୃତକ ଜଣକ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି। ଗତ କାଲି ସନ୍ଧ୍ୟାରେ ଗାଈ ଖୋଜିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ ।

କର୍ଲ୍ଲାବାହାଲି ଜଙ୍ଗଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ତାରଯୁକ୍ତ ବାରହା ଫାଶରେ ପଡ଼ିଯାଇଥିଲେ ଶେଷ କୁଆଚି। ଯାହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜଙ୍ଗଲରେ ମୃତ ଦେହ ପଡିଥିବା ନେଇ ଗ୍ରାମବସୀଙ୍କ ଠାରୁ ପରିବାର ଲୋକେ ଖବର ପାଇବା ପରେ ରାତିରେ ମୃତ ଦେହ ଘରକୁ ଆଣିଥିଲେ । ତେବେ ଶିକାରୀ ଭୟରେ ପୋଲିସକୁ ଖବର ନ ଦେଇ ମୃତ ଦେହକୁ ଆଜି ସକାଳୁ ପୋଡି ଦେଲେ ପରିବାର ଲୋକେ। ଏନେଇ ସଦର ଥାନା ପୋଲିସ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି।

ମୃତ ଶେଷ କୁଆଚିଙ୍କ ପୁଅ ଅଙ୍କିତ କୁଆଚି ଏନେଇ ଅଭିଯୋଗ କରିଛନ୍ତି। ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀମାନଙ୍କୁ ଗିରଫ କରିବା ସହ ତାଙ୍କ ପିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୋଲିସ ନିକଟରେ ସେ ଦାବି କରିଛନ୍ତି।

କାନ୍ଧାର ମୁହାଁ ତାଲିବାନ ସୈନିକ: ୫୦ କୁଟନୀତିଜ୍ଞ ଓ ସୁରକ୍ଷାକର୍ମୀଙ୍କୁ ନେଇ ଭାରତକୁ ଫେରୁଛି ବାୟୁ ସେନା

ଆଫଗାନିସ୍ତାନରେ ପୁଣି ସକ୍ରିୟ ହୋଇଛି ତାଲିବାନ୍ ସଂଗଠନ । ତାଲିବାନର ସୈନିକ ଏବେ କାନ୍ଧାରରେ ପାଖରେ ପହଞ୍ଚିସାରିଲାଣି । ଏହାରି ମଧ୍ୟରେ ଭାରତ ସରକାର କାନ୍ଧାରେ ନିୟୋଜିତ ପାଖାପାଖି ୫୦ଜଣ କୁଟନୈତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ଦେଶକୁ ଫେରାଇ ଆଣିଛି । ଏ ସମସ୍ତଙ୍କୁ ବାୟୁସେନାର ବିମାନ ଜରିଆରେ ଭାରତ ଫେରାଇ ଆଣାଯାଉଛି । ସଦ୍ୟ ସୂଚନା ମୁତାବକ, ବାୟୁସେନାର ବିମାନ ୫୦ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ଯାତ୍ରା ଆରମ୍ଭ କରିସାରିଛି ।  ସ୍ଥାନୀୟ କର୍ମଚାରୀ ଏବେ ମଧ୍ୟ ମିଶନରେ ସାମିଲ ଅଛନ୍ତି । କିନ୍ତୁ ବାଣିଜ୍ୟିକ ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ ରହିଛି ।

ଗୁରୁବାର ନିଜ ସାପ୍ତାହିକ ବିବୃତ୍ତିରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏହି ମାମଲା ଉପରେ କହିଛନ୍ତି ଯେ, ‘କାବୁଲରେ ଆମ ଦୂତାବାସ ଏବଂ କାନ୍ଧାର ‘ମଜାର- ଏ-ଶରୀଫରେ ବାଣିଜ୍ୟିକ ଦୂତାବାସ କାର୍ଯ୍ୟ କରୁଛି । ଆମେ ଆଫଗାନିସ୍ତାନରେ ବିଗୁଡ଼ିଥିବା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛୁ । ସୂଚନା ମୁତାବକ କାନ୍ଧାର ଏବଂ ଦକ୍ଷିଣ ପ୍ରାନ୍ତରେ ପାକିସ୍ତାନ ସ୍ଥିତ ଲସ୍କର ଏ ତୋଏବାର ଆତଙ୍କୀ ବଡ଼ ସଂଖ୍ୟାରେ ଉପସ୍ଥିତ ରହିଛନ୍ତି । ଏହାକୁ ନଜରରେ ରଖି କୁଟନୈତିଜ୍ଞ ଏବଂ ସୁରକ୍ଷାକର୍ମଙ୍କୁ ଭାରତ ଫେରାଇ ଅଣାଯାଇଛି । ଦକ୍ଷିଣ ଆଫଗାନିସ୍ତାନରେ ତାଲିବାନ ସହି ମିଶି ୭ହଜାରରୁ ଅଧିକ ଲସ୍କର -ଏ- ତୋଏବାର ସୈନିକ ଲଢ଼ୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ ବର୍ଷକୁ ୧୦ ଦିନ ଯିବେ ଛୁଟିରେ

ଡାକ୍ତରଙ୍କୁ ୬ ଘଣ୍ଟା ତାଲା ପକାଇଦେଲେ ଗ୍ରାମବାସୀ

କେନ୍ଦୁଝର: ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ୬ଘଣ୍ଟା ତାଲା ପକାଇଲେ ଅଞ୍ଚଳବାସୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଭଗାମୁଣ୍ଡା ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବି ଖାଲି ରହିଛି। ଜଣେ ମାତ୍ର ଡାକ୍ତର ନିଯୁକ୍ତ ହୋଇଥିବାବେଳେ ତାଙ୍କର ମନମୁଖି କାର୍ଯ୍ୟ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନପାଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ମୁଖ୍ୟଚିକିତ୍ସାଧିକାରୀ ଡାକ୍ତରଖାନା ପରିଦର୍ଶନରେ ଯାଇଥିବାବେଳେ ଏନେଇ ଅଞ୍ଚଳବାସୀଙ୍କ ତରଫରୁ ଅଭିଯୋଗ ହୋଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟଚିକିତ୍ସା୍ଧିକାରୀଙ୍କୁ ଅଞ୍ଚଳବାସୀ ତାଲା ପକାଇ ରଖିଥିଲେ। ଜଣେ ଡାକ୍ତର ଓ ଜଣେ ନର୍ସ ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଯାଇ ଲୋକମାନେ ମୁଖ୍ୟଚିକିତ୍ସା୍ଧିକାରୀଙ୍କୁ ଛାଡିଦେଇଥିଲେ।

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଳ ଭଣ୍ଡାରର ବାମ ପଟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି। ଦିନ ୧୧ଟାବେଳେ ପାରମ୍ପାରିକ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।

ତେବେ ବନ୍ୟାଜଳ ନିଷ୍କାସିତ ନେଇ ଗତ ଦୁଇ ଦିନ ଧରି ତଳ ମୁଣ୍ଡରେ ଥିବା ୬ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଥିଲେ । ଏହାସହ ବନ୍ୟା ଜଳ ଛାଡିବାର ୬ ଘଣ୍ଟା ପୂର୍ବରୁ ଜଳ ଭଣ୍ଡାରର ସାଇରନ ବଜାର ନିକଟବର୍ତ୍ତି ଅଞ୍ଚଳର ଲୋକଙ୍କୁ ସତର୍କ କରାଇଥିଲା। ସମ୍ବଲପୁର, ରେଢ଼ାଖୋଲ, ସୋନପୁର ଓ ବୌଦ୍ଧ ସମେତ ତଳ ମୁଣ୍ଡରେ ଥିବା ଜିଲ୍ଲାକୁ ମହାନଦୀ ଶଯ୍ୟା ବ୍ୟବହାର ନକରିବାକୁ ସତର୍କ କରାଯାଇଛି।

ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରିବା ଆଶା କରାଯାଉଛି । ଜଳଭଣ୍ଡାରର ଜଳସ୍ତର ଯେତିକି ବଢ଼ିବ, ସେହି ଅନୁପାତରେ ଗେଟ୍ ଖୋଲାଯିବ। ଜଳସ୍ତର କମିଲେ, ପର୍ଯ୍ୟାୟକ୍ରମେ ଜଳଭଣ୍ଡାରର ଗେଟ୍ ବନ୍ଦ କରାଯିବ। ଜଣାଇଦେବାକୁ ଚାହୁଁ ଯେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ହେଉଛି ୬୩୦ ଫୁଟ।

ଦେଶରେ ୪୧ ହଜାର ୫୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୮୯୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି ସଂକ୍ରମଣ । ଦିନକରେ ୪୧ହଜାର ୫୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୯୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ ଘଣ୍ଟାରେ ୪୧ ହଜାର ୫୨୬ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶର ମୋଟ୍ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮ହଜାର ୪୦ରେ ପହଞ୍ଚିଥିବା ବେଲେ ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୯୯ଲକ୍ଷ ୭୫ ହଜାର ୬୪ ସଂକ୍ରମିତ । ଆକ୍ଟିଭ କେସ୍ ୪ ଲକ୍ଷ ୫୪ହଜାର ୧୧୮ଥିବା ବେଳେ ମୋଟ୍ ୩୭କୋଟି ୬୦ଲକ୍ଷ ୩୨ହଜାର ୫୮୬ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଅପରପକ୍ଷରେ ରାଜ୍ୟରେ ଦିନ ଦିନ ଦୁର୍ବଳ ହେବାରେ ଲାଗିଛନ୍ତି କରୋନା ।  ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ। ଅନ୍ୟପଟେ ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୧୨୦ ସଂକ୍ରମିତ। ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଷ୍ଟେଟପୁଲରୁ ୧୧୭, ଯାଜପୁରରୁ ୧୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୮୩, ଜଗତସିଂହପୁରରୁ ୭୩, ଭଦ୍ରକରୁ ୭୧ ଓ ସୁନ୍ଦରଗଡ଼ରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୬୨, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୫, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨୦, ସମ୍ବଲପୁରରୁ ୧୮, ଗଞ୍ଜାମ ଓ ବରଗଡରୁ ୧୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାୟଗଡ଼ାରୁ ୧୫, କଳାହାଣ୍ଡିରୁ ୧୨, ନବରଙ୍ଗପୁରରୁ ୧୨, ଝାରସୁରୁଗୁଡାରୁ ୧୧, ବୌଦ୍ଧରୁ ୧୦, ବଲାଙ୍ଗୀରରୁ ୯, ଗଜପତିରୁ ୮, ସୋନପୁରରୁ ୭, ଦେବଗଡ଼ରୁ ୬, ନୂଆପଡାରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୯ହଜାର ୭୫୨ ସଂକ୍ରମିତ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୯ହଜାର ୬୩୯ । ଆକ୍ଟିଭ କେସ୍ ୨୫ହଜାର ୪୬୧ରେ ପହଞ୍ଚିଛି।

ଏଥିସହିତ ପଢ଼ନ୍ତୁ: ଆଉ ସପ୍ତାହେ ପାଇଁ ବଢ଼ିଲା ଲକଡାଉନ୍