ଏଫଡିଏର ଅନୁମତି, ବ୍ୟବହାର ହୋଇପାରିବ ଫାଇଜର-ବାୟୋଏନଟେକ ଟିକା

1 min read
US FDA authorizes Pfizer's Covid booster shots for elderly, high-risk Americans

Medical syringe is seen with Pfizer company logo displayed on a screen in the background in this illustration photo taken in Poland on November 16, 2020. (Photo by Jakub Porzycki/NurPhoto via Getty Images)

ୱାସିଂଟନ : ଫାଇଜର-ବାୟୋଏନଟେକ ଟିକାକୁ ପୂର୍ଣ୍ଣକାଳୀନ ଅନୁମତି ଦେଲା ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଏଫଡିଏ ଦ୍ବାରା ପୂର୍ଣ୍ଣ ଅନୁମତି ଲାଭ କରିବାରେ ଏହି ଟିକା ହେଉଛି ପ୍ରଥମ । 16ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ । ଏହି ଟିକା କୋମିର୍ନାଟି ନାମରେ ପରିଚିତ ହେବ । 12ରୁ 15 ବର୍ଷ ବୟସ୍କ ପିଲାଙ୍କ ଲାଗି ଏହା ଜରୁରୀକାଳୀନ ଟିକା ଭାବେ ବ୍ୟବହାର କରାଯାଇପାରିବ ।

ଏହା ସହ ଦୁର୍ବଳ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ତୃତୀୟ ଡୋଜ ଭାବେ ବ୍ୟବହାର କରାଯାଇପାରିବ । କୋଭିଡ ମୁକାବିଲାରେ ଏହି ଟିକା ଏବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି ଅତି ଉଚ୍ଚମାନର ଏବଂ ନିରାପଦ ବୋଲି ଏଫଡିଏ କହିଛି । ଯଦିଓ ବିଶ୍ବବ୍ୟାପୀ କୋଟି କୋଟି ଲୋକ ବିଭିନ୍ନ ଟିକା ନେଲେଣି ତଥାପି ଫାଇଜରର ଏହି ଟିକା ଆତ୍ମବିଶ୍ବାସ ସୃଷ୍ଟି କରିବା ସହ ଏକ ମାଇଲଖୁଣ୍ଟି ହେବ ବୋଲି କୁହାଯାଇଛି । ପୂର୍ବରୁ ଗତବର୍ଷ ଡିସେମ୍ବରରୁ 16ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ଫାଇଜର ବାୟୋଏନେଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା ।

Leave a Reply