ଚାକିରି ଛାଡି ୨ ବର୍ଷ ଯାଏଁ ହନିମୁନ କରିଲେ ନବବିବାହିତ ଯୋଡି..ଜାଣନ୍ତୁ ଖର୍ଚ୍ଚ କଲେ କେତେ ଲକ୍ଷ ଟଙ୍କା ..

ବାହାଘର ପରେ ନବବିବାହିତ ଯୋଡିଙ୍କର ହନିମୁନକୁ ନେଇ ରହିଥାଏ ଅସୁମାରୀ ଇଚ୍ଛା । କିଏ ଲଣ୍ଡନ କିଏ ପ୍ୟାରିସ ଏମିତିକି ଦୁନିଆର ଭିନ୍ନ ଭିନ୍ନ ସ୍ଥାନକୁ ବୁଲି ଯିବାକୁ ମନ ବଳାନ୍ତି । ହେଲେ ବେଳେବେଳେ ସମୟ,ଚାକିରୀ,ପରିବାର ଓ ଟଙ୍କା ଭଳି ଜିନିଷ ବାଧକ ସାଜେ । ଯାହାଦ୍ବାରା ବହୁତ ଜଣଙ୍କର ଏହିଭଳି ହନିମୁନରେ ଯିବାର ସ୍ବପ୍ନ ପୁରା  ହେଇପାରେନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଯୋଡିଙ୍କ ବିଷୟରେ କହିବୁ ଯେଉଁମାନେ ହନିମୁନରେ ନୁହଁ ଫ୍ୟାମିଲ ମୁନରେ ଯାଇଥିଲେ । ଏବଂ ଏଥିପାଇଁ ସେମାନେ ଚାକିରୀ ଛାଡିବାକୁ ମଧ୍ୟ ପଛାଇନଥିଲେ ।

୨୦୧୯ରେ ବିବାହ କରିଥିବା ରାସ୍ ଓ ସାରା ବେରେଟ୍ ନିଜ ପୁଅ ଓ କୁକୁରଙ୍କ ସହିତ ବିଦେଶକୁ ବାହାରିଥିଲେ ହନିମୁନ୍ କରିବାକୁ ତାହା ପୁଣି ଫ୍ଲାଇଟ କିମ୍ବା ଟ୍ରେନରେ ନୁହଁ ବରଂ ନିଜର ଏକ ସ୍ବତନ୍ତ୍ର ଭ୍ୟାନରେ । ଆପଣ ଭାବୁଥିବେ ହଁ ଏଥିରେ କଣ ବଡ କଥା । କିଛିସପ୍ତାହ ବୁଲିସାରିବା ପରେ ଆରାମରେ ଘରକୁ ଫେରିଆସିଥିବେ ଏହି କପୁଲ। କିନ୍ତୁ ପ୍ରକୃତ କଥା ହେଲା ଏହି ଫ୍ୟାମିଲିମୁନ ପାଇଁ ଏମାନେ ନିଜ ଚାକିରି ଛାଡି ୨ବର୍ଷ ହେଲା ବୁଲୁଥିଲେ । ଏବଂ ଏହି ପୁରା ଯାତ୍ରାରେ ସେମାନେ ୧୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ କରିଥିଲେ.ତେବେ ଚାଲନ୍ତୁ ଜାଣିବା କାହିଁକି ଏହି ଯୋଡି କରିଥିଲେ ଏମିତି ଏକ ବୁଲିବାର ପ୍ଲାନ ଏବଂ କଣ କଣ ଅନୁଭୁତି ହାସଲ କରିଛନ୍ତି ସେ ବିଷୟରେ ।

ଆଜିକାଲିର ମଣିଷ ଟଙ୍କା ରୋଜଗାର କରିବା ପଛରେ ପାଗଳ..ଟଙ୍କା ରୋଜଗାର କରିବା ପାଇଁ ଚାକିରୀ ବି କରିବା ଜରୁରୀ । ଯେଉଁଭଳି ରୋଜଗାର ହେବ ସେହିଭଳି ବ୍ୟୟ ମଧ୍ୟ ହେବ । କିନ୍ତୁ ଏସବୁର ଚିନ୍ତାରେ ମଣିଷ ନିଜ ପରିବାରକୁ ସମୟ ଦେବା ଭୁଲିଯାଏ । ଟଙ୍କା ରୋଜଗାର କରିବାରର  ବ୍ୟସ୍ତତା ଭିତରେ କୁଆଡେ ବୁଲିବାକୁ ଯିବା ଭୁଲିଯାଏ । ହେଲେ  ରାଂସ ଏବଂ ସାରା ବିଲକୁଲ ବି ଏମିତି ଭାବନ୍ତି ନାହିଁ । ସେମାନେ କେବଳ ବୁଲିବା ପାଇଁ ଏବଂ ନିଜ ପରିବାରକୁ ସମୟ ଦେବା ପାଇଁ ଏକ ଲମ୍ବା ଟୁରର ଯୋଜନା କରିଥିଲେ..ସେଥିପାଇଁ କୈାଣସି ଜିନିଷ ବାଧକ ନ ସାଜୁ ବୋଲି ସେମାନେ ସବୁକିଛିର ବ୍ୟବସ୍ଥା କରିଦେଇଥିଲେ ।

ନିଜ ଘରକୁ ୮୧ ହଜାର ଟଙ୍କାରେ ଭଡା ଲଗାଇଦେଇଥିଲେ ରାଂସ ଏବଂ ସାରା । ତାପରେ ନିଜ କୁକୁର ଓ ପୁଅକୁ ଧରି ଭ୍ୟାନରେ ବାହାରିପଡିଲେ ଲମ୍ବା ଯାତ୍ରାରେ । ହନିମୁନର ୫ ବର୍ଷ ପୂର୍ବରୁ ୨୦୧୪ରେ ସେ ଏହି ଭ୍ୟାନଟି କିଣିଥିଲେ.. ଆଉ ସେହି ଭ୍ୟାନରେ ହିଁ ପରିବାର ସମେତ ୟୁରୋପ,ଫ୍ରାନ୍ସ,ସ୍ବିଜରଲ୍ୟାଣ୍ଡ,ଇଟଲୀ,ସ୍ପେନ,ତୁର୍କୀ ଓ ବୁଲଗେରିୟା ଭଳି ଦେଶକୁ ଯାତ୍ରା କରିଥିଲେ। ତେବେ ୨ ବର୍ଷ ଭିତରେ ଏତେସବୁ ଜାଗାକୁ ବୁଲିସାରିବା ପରେ ସେମାନେ ଏବେ ଘରକୁ ଫେରିଆସିଛନ୍ତି ।

ରାଂସ ପୂର୍ବରୁ ଏକ ରୟାଲ୍ ମରୀନ୍ କମାଣ୍ଡୋ ଥିଲେ । ଯେତେବେଳେ ସେ ବୁଲିବା ପାଇଁ ଚାକିରୀ ଛାଡିଲେ ସମସ୍ତେ ତାଙ୍କର ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଲେ..ହେଲେ ସେ କାହାରି କଥାକୁ ଶୁଣିନଥିଲେ । ଆଉ ପରିବାରକୁ ନେଇ ବାହାରିଥିଲେ ଫ୍ୟାମିଲମୁନରେ..ପ୍ରତେ୍ୟକ ଦିନ ନୂଆ ନୂଆ ଜାଗାରେ କ୍ୟାମ୍ପ କରି ରହୁଥିଲେ…ସେମାନେ ଭବିଷ୍ୟତରେ କଣ ହେବ ଆଗକୁ କିଛି ଅସୁବିଧା ହେବ କି ? ଏସବୁ କଥା ଚିନ୍ତା ହିଁ କରୁନଥିଲେ..ବାସ ଖାଲି ଏହି ରୋମାଂଚକର ଟ୍ରିପର ଭରପୁର ମଜା ଉଠାଉଥିଲେ । ଘରଭଡାରୁ ଆସୁଥିବା ଟଙ୍କାରେ ସେମାନେ ସମସ୍ତ ବିଲ୍ ପଇଠ କରୁଥିଲେ..ଏହି ଦୁଇବର୍ଷରେ ସେମାନେ ଯଦି ଘରେ ରହିଥାନ୍ତେ ତାହାଲେ କରୋନା ମହାମାରୀର କଟକଣା ଯୋଗୁଁ ବନ୍ଦି ହୋଇଯାଇଥାନ୍ତେ । କିନ୍ତୁ ସେମାନେ କରୋନା ମହାମାରୀରେ ବି ଜୀବନର ପ୍ରକୃତ ମଜା ଉଠାଇବାରେ ବ୍ୟସ୍ତ ଥିଲେ । ସାରା ଓ ରାଂସଙ୍କ କହିବା ଅନୁସାରେ ତାଙ୍କୁ ଏତେ ସବୁ ଦେଶ ଭିତରୁ ତୁର୍କୀ ଖୁବ୍ ଅଧିକ ଭଲ ଲାଗିଥିଲା । ସମୁଦ୍ର କୂଳରେ ବୁଲିବା ,ସମୁଦ୍ରରେ ମାଛମାନଙ୍କ ସହ ପହଁରିବା ଏସବୁ ଖୁବ୍ ମଜାଳିଆ ଅନୂଭୂତି ଥିଲା..ସତରେ ଜୀବନର ପ୍ରକୃତ ମଜା ପ୍ରକୃତି  ଭିତରେ ନିଜ ପରିବାର ସହ ସମୟ ଅତିବାହିତ କରିବାରେ ଥାଏ..

Leave a Reply