ପଞ୍ଜାବରେ ତୁଟିନି, ଛତିଶଗଡ଼ରେ ବିଭ୍ରାଟ ନିଆଁ

ରାୟପୁର:କଂଗ୍ରେସର ପିଛା ଛାଡୁନି କନ୍ଦଳ  । ଯେଉଁଠି ଦେଖିବ ସେଠାରେ କେଁ  ।  ଗୋଟେପଟେ ଦଳ ଦୁଇ ତିନୋଟି ରାଜ୍ୟରେ ସରକରାର ଗଢିବାରେ ସାମର୍ଥ ହୋଇଥିବାବେଳେ ସେଥିରେ ମଦ୍ୟ ବିବାଦ  ।  ପଞ୍ଜାବ କଂଗ୍ରେସ କଳି ନ ତୁଟୁଣୁ ଛତିଶଗଡ଼ କଂଗ୍ରେସରେ ଏବେ ଫାଟ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇଫାଳ ହୋଇଛି ଛତିଶଗଡ଼ କଂଗ୍ରେସ । ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଗାଦିଚ୍ୟୁତ କରିବାକୁ ହାଇକମାଣ୍ଡଙ୍କ ଉପରେ ଚାପ ପଡୁଛି ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ଭୂପେଶ ବାଘେଲଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ଟି ଏସ୍ ସିଂଦେଓ ଓ ଅନ୍ୟ ବରିଷ୍ଠ ନେତା ଆଜି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଟି ଏସ୍‌ ସିଂଦେଓଙ୍କ ଗୋଷ୍ଠୀଙ୍କ କହିବା କଥା ଯେ, ଜୁନରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ହେବାକୁ ଅଢ଼େଇ ବର୍ଷ ପୁରିଛି । ଏବେ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ସରକାର ଗଠନ ପୂର୍ବରୁ ଏ ନେଇ ଆଲୋଚନା ସରିଥିଲା । ତେଣୁ ଏବେ ସିଂଦେଓଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ଛତିଶଗଡ଼ କଂଗ୍ରେସର ଏକ ଗୋଷ୍ଠୀ।

Leave a Reply