ତାଲିବାନକୁ ଡରିଗଲେ ବାଇଡନ୍,ଅଗଷ୍ଟ ୩୧ରେ ହିଁ କାବୁଲ ଛାଡ଼ିବେ ଆମେରିକା ସେନା

କାବୁଲ: ତାଲିବାନ ଧମକରେ ଭୟଭୀତ ଆମେରିକା ଅଗଷ୍ଟ ୩୧ ତାରିଖ ସୁଧା କାବୁଲ ଛାଡିବା ପାଇଁ ପ୍ରକ୍ରିୟା ଜୋରଦାର କରିଛି । କେବଳ ସେତିକି ନୁହେଁ ଯେଉଁ ଆମେରିକୀୟ ସୈନିକଙ୍କୁ ନିଜର ନାଗରିକଙ୍କ ଉଦ୍ଧାର ପାଇଁ ନିୟୋଜିତ କରାଯାଇଛି ସେମାନେ ମଧ୍ୟ ଅଗଷ୍ଟ ୩୧ ସୁଧା ନିଜ ଦେଶକୁ ଫେରିଯିବ । ଆମେରିକାର ସହଯୋଗୀ ରାଷ୍ଟ୍ର ଆଉ କିଛି କାବୁଲରେ ରହିବା ପାଇଁ ୱାସିଂଟନକୁ ଅନୁରୋଧ କରୁଥିଲେ ମଧ୍ୟ ବାଇଡେନ୍ ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିଛି ।
ଆମେରିକାର ଏହି ନିଷ୍ପତ୍ତି ପଛରେ ରହିଛି ସିଆଇଏ ମୁଖ୍ୟ ଓ ତାଲିବାନ ନେତା ମୁଲ୍ଲା ବରାଦାର ମଧ୍ୟରେ ହୋଇଥିବା ବାର୍ତ୍ତାର ବିଫଳତା । ଅଗଷ୍ଟ ୩୧ ପରେ ମଧ୍ୟ କିଛି ଦିନ ପାଇଁ ଆମେରିକୀୟ ସୈନିକଙ୍କୁ କାବୁଲ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିବା ପାଇଁ ଅନୁମତି ଦେବା ପାଇଁ ସିଆଇଏ ମୁଖ୍ୟ ବରାଦରକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବାକୁ ତାଲିବାନ ସିଧସଳଖ ପ୍ରତ୍ୟାଖାନ କରିଦେଇଥିଲା । ପରେ ତାଲିବାନ ମୁଖପାତ୍ର ସୁହୈଲ ଶାହିନ ୩୧ ଅଗଷ୍ଟ ପରେ ଆମେରିକା କାବୁଲରୁ ସେନା ନ ହଟାଇଲେ ପରିଣାମ ଗମ୍ଭୀର ହେବ ବୋଲି କହିଥିଲେ । ଏହାପରେ ଆମେରିକା ତା’ର ଉଦ୍ଧାର କାର୍ଯ୍ୟକୁ ତ୍ୱାରନ୍ୱିତ କରିଛି ।
ଚେକପଏଣ୍ଟରେ ଆଫଗାନୀଙ୍କୁ ରୋକୁଛି ତାଲିବାନ
ଏହା ମଧ୍ୟରେ ତାଲିବାନ ଆଫଗାନୀ ନାଗରିକଙ୍କୁ ନିଜ ଦେଶ ନଛାଡିବାକୁ କହିଛି । ତାଲିବାନର କଥା ନମାନି ଦେଶ ଛାଡିବାକୁ ବିମାନବନ୍ଦରରେ ଲୋକ ପହଞ୍ଚୁଛନ୍ତି । ଯାହାକୁ ନେଇ ଉତକ୍ଷିପ୍ତ ଥିବା ତାଲିବାନ ପ୍ରଥମେ ଆମେରିକାକୁ ଆଫଗାନୀ ନାଗରିକଙ୍କୁ ଦେଶରୁ ନନେବା ପାଇଁ କହିଥିଲା । ତେବେ ଏବେ ତାଲିବାନ କାବୁଲର ବିଭିନ୍ନ ସ୍ଥାନରେ ଚେକ୍ ପଏଣ୍ଟ୍ ଲଗାଇଛି । ବିମାନବନ୍ଦର ଆଡ଼କୁ ଯାଉଥିବା ରାସ୍ତାକୁ ତାଲିବାନ ଅବରୋଧ କରିଛି । ଏହି ଚେକପଏଣ୍ଟରେ ଆଫଗାନୀ ନାଗରିକଙ୍କୁ ତାଲିବାନ ଅଟକାଉଛି ।
କାବୁଲରେ କେତେ ଆମେରିକୀୟ ସୈନିକ ଅଛନ୍ତି ?
କାବୁଲ ବିମାନ ବନ୍ଦର ଏବେ ଆମେରିକା ସୈନିକଙ୍କ କବଜାରେ ରହିଛି । ସେଠାରେ ୫ ହଜାର ୮ଶହ ସୈନିକ ମୁତୟନ ଅଛନ୍ତି । ଏହା ସହିତ ୧୦୦୦ ବ୍ରିଟିଶ ସୈନିକ ଓ କିଛି ତୁର୍କୀ ସୈନିକ ମଧ୍ୟ ଏୟାରପୋର୍ଟ ସୁରକ୍ଷା ସମ୍ଭାଳୁଛନ୍ତି । କାବୁଲର ଅଚାନକ ପତନ ପରେ ଆମେରିକା ସାଢେ ୩ ହଜାର ସୈନିକଙ୍କୁ କାବୁଲ ବିମାନ ବନ୍ଦର ସୁରକ୍ଷା ପାଇଁ ପଠାଇଥିଲା ।

ଏଥିସହିତ ପଢ଼ନ୍ତୁ: ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍

Leave a Reply