ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

ଧର୍ମଗଡ଼: ସ୍ତ୍ରୀର ଜୁଇରେ ସ୍ୱାମୀ ଝାସ ଦେଇ ଆତ୍ମାହୂତି ଦେଲେ ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରୁ । ସୂଚନା ଅନୁସାରେ ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ । ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁପରେ ସମ୍ପର୍କୀୟମାନେ ରୀତିନୀତି ମୁତାବକ ତାଙ୍କ ଶବ ସତ୍କାର କରିବାକୁ ଗାଁ ନିକଟରେ ଥିବା ଜମିକୁ ନେଇଥିଲେ । ସମ୍ପର୍କୀୟମାନେ ଶବସତ୍କାର କରି ଫେରୁଥିବା ବେଳେ, ସ୍ୱାମୀ ନୀଳମଣି ଶବର ଅଧାରୁ ଫେରିଯାଇ ସ୍ତ୍ରୀଙ୍କ ଜୁଇକୁ ଡେଇଁପଡିଥି​ଲେ । ନିଆଁ ଜଳୁଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ସ୍ୱାମୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ବାଇକ୍ ଚୋରି କରି ଚମ୍ପଟ ମାରିବା ବେଳେ କାବୁ କଲେ ଗ୍ରାମବାସୀ

 

 

Leave a Reply