ବାଇକ୍ ଚୋରି କରି ଚମ୍ପଟ ମାରିବା ବେଳେ କାବୁ କଲେ ଗ୍ରାମବାସୀ

ବଲାଙ୍ଗୀର: ବାଇକ୍ ଚୋରକୁ କାବୁ କଲେ ଗ୍ରାମବାସୀ । ଲୋଇସିଂହା ଥାନା ଅନ୍ତର୍ଗତ ଝରଣିପାଳି ଗାଁର ଦୁଇ ଜଣ ବାଇକ ଚୋର ହାଟରୁ ଜଣେ ଗ୍ରାମବାସୀଙ୍କ ବାଇକ ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ । ଏ ନେଇ ଜାଣିବାକୁ ପାଇବା ପରେ ଗ୍ରାମାବୀସ ଚୋରଙ୍କ ପିଛା କରିଥିଲେ । ପରେ ଚୋରି ବାଇକ ଉଦ୍ଧାର କରିବା ସହ ଦୁଇ ଜଣ ବାଇକ ଚୋରକୁ ରାସ୍ତାରେ ନିର୍ଧୁମ ମାଡ଼ ମାରିଥିଲେ । ଉଭୟ ଚୋରକୁ ମାଡ଼ ମାରି ଲୋଇସିଂହା ପୋଲିସର ଜିମା ଦେଇଥିଲେ । ପୋଲିସ ପଚାରଉଚୁରା ପରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବାଇକ ଚୋର ମାନେ ହେଲେ ବରଗଡ଼ ଜିଲ୍ଲା ଗାଈସିଲେଟର ରାହୁଲ ସା ଓ ପଦ୍ମପୁରର ଚିତରଞ୍ଜନ ଦାସ । ଗିରଫ ବାଇକ ଦୁହିଁଚୋରଙ୍କ ନାଁରେ ବିଭିନ୍ନ ଥାନାରେ ବାଇକ ଚୋରି ମାମଲା ରହିଛି । ଗତ କିଛି ଦିନ ହେଲା ଲୋଇସିଂହା ଓ ପାଟଣାଗଡ଼ ଅଞ୍ଚଳରୁ କିଛି ବାଇକ ଚୋରି କରି ବିକ୍ରି କରିଥିବା ନେଇ ପୋଲିସକୁ କହିଛନ୍ତି । ତେବେ ପୋଲିସ ଦୁଇ ଚୋରକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍: ମାଆ ଓ ପୁଅ ମୃତ

Leave a Reply