ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଛି ନିଆଣ୍ଟିଆ ବର୍ଷା । ଜୁଲାଇ ମାସରେ ସାଧାରଣ ବର୍ଷା ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି । ଯାହା ଗତ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛି । ଆଗାମୀ ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ  । ତେବେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାକରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି  ।  କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତାକାଲି ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାଇ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି  । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଏବଂ ନୂଆପଡାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

 

 

 

 

Leave a Reply