ପର୍ଣ୍ଣ ଭିଡିଓ ପ୍ରସ୍ତୁତ ମାମଲା: ଗିରଫ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମହାରାଷ୍ଟ୍ର: ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କର ଆଜି ହେବ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି କରାଯିବ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇ ଅଗଷ୍ଟ ୨୫ରେ ଶୁଣାଣି ପାଇଁ କୋର୍ଟ ସ୍ଥିର କରିଥିଲେ । ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୁଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେବେ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା ।

ଏଥିସହିତ ପଢ଼ନ୍ତୁ: ଜାମିନ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ, ମହଙ୍ଗା ପଡିଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆପତ୍ତିଜନକ ଶବ୍ଦ

Leave a Reply