ଶ୍ରୀମନ୍ଦିର ଢାଞ୍ଚାରେ ପ୍ରସ୍ତୁତ ହେବ ଲିଙ୍ଗରାଜ ମନ୍ଦିର ଦ୍ୱାର

ଭୁବନେଶ୍ୱର: ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ହେବ ରୁପା ଛାଉଣୀ । ଏନେଇ ଆସିଥିବା ଏକ ପ୍ରସ୍ତାବ ଉପରେ ଲାଗିଛି ମୋହର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ସମସ୍ତଙ୍କ ସହମତି ମିଳିଛି । ମନ୍ଦିରର ସିଂହଦ୍ୱାର ରୁପା କବାଟ ନିର୍ମାଣ ସହିତ ମନ୍ଦିର ପରିସରର ମରାମତି ଓ ଗର୍ଭଗୃହର ପୁନରୁଦ୍ଧାର ନେଇ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ଶୁକ୍ରବାର ସକାଳ ସାଢେ ୭ଟା ସମୟରେ ଏସମ୍ପର୍କରେ ଅନୁଧ୍ୟାନ କରିବ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ।

ଏଥିସହିତ ପଢ଼ନ୍ତୁ: ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

 

Leave a Reply