ତାଲିବାନ ସହ କଥା ହେବ ଭାରତ, କୂଟନୈତିକ ରାସ୍ତା ଖୋଲା ରଖିବାକୁ ଚାହେଁ ନୂଆଦିଲ୍ଲୀ !

ନୂଆଦିଲ୍ଲୀ: ତାଲିବାନ ସହିତ ଭାରତ କୂଟନୈତିକ ସମ୍ପର୍କ ସ୍ଥାପନ କରିବ କି ? ଭାରତ ତାଲିବାନ ନେତୃତ୍ୱ ସହିତ କଥାବାର୍ତ୍ତା ହେବ କି ? ଆଫଗାନିସ୍ତାନ ଉପରେ ତାଲିବାନ କବଜା ପରଠାରୁ ଏହି ପ୍ରଶ୍ନ ଉଠୁଛି । ତେବେ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଅନୁସାରେ ଭାରତ ସରକାର ଦେଶହିତରେ ଆଫଗାନିସ୍ତାନର ନୂଆ ସରକାର ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ର ଅନୁସାରେ ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଭାରତ ସବୁ ପକ୍ଷ ସହିତ ଆଲୋଚନା କରିବାକୁ ମନ ବଳାଇଥିବା ଜଣା ପଡ଼ିଛି । ଆବଶ୍ୟକତା ପଡ଼ିଲେ ଭାରତ ତାଲିବାନ ସହିତ ମଧ୍ୟ ଆଲୋଚନା କରିବ । ସୂତ୍ର ଅନୁସାରେ ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ଭାରତ ସରକାର ପୁରା ପ୍ରସଙ୍ଗକୁ ନେଇ ନିଜର ନୀତି ଖୁବଶୀଘ୍ର ତିଆରି କରିବେ ।

ସୂଚନାଯୋଗ୍ୟ ଯେ, ଭାରତ ଓ ତାଲିବାନ ମଧ୍ୟରେ ଗୁପ୍ତ ଆଲୋଚନା ନେଇ ଅନେକ ସମୟରେ ମିଡିଆରେ ରିପୋର୍ଟ ଆସିଛି । ଯାହାକୁ ଭାରତ ସରକାର ସ୍ୱୀକାର କିମ୍ବା ଅସ୍ୱୀକାର କରିଛନ୍ତି । ତାଲିବାନ ତା’ର ପ୍ରଥମ ଶାସନ କାଳରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲା । ନୂଆ ପରିସ୍ଥିତିରେ ତାଲିବାନ ପୁଣି ତାରା ପୁରୁଣା ନୀତିକୁ ଅନୁସରଣ କରିପାରେ ବୋଲି ଭାରତ ଆଶଙ୍କା କରୁଛି । ଅନ୍ୟପକ୍ଷରେ ତାଲିବାନ କହିଛି ଯେ, ଭାରତ ଚାହିଁଲେ ଆଫଗାନିସ୍ତାନର ଅସମ୍ପୂର୍ଣ୍ଣ ଭାରତୀୟ ପ୍ରକଳ୍ପକୁ ଏହା ପୁରା କରିପାରିବ । ତେବେ ଏହାସହିତ ତାଲିବାନ ଭାରତକୁ ଚେତାବନୀ ମଧ୍ୟ ଦେଇଛି । ଆଫଗାନ ମାଟିକୁ କୌଣସି ଦେଶ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ପାରିବ ନାହିଁ ବୋଲି ତାଲିବାନ କହିଛି । ତାଲିବାନ ମଧ୍ୟ କାଶ୍ମୀରରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ତେବେ ଭାରତ ତାଲିବାନର କଥା ଉପରେ କେତେ ବିଶ୍ୱାସ କରିବ ତାହା ବଡ଼ କଥା ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନ ବିଳମ୍ୱ ପ୍ରସଂଗ: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Leave a Reply