ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍

1 min read

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଅଫିସର ଦଣ୍ଡିତ ହୋଇଛନ୍ତି । ତାଙ୍କ ମୋବାଇଲ୍ ସିଜ୍ କରାଯାଇଛି । ଏଭଳି ଖବରକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ । ସିଆଇଏସ୍‌ଏଫ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏ ନେଇ ସ୍ପଷ୍ଟ କରାଯାଇଛି । ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନୀତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି । ଏବଂ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି ।

ଯବାନଙ୍କ ମୋବାଇଲ୍ ସିଜ୍ ନେଇ ଖବର ପ୍ରସାରିତ ହୋଇଥିଲା 

ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ ତାଙ୍କ ମୋବାଇଲକୁ ସିଜ୍ କରାଯାଇଥିବା ନେଇ ମଧ୍ୟ ଖବର ଆସିଥିଲା । କାହିଁକି ନା ସେ ସଲମାନ୍ ଖାନ୍ ପ୍ରସଂଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଯାହା ସିଆଇଏସ୍ଏଫ୍ ପ୍ରୋଟକଲ୍‌ର ଉଲ୍ଳଂଘନ । କୁହାଯାଇଥିଲା ଯେ, ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ନେଇ ତାଙ୍କ ମୋବାଇଲ୍ ସିଜ୍ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମାମଲା ନୂଆ ମୋଡ଼ ନେଇଛି ।

ସୂଚନା ଯୋଗ୍ୟ ଯେ, ଟାଇଗର-୩ ସୁଟିଂ ସେଡ୍ୟୁଲ୍ ଦୀର୍ଘ ଦିନ ଧରି କରୋନା କାରଣରୁ ଅଟକି ରହିଥିବା ବେଳେ ବର୍ତ୍ତମାନ ଏହାର ସୁଟିଂ ଡେଟ୍ ଫିକ୍ସ ହୋଇଛି ।  ଏଥିରେ କଟ୍ରିନା କ୍ୟାଫଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ହିଁ ସଲମାନ୍ ଋଷ ଯାଉଥିବା ସୂଚନା ରହିଛି ।

Leave a Reply