ପୌର ନିର୍ବାଚନ ବିଳମ୍ୱ ପ୍ରସଂଗ: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ଭୁବନେଶ୍ୱର ଓ ପୁରୀ ପୌର ନିର୍ବାଚନ ପ୍ରସଙ୍ଗ । ତିନିଟି ଆବେଦନ ଉପରେ ହାଇକୋର୍ଟରେ ପୃଥକ ପୃଥକ ଶୁଣାଣି ହୋଇଛି । ଅଢେଇ ବର୍ଷରୁ ଅଧିକ ସମୟ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇନି ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇ ଥିଲେ । ଶୁଣାଣି ପରେ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ସଚିବଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ, ପୁରୀ ଓ ଭୁବନେଶ୍ୱରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌରାଞ୍ଚଳ ନିର୍ବଚନର କାର୍ଯ୍ୟକାଳ ୨୦୧୯ରୁ ଶେଷ ହୋଇଛି । ଜନପ୍ରତିନିଧିତ୍ୱ ଅନୁସାରେ ଯେଉଁ ସଂସ୍ଥା ପରିଚାଳିତ ହେବା କଥା ତାକୁ ଏବେ ସରକାରୀ ଅଧିକାରୀମାନ ଚଳାଉଛନ୍ତି। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଇ ନାହିଁ।

ଏଥିସହିତ ପଢ଼ନ୍ତୁ: ଜେଏମ୍‌ଏମ୍‌ରେ ଫାଟ, ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ୱ୍ରମ୍

Leave a Reply